ରାଜ୍ୟ

ଏବେଠୁ ଜଳିଲାଣି ଜଙ୍ଗଲ: ବନାଗ୍ନି ରୋକିବାକୁ ଆଗୁଆ ପ୍ରସ୍ତୁତି

ଭୁବନେଶ୍ବର: ୨୦୨୩ ଗ୍ରୀଷ୍ମରେ ତାଣ୍ଡବ ରଚିଥିଲା ବନାଗ୍ନି। ଶିମିଳିପାଳରେ ନିଆଁ ଲାଗିଥିଲା। ମାଲକାନଗିରିଠାରୁ ମୟୂରଭଞ୍ଜ, ଚନ୍ଦକାରୁ କୁଳଡିହା ଅଭୟାରଣ୍ୟ ଯାଏଁ ବନାଗ୍ନି ବ୍ୟାପକ କ୍ଷତି ପହଞ୍ଚାଇଥିଲା। ଏକର ଏକର ଜଙ୍ଗଲ ଜଳି ଯାଇଥିଲା। ୩୨ ହଜାରରୁ ଅଧିକ ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଥିଲା। ୨୦୨୧ ତୁଳନାରେ ନିଆଁର କୋପ କମ୍‌ ଥିଲେ ମଧ୍ୟ ପ୍ରଶମିତ କରିବାକୁ ରାଜ୍ୟ ସରକାରଙ୍କୁ ଓଡ୍ରାଫ୍‌ର ସହାୟତା ନେବାକୁ ପଡ଼ିଥିଲା। ଗତବର୍ଷର ଅଭିଜ୍ଞତା ଆଧାରରେ ଚଳିତ ଗ୍ରୀଷ୍ମ ଋତୁ ପୂର୍ବରୁ ରାଜ୍ୟ ସରକାର […]

ରାଜ୍ୟ

ସାଧାରଣତନ୍ତ୍ର ଦିବସ ପରେଡ ପ୍ରସ୍ତୁତି: ରିହର୍ସାଲ୍‌ରେ ଭାଗନେଲେ ୪୮ ଦଳ

ଭୁବନେଶ୍ବର: ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ। ସମାରୋହ ଅବ୍ୟବହିତ ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପରେଡ୍‌ ରିହର୍ସାଲ। ଆଜି ପ୍ରଥମ ଦିନରେ ପରେଡ୍‌ କମାଣ୍ଡାଣ୍ଟ ଆଇପିଏସ୍‌ ଏ.ବି ଶିଳ୍ପାଙ୍କ ନେତୃତ୍ବରେ ଝାଡ଼ଖଣ୍ଡ ପୁଲିସର ଏକ ଟ୍ରୁପ୍‌ ସମେତ ୪୮ଟି ଟ୍ରୁପ୍‌ ଭାଗନେଇଛନ୍ତି। ଚଳିତ ଥର ୫୩ରୁ ଅଧିକ ଟ୍ରୁପ ସାମିଲ ହେବେ ବୋଲି ଜଣାପଡ଼ିଛି। ଆଜି ରିହର୍ସାଲ୍‌ ସମୟରେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍‌ ଚିତ୍ତାକର୍ଷକ କଳାକୌଶଳ […]

ରାଜ୍ୟ

ଦୁର୍ଘଟଣାସ୍ଥଳରୁ ପିସିଆର୍‌ରେ ଶବ ସ୍ଥାନାନ୍ତର ଘଟଣା: ନିଲମ୍ବିତ ହେଲେ ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା

ଝାରସୁଗୁଡ଼ା: ଗତ ୮ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ଠକଠକି ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ୩ ମୃତାହତଙ୍କୁ ପିସିଆର୍‌ ଭ୍ୟାନ୍‌ରେ ନେଇ ବେଲପାହାଡ଼ ଥାନା ଅନ୍ତର୍ଗତ ଗୌଡ଼ପଡ଼ା ଛକ ନିକଟରେ ଫିଙ୍ଗି ଦିଆଯାଇଥିଲା। ଏସମ୍ପର୍କରେ ‘ସମ୍ବାଦ’ ରେ ଲଗାତାର ଖବର ପ୍ରକାଶ ପାଇବା ପରେ ଏସ୍‌ପି ସ୍ମିତ୍‌ ପରମାର୍‌ ପୁରୁଷୋତ୍ତମ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଗତ ୧୮ ତାରିଖରେ […]

ରାଜ୍ୟ

ପିଟିଲା ଟ୍ରକ୍‌, ଜଳିଗଲା କାର୍‌: ରାଜପଥ ଘଣ୍ଟାଏ ଜାମ୍‌

ଭୁବନେଶ୍ୱର: ଆଜି ବିଳମ୍ବିତ ରାତି‌ରେ ବରମୁଣ୍ଡା ପଡ଼ିଆ ସାମ୍ନା ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଘଟିଛି। ରସୁଲଗଡ଼ରୁ ଖୋର୍ଦ୍ଧା ପଟକୁ ଯାଉଥିବା ଏକ କାର୍‌କୁ ପଛପଟୁ ଏକ ଟ୍ରକ୍‌ ଧକ୍କା ଦେବାରୁ କାର୍‌ଟି ରାଜପଥ ଉପରେ ହୁତ୍‌ହୁତ୍‌ ହୋଇ ଜଳି ଯାଇଛି। ନିଆଁ ଲାଗିବା ପୂର୍ବରୁ ଚାଳକ ଓହ୍ଲାଇପଡ଼ି ଜୀବନ ବଞ୍ଚାଇଛନ୍ତି। ଧକ୍କାରେ ଚାଳକ ଆହତ ହୋଇଥିଲେ ମଧ୍ୟ ନିଆଁ ଚାଳକଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ସେ ଓହ୍ଲାଇପଡ଼ି ଜୀବନ ବଞ୍ଚାଇଛନ୍ତି। ଦମ୍‌କଳ ବାହିନୀ ପହଞ୍ଚିବା […]

ରାଜ୍ୟ

୨୬ରୁ ପାଗ ବଦଳିବ

ଭୁବନେଶ୍ବର: ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ତା’ ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ଯେଉଁଥିପାଇଁ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୨୩ ଓ ୨୪ରେ ଗୁରୁଚାପ ବଳୟର ସକ୍ରିୟତା ଅଧିକ ରହିବାକୁ ଥିବାରୁ ବର୍ଷାର ପ୍ରଭାବ ଅଧିକ ରହିବ। ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଏଥିସହ କିଛି ଅଞ୍ଚଳରେ ଘନ କୁହୁଡ଼ି ହେବାକୁ […]

ରାଜ୍ୟ

ବଦଳିଲେ ୧୭ ଜିଲ୍ଲାପାଳ: ରଞ୍ଜନ ଦାସ କେନ୍ଦ୍ରାଞ୍ଚଳ ଆର୍‌ଡିସି

ଭୁବନେଶ୍ବର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଚଳିତ ମାସ ୩୧ ତାରିଖ ସୁଦ୍ଧା ବଦଳି ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିସନ୍‌ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତା’ ପୂର୍ବରୁ ପ୍ରାଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏକାଥରକେ ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କର ବଦଳି ହୋଇଛି। ମୋଟ ୩୮ଜଣ ଆଇଏଏସ୍‌ଙ୍କ ସମେତ ୪୧ଜଣ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ବରେ ପରିବର୍ତ୍ତନ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁସାରେ, ଦକ୍ଷିଣାଞ୍ଚଳ ଆର୍‌ଡିସି ତେମଜେନୱାପଙ୍ଗ ଆଓଙ୍କୁ ସାଧାରଣ ଉଦ୍ୟୋଗ […]

ରାଜ୍ୟ

୧୪ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: କଟକରେ ଇ-ଯାନ, ଇ-ବ୍ୟାଟେରି କାରଖାନା

ଭୁବନେଶ୍ବର: କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ) ଏବଂ ଏହି ଯାନ ବ୍ୟାଟେରି। ପାରାଦୀପରେ ତମ୍ବା ସ୍ମେଲଟର୍ ସହ ଲିଥିୟମ ସ୍ମେଲଟର ଏବଂ ଇ-ଯାନର ଆନୁଷଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପିିତ ହେବ। ଏଥିପାଇଁ ତିନିଟି ପର୍ଯ୍ୟାୟରେ ଜେଏସ୍‌ଡବ୍ଲ୍ୟୁ ନରାଜ ଓ ପାରାଦୀପରେ ୪୦ହଜାର କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା ଇ-ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନ କ୍ଷେତ୍ରରେ ହବ୍‌ ପାଲଟିଯିବ। ଏହି ପ୍ରକଳ୍ପ ପାଇଁ ଆଜି ରାଜ୍ୟ […]

ରାଜ୍ୟ

‘ଫନି’ରେ କ୍ଷତିଗ୍ରସ୍ତ: ୫ ବର୍ଷ ପରେ ବି ସୁଧୁରିଲାନି ଅବସ୍ଥା

ଭୁବନେଶ୍ବର: ୨୦୧୯ ମସିହା ବାତ୍ୟା ‘ଫନି’ରେ ଉପକୂଳ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକରେ ସୁଧାର ଆସିଲାଣି। ହେଲେ ବାତ୍ୟାରେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବା ମାଇକ୍ରୋବାୟୋଲୋଜି ଲ୍ୟାବ୍‌ ଗୃହ ୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିନି। ଭୁବନେଶ୍ବରରେ ଥିବା ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟର ଏହି ଲ୍ୟାବ୍ ସେବେଠାରୁ ବନ୍ଦ ରହିଛି। ରାଜ୍ୟରେ ଔଷଧ ନମୁନା ପରୀକ୍ଷଣ ବ୍ୟବସ୍ଥାର ଏହା ଗୋଟିଏ ଉଦାହରଣ ମାତ୍ର। ଏହି ଲ୍ୟାବ୍‌ରେ ଯେଉଁ ନମୁନା ପରୀକ୍ଷା ହେବା କଥା ସେସବୁ ଏବେ କୋଲକାତାସ୍ଥିତ […]

ରାଜ୍ୟ

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଅବହେଳିତ

ସମ୍ବଲପୁର: ମହାନ୍ ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଖିଣ୍ଡା ଏବେ ବି ଅବହେଳିତ ଅବସ୍ଥା‌ରେ ରହିଛି। ଦୀର୍ଘ ୩୭ ବର୍ଷକାଳ ବନ୍ଦୀ ଜୀବନ ବିତାଇଥିବା ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଗାଁକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। କେବଳ ସେତିକି ନୁହେଁ, ଖିଣ୍ଡା ଗାଁ ପାଖରେ କୋଇଲା ଖନନ କରୁଥିବା ଭାରତ ସରକାରଙ୍କ ନବରତ୍ନ କଂପାନି […]

ରାଜ୍ୟ

ଆଜି ଜନ୍ମଦିନ: ବିପଦସଙ୍କୁଳ ନେତାଜୀ ସଂଗ୍ରହାଳୟ

ପୁରୀ: ବିଗୁଡୁଛି ସୁଭାଷ ବୋଷଙ୍କ ଐତିହ୍ୟ ଭବନର ସ୍ଥିତି । ୧୦୬ ବର୍ଷ ତଳର ଏହି କୋଠା, ସଂଗ୍ରହାଳୟର ରୂପ ନେଇଥିଲେ ହେଁ ଛାତ ଓ କାନ୍ଥ ଫାଟି ଆଁ କଲାଣି। ଏହିପରି ଭାବେ ନେତାଜୀଙ୍କ ଫରୱାର୍ଡ ବ୍ଲକ୍‌ର ଗୁପ୍ତ ବୈଠକର ମୂକସାକ୍ଷୀ ସାଜିଥିବା ଏହି କୋଠା ବିପଦସଂକୁଳ ଅବସ୍ଥାରେ ଥିଲେ ହେଁ ମରାମତି ହେଉନାହିଁ। ସୁଭାଷ ଚନ୍ଦ୍ର ବୋଷଙ୍କ ବାପା ଜାନକୀନାଥ ବୋଷ କଟକରେ ରହୁଥିବା ବେଳେ ୧୯୧୬ ମସିହାରେ ଶାରଦା ଦେବୀ ରୋଡ୍‌ରେ ଲିଜ୍‌ […]