ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ବ୍ୟବହାର ଟିକେ ପରିବର୍ତ୍ତନ କରନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବୃଷ: ଇଂଜିନିୟର ନିଜର ଅଭିଜ୍ଞତାର ଠିକ୍ ପ୍ରୟୋଗ କରିବେ। ବିବାହିତଙ୍କ ଜୀବନରେ ପ୍ରସନ୍ନତା ରହିବ। ଆୟ ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ। ମିଥୁନ: ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ। ବ୍ୟବସାୟ ଲାଗି ଦିନଟି ଅନୁକୂଳ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। କର୍କଟ: ବେପାରରେ ପୁଞ୍ଜି ନିବେଶ […]

ସ୍ୱାସ୍ଥ୍ୟ

ଦୈନନ୍ଦିନ ପିଅନ୍ତୁ ସବୁଜ ଚା’, ଦୂରେଇ ଯିବ ଅନେକ ସମସ୍ୟା

ସବୁଜ ଚା’(ଗ୍ରିନ୍‌ ଟି) ପିଇବାର ଉପକାରିତା ବିଷୟରେ ଅଳ୍ପ ବହୁତ ସମସ୍ତେ ଜାଣନ୍ତି। ଭାରତୀୟମାନେ ପିଉଥିବା ବିଭିନ୍ନ ରକମର ଚା’ ମଧ୍ୟରେ ବୋଧହୁଏ ଦ୍ୱିତୀୟ ସ୍ଥାନରେ ରହିଛି ଗ୍ରିନ୍‌ ଟି। ଏହା ଲୋକେ ସଉକ ପାଇଁ କମ୍‌, ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ପିଇଥାନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଗ୍ରିନ୍‌ଟିରେ ଗୋଟିଏ ପ୍ରକାରର ଭଲ ଗୁଣ ନୁହେଁ, ରହିଛି ଅଜସ୍ର ଉପକାରୀ ଗୁଣ। : ଗ୍ରିନ ଟି ମସ୍ତିଷ୍କକୁ ସକ୍ରିୟ ରଖିବାରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜନୀତି ରାଜ୍ୟ

ରାମ ମନ୍ଦିର, ଧାରା ୩୭୦, କରୋନା: କିଭଳି ଥିଲା ବିଜେପିର ପରଫରମାନ୍ସ, ଜନତାଙ୍କୁ ପଚାରିବେ ମୋଦି

ନୂଆଦିଲ୍ଲୀ ୧୦/୦୮ : କିଛି ମାସ ପରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ଫିଡବ୍ୟାକ ମାଗିଛନ୍ତି। ମୋବାଇଲରେ ସର୍ଭେ ଜରିଆରେ ବିଜେପି ଲୋକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିବ ଯେ ଜନତାଙ୍କ ପାଇଁ କେଉଁ ପ୍ରସଙ୍ଗ ମହତ୍ତ୍ୱପୂର୍ଣ୍ଣ। ଏଥିରେ ଜନତାଙ୍କୁ ପଚରାଯିବ ଯେ ସେମାନଙ୍କୁ କରୋନା ସ୍ଥିତି ପରିଚାଳନା କରିବ, ଧାରା ୩୭୦ ଓ ରାମ ମନ୍ଦିର ନିର୍ମାଣରେ ବିଜେପିର ଭୂମିକା କିଭଳି ଥିଲା। ଉତ୍ତର ପ୍ରଦେଶ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ଖୋଲୁ ଖୋଲୁ କରୋନା ପଜିଟିଭ୍ ହେଲେ ଛାତ୍ରୀ, କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ

ଫୁଲବାଣୀ ୧୦।୮: ସ୍କୁଲ ଖୋଲୁ ଖୋଲୁ ବାହାରିଲା କରୋନା ପଜିଟିଭ । ଫଳରେ ହାଇସ୍କୁଲକୁ ସାନିଟାଇଜ କରିବା ସହିତ କଣ୍ଟେନମେଣ୍ଟ ଘୋଷଣା କରିଛି ପ୍ରଶାସନ । ଏଭଳି ଘଟଣା ମଙ୍ଗଳବାର ଦାରିଙ୍ଗବାଡି ଅଞ୍ଚଳରୁ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ଆଶ୍ରମ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ସ୍କୁଲର ସମସ୍ତଙ୍କୁ ଆଇସୋଲେସରେ ରଖାଯାଇଛି । ହେଲେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନଜର ରଖାଯାଇଛି । ସମସ୍ତ ପିଲା […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ସମାଜସେବୀ, ରାଜନୈତିକ ସମୀକ୍ଷକ ସୁଧାଂଶୁ ତ୍ରିପାଠୀଙ୍କ ପରଲୋକ

ଭୁବନେଶ୍ୱର, ୧୦/୦୮: ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀ ଆଉ ନାହାନ୍ତି। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ୧୯୪୬ ମସିହା ମେ ୨୮ ତାରିଖରେ ଯାଜପୁର ଜିଲ୍ଲା ମୁରାରିପୁରରେ ସେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯୦୦ ସିଟ୍ ବୃଦ୍ଧି

ଭୁବନେଶ୍ୱର: ଆଗାମୀ ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ। କରୋନା ପାଇଁ କୌଣସି ଆଡମିସନ ଫି ବୃଦ୍ଧି ହେବ ନାହିଁ ବୋଲି ବି ମନ୍ତ୍ରୀ କହିଛନ୍ତି। ଏଣେ ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି ରାଜ୍ୟ

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଗୀତ ମାଧ୍ୟମରେ ପରିବେଷଣ କରୁଛନ୍ତି ଦିବ୍ୟାଙ୍ଗ କଳାକାର

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ବର୍ଗର ଲୋକଙ୍କ ପାଇଁ ଯୋଜନା ପ୍ରଣୟନ କରିଛନ୍ତି । ଯାହା ଜନ୍ମରୁ ମୃତ୍ୟୁ ଯାଏଁ ଲୋକଙ୍କ ପାଇଁ ସହାୟକ ହେଉଛି । ଆଉ ଏହି ଯୋଜନା ସବୁକୁ ଗୀତ ମାଧ୍ୟମରେ ଖୁବ୍ ସୁନ୍ଦର ଭାବେ ପରିବେଷଣ କରୁଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ଗାଁର ଦିବ୍ୟାଙ୍ଗ କଳାକାର କାର୍ତ୍ତିକ ଖର୍ସେଲ । କାର୍ତ୍ତିକ ଜନ୍ମରୁ ଦୃଷ୍ଟି ବାଧିତ କିନ୍ତୁ ସେ ଠିକ ଭାବେ ଶୁଣିପାରନ୍ତି । ମୁଖ୍ୟମନ୍ତ୍ରୀ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଫିକା ପଡ଼ିବ ପାର୍ବଣ, ଏଥର ବି ଗଣେଶ ଓ ଦୁର୍ଗା ପୂଜାରେ ଭକ୍ତଙ୍କୁ ମଣ୍ଡପ ମନା

ଭୁବନେଶ୍ୱର: ପାର୍ବଣ ନେଇ ଆସିଲା ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ଗାଇଡଲାଇନ୍ । ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ସମସ୍ତ ପୂଜା, ପାର୍ବଣ ହେବ । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳି ପୂଜା ଆଦି ସମସ୍ତ ପୂଜାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି । ଅଗଷ୍ଟରୁ ନଭେମ୍ବର ମାସ ମଧ୍ୟରେ ହେବାକୁ ଥିବା ସମସ୍ତ ପାର୍ବଣ ଉପରେ ଆଂଶିକ କଟକଣା ଲଗାଯାଇଛି । ମଣ୍ଡପରେ କୋଭିଡ୍ ଗାଇଡଲାଇନ୍ ମାନି ପୂଜା କରାଯାଇ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। କୌଣସି ପ୍ରକଳ୍ପ ଲାଗି ନୂଆ ଯୋଜନା କରିବେ। ବୃଷ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ରହିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଠିକ୍ ରହିବ। ନିଜ ମାନ ସମ୍ମାନର ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ବଜାୟ ରହିବ। ମିଥୁନ: ଧୈର୍ଯ୍ୟଧରି କାମ କରିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ତିଆରି […]

ଦେଶ ବିଦେଶ ପର୍ଯ୍ୟଟନ ରାଜ୍ୟ ସ୍ପେଶାଲ ରିପୋର୍ଟ

ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ମଜ୍ଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର: ଖୁବଶୀଘ୍ର ନନ୍ଦନକାନନରେ ଗଡିବ ଟଏ ଟ୍ରେନ । ଏଥର ଟ୍ରେନରେ ବସି ନନ୍ଦନକାନନ ବୁଲିବେ ପର୍ଯ୍ୟଟକ । ଏନେଇ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବୁଲେଟ ଟ୍ରେନ ପରି ଏହା ତିଆରି ହୋଇଛି । ଏଥିରେ ଭିନ୍ନକ୍ଷମଙ୍କ ପାଇଁ ରହିବ ସ୍ବତନ୍ତ୍ର ବ୍ୟବସ୍ଥା । 1985 ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା ମାତ୍ର 2013 ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା। ରାଜ୍ୟ ସରକାରଙ୍କ […]