ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ କାମ ମନମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଉପଯୋଗୀ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ। ବୃଷ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଖର୍ଚ୍ଚ ବୃଦ୍ଧି ହେବ। କଳା କ୍ଷେତ୍ରରେ ରୁଚି ବଢ଼ିବ। ମିଥୁନ: ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ଅଫିସରେ ଆପଣଙ୍କୁ ସହକର୍ମୀ ସହଯୋଗ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ। କର୍କଟ: ପରିବାର ସହିତ ଅଧିକ ସମୟ କାଟିବେ। […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷା ପୂରଣ କରିବ: ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଭୁବନେଶ୍ୱରର ଲେକଚର୍‌ ହଲ୍‌ ଏବଂ ଛାତ୍ରାବାସ ଲୋକାର୍ପିତ

ଭୁବନେଶ୍ୱର: ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ବିଶ୍ୱ ଓ ମାନବ ସମାଜର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବ ବୋଲି ଶୁକ୍ରବାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ଭୁବନେଶ୍ୱରର ପୁଷ୍ପଗିରି ଲେକଚର ହଲ୍‌ କମ୍ପଲେକ୍ସ ଏବଂ ଋଷିକୁଲ୍ୟା ଛାତ୍ରାବାସର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଖୁବ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ଛାତ୍ରଛାତ୍ରୀ ପାଠ ପଢିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଆଇଆଇଟି […]

ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଛାତ୍ରଛାତ୍ରୀମାନେ ପଇଡ଼ ପାଣି ପିଇ ସ୍କୁଲ ପରିସରରେ ଖୋଳ ଫିଙ୍ଗିବା ପରେ ଏହାକୁ ଉଠାଇ ଡଷ୍ଟବିନରେ ଫିଙ୍ଗିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈୖଷ୍ଣବ

ପୁରୀ: କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ନିଜ କାମ ଦ୍ବାରା ଅନ୍ୟକୁ ପ୍ରଭାବିତ କରିବାରେ ଲାଗିଛନ୍ତି ଓଡ଼ିଆ ପୁଅ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈୖଷ୍ଣବ। ପୂର୍ବରୁ ତାଙ୍କ କାମକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ପୁରୀର ଏକ ସ୍କୁଲକୁ ଯାଇ କରିଥିବା କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ସ୍କୁଲ ପିଲାମାନେ ପଇଡ଼ ପାଣି ପିଇ ଖୋଳକୁ ସ୍କୁଲ ପରିସରରେ ଫୋପାଡି ଦେବା ପରେ କେନ୍ଦ୍ର ରେଳମନ୍ତ୍ରୀ ପିଲାମାନଙ୍କୁ କିଛି କହିବା ପରିବର୍ତ୍ତେ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ବକେୟା ପଇସା ମିଳିବାର ସମ୍ଭାବନା। ଆପଣ ବିଶେଷ କାମରେ ଅନ୍ୟ ଲୋକଙ୍କ ସହଯୋଗ ପାଇବେ। ପରିବାର ଆପଣଙ୍କର ନିଷ୍ପତ୍ତିରେ ସାଥ୍ ଦେବ। ବୃଷ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। କିଛି ନିଜସ୍ବ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଅଫିସ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ମିଥୁନ: ଘରେ ପୁଣ୍ୟକାର୍ଯ୍ୟର ଯୋଜନା କରିପାରନ୍ତି। ବେପାରରେ ଆଶାଠୁଁ ଅଧିକ ଲାଭ ପାଇବେ। ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ। କର୍କଟ: ଆପଣଙ୍କର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବର୍ତ୍ତମାନ ସ୍ଥିତିରେ ଶିଶୁ ସଂକ୍ରମଣକୁ ନେଇ ଆତଙ୍କିତ ହେବା ଅନୁଚିତ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବର୍ତ୍ତମାନ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି। ପ୍ରଥମ ଓ ଦ୍ୱିତୀୟ ଲହରରେ ମଧ୍ୟ ଶିଶୁ ସଂକ୍ରମଣ ଏଭଳି ରହୁଥିଲା। ଆମକୁ ସ୍ୱତନ୍ତ୍ର ସତର୍କତା ନେବାର ଅଛି। ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହା କହିଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଆନ୍ତର୍ଜାତିକ ଓ ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ। ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ, ଆଇସିୟୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସୁରକ୍ଷା କର୍ମୀ କୋଭିଡ ଟିକାଦେବା ଘଟଣା: ନର୍ସ ଓ ସୁରକ୍ଷାକର୍ମୀ ନିଲମ୍ବିତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରକ୍ଷାକର୍ମୀ କୋଭିଡ ଟିକା ଦେବା ଘଟଣାରେ ସଂପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ତପସ୍ବିନୀ ସା ଓ ସୁରକ୍ଷା କର୍ମୀ ‌କେଶବ ଦଳପତିଙ୍କୁ ନିଲମ୍ବନ କରାଯାଇଛି। ପ୍ରକାଶ ଯେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ କିଂବା ନର୍ସଙ୍କ ବଦଳରେ ସୁରକ୍ଷାକର୍ମୀ କୋଭିଡ ଟିକାଦାନ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏଡିଏମ୍‌ଓ (ଏଫ୍‌ଡବ୍ଲୁ) ବିନୋଦ ବିହାରୀ ରଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ। ଅଭିଯୋଗରେ ସତ୍ୟତା ଥିବା ଜାଣିବା […]

କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଶ୍ରୀଅରବିନ୍ଦଙ୍କ ଜୀବନ-ସଂଗୀତ

ଶ୍ରୀଅରବିନ୍ଦ ଆମ ଦେଶର ବିଖ୍ୟାତ ରାଜନୈତିକ ବିପ୍ଳବୀ ଓ ଅଧ୍ୟାତ୍ମବାଦୀ ସାଧକ। ଗୋଟିଏ ଦିବ୍ୟ ସଂଯୋଗ ହେଉଛି- ଯେଉଁ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ସେ ବିପ୍ଳବୀର ଭୂମିକା ନେଇଥିଲେ, ଆମର ଦେଶ, ସେହି ଭାରତବର୍ଷ, ତାଙ୍କରି ଜନ୍ମଦିନ ୧୫ ଅଗଷ୍ଟରେ ହିଁ ସ୍ୱାଧୀନ ହୋଇଥିଲା। ୧୫ ଅଗଷ୍ଟ ୧୮୭୨ରେ ଶ୍ରୀଅରବିନ୍ଦଙ୍କର ଜନ୍ମ। ବିଦେଶ (ଲଣ୍ଡନ)ରେ ଉଚ୍ଚଶିକ୍ଷା ଲାଭ କରି, ‘ଆଇ.ସି.ଏସ୍‌’ ପରି ଉଚ୍ଚ ସରକାରୀ ଚାକିରି ପାଇଥିଲେ ମଧ୍ୟ, ସେ ‘ବନ୍ଦେ ମାତରଂ’ ନାମକ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। ବୃଷ: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ। ମିଥୁନ: ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ। ଆମଦାନିରେ ବୃଦ୍ଧି ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। କର୍କଟ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। […]

ଖେଳ ଦେଶ ବିଦେଶ ରାଜ୍ୟ

ଅଲିମ୍ପିକ୍ସ ପଦକ ବିଜୟ ପଛରେ ଓଡ଼ିଶାର ହାତ, ସହଯୋଗ କରିଥିଲେ ରାଜ୍ୟ ସରକାର: ନରିନ୍ଦର ବାତ୍ରା

ଭୁବନେଶ୍ୱର: ଅଲିମ୍ପିକ୍ସ ହକି ଖେଳାଳିଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ସଫଳତା ପାଇଁ ଉଭୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତ ଯେଉଁ ସଫଳତା ହାସଲ କରିଛି ସେଥିପାଇଁ ଓଡ଼ିଶାର ଭୂମିକାକୁ ପୂରା ଦେଶ ପ୍ରଂଶସା କରିଛି । ଆଉ ଆଜି ସମ୍ବର୍ଦ୍ଧନା ଉତ୍ସବରେ ମଧ୍ୟ ହକି ପ୍ରତି […]

ଖେଳ ଦେଶ ବିଦେଶ ରାଜ୍ୟ

ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ଆଗାମୀ ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଟୋକିଓ ଅଲିମ୍ପିକ୍ସ-୨୦୨୦ ଲୋକସେବା ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ଓଡ଼ିଶା ୨୦୩୩ ଯାଏଁ ଭାରତୀୟ ପୁରୁଷ ଓ ହକି ଟିମ୍‌ର ପ୍ରାୟୋଜକ ରହିବ। ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା ଅବସରରେ ଘୋଷଣା। ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ଖେଳିଥିବା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌କୁ ରାଜ୍ୟ ସରକାର […]