ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
ଲଣ୍ଡନ,୦୩/୦୮: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ବୁଧବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଟେଷ୍ଟ୍ ସିରିଜ ପୂର୍ବରୁ ଦୁଉ ଦଳ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଅଭ୍ୟାସ ପୂର୍ବରୁ ଡରହାମରେ ୨ ସପ୍ତାହ ଥିବା ଟିମ୍ ଇଣ୍ଡିଆ ନଟିଂହାମରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେବେ ଶନିବାରଠୁ ଟିମ୍ ଇଣ୍ଡିଆ ପଡିଆରେ ଅଭ୍ୟାସ କରୁଛି । ଦଳର ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂ ଉପରେ ଫୋକସ କରୁଛନ୍ଚି। […]