କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ବାବା ଆଖଣ୍ଡଳମଣିଙ୍କ ପବିତ୍ର ଝୁଲଣ ଯାତ୍ରା, କୋଭିଡ୍ କଟକଣାରେ ସମ୍ପନ୍ନ ହେଲା ନୀତିକାନ୍ତି

ଚାନ୍ଦବାଲି,୨୨/୦୮: ଆରମ୍ଭ ହୋଇଛି ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ଝୁଲଣ ଯାତ୍ରା । ପବିତ୍ର ଗହ୍ମାପୂର୍ଣ୍ଣିମା ଅବସରରେ ଏକାଦଶୀ ତିଥି ଠାରୁ ୫ଦିନ ପର୍ଯ୍ୟନ୍ତ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଝୁଲଣଯାତ୍ରା ଆରମ୍ଭ ହୋଇଛି। ମନ୍ଦିରର ରୀତିନୀତି ଅନୁଯାୟୀ ମଣିବାବା ଓ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମା ହରଗୌରୀ ଓ ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା । ଏହାପରେ ମନ୍ଦିର ବେଢା ପରିକ୍ରମା କରାଯିବା ପରେ ଭିତରବେଢା ଯଜ୍ଞମଣ୍ଡପରେ ଝୁଲଣ ବେଦୀକୁ ବିଜେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ସୋମବାରଠୁ ସମସ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର : କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ, ଉଠିବ ଭକ୍ତଙ୍କ ଫଟୋ

ପୁରୀ,୨୨/୦୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାର ଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ। ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତ ମାନେ କୋଭିଡ୍ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ଡବଲଡୋଜ ରିପୋର୍ଟ ଦେଖାଇ କରିଵେ ଦର୍ଶନ। ପ୍ରଥମେ ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ କରି ପାରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ଏସଓପି ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି। […]

କଳା ଓ ସଂସ୍କୃତି ଧର୍ମ

ବାର୍ଷିକ ଅମରନାଥ ଯାତ୍ରା ସମ୍ପନ୍ନ, କରୋନା ଭାଇରସ ମହାମାରୀ ଲାଗି ପାଳିତ ହୋଇଥିଲା ସାଂକେତିକ ଯାତ୍ରା

ଜମ୍ମୁ ୨୨।୮: ବାବା ଅମରନାଥଙ୍କ ବାର୍ଷିକ ଯାତ୍ରା ରବିବାର ଶ୍ରାବଣ ପୂର୍ଣ୍ଣିମାରେ ଉଦଯାପିତ ହୋଇଯାଇଛି। ଶ୍ରୀନଗର ଦଶନାମୀ ଆଖଡ଼ାର ମହନ୍ତ ଦୀପେନ୍ଦ୍ର ଗିରିଙ୍କ ନେତୃତ୍ୱରେ ‘ଛଡି ମୁବାରକ’ ବାବା ବର୍ଫାନୀଙ୍କ ଦର୍ଶନ ସହ ଏହି ବାର୍ଷିକ ଯାତ୍ରା ସମାପନ ହୋଇଛି। କରୋନା ଭାଇରସ ମହାମାରୀ ଲାଗି ଉପୁଜିଥିବା ପରିସ୍ଥିତିରେ ଚଳିତବର୍ଷ ଅମରନାଥ ଯାତ୍ରା ବାତିଲ ହୋଇଥିଲା। ତେବେ ଏହି ଯାତ୍ରା କେବଳ ସାଂକେତିକ ଅନୁଷ୍ଠାନ କରାଯିବା ସହ ଦୈନିକ ବାବାଙ୍କ ଆରତୀର ସିଧା ପ୍ରସାରଣ କରାଯାଉଥିଲା। ଚଳିତବର୍ଷ […]

କଳା ଓ ସଂସ୍କୃତି ଧର୍ମ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, କରୋନା ପାଇଁ ଏ ବର୍ଷ ବି ପର୍ବ ଫିକା

ଭୁବନେଶ୍ୱର ୨୨।୦୮: ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି ରାକ୍ଷୀ । ଭାଇ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷା ମାଗିଥାଏ ଭଉଣୀ । ଏହି ଦିନକୁ ଭଉଣୀମାନେ ଏକ ବର୍ଷ ଧରି ଅପେକ୍ଷା କରିଥାନ୍ତି । ପରମ୍ପରା ଅନୁସାରେ ଏହି ଦିନ ଭଉଣୀମାନେ ପ୍ରତ୍ୟୁଷରୁ ସ୍ନାନ ସାରି ଦୀପ ଜଳାଇ ଚନ୍ଦନ ସିନ୍ଦୁର, ଅରୁଆ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଗରିବଙ୍କୁ ଏମ୍ସରେ ଇକମୋ ଚିକିତ୍ସା ମାଗଣା

ଭୁବନେଶ୍ୱର: ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ଏଣିକି ମାଗଣା ଇକମୋ ଚିକିତ୍ସା ମାଗଣା ଦିଆଯିବ । ଏହି ପରିପ୍ରେକ୍ଷୀରେ ରାସନ କାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଏହି ଚିକିତ୍ସା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧିକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ତେବେ ଗତ ଜୁଲାଇ ୧୫ ତାରିଖରୁ ଇକମୋ ମେସିନ୍ କାର୍ଯ୍ୟକ୍ଷମ କରାଯାଇଛି ।

ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଜି ‘ସ୍ମାର୍ଟ ସ୍କୁଲ୍‌’ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡରେ ‘ସ୍ମାର୍ଟ ସ୍କୁଲ୍‌’ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ବିଦ୍ୟାଳୟର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । 5-T ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି । ତେବେ ସାରା […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆରମ୍ଭରୁ ଅଘଟଣ: ସୌନ୍ଦର୍ଯ୍ୟକରଣ କାମ ବେଳେ ଭାଙ୍ଗିଲା ଯୁଦ୍ଧଘୋଡା ସଂଲଗ୍ନ ନର୍ତ୍ତକୀ ମୂର୍ତ୍ତି

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଓ ଯୁଦ୍ଧ ମୂର୍ତ୍ତିର ସୌନ୍ଦର୍ୟ୍ୟକରଣ କାମ ଆରମ୍ଭ ହୋଇଛି । ହେଲେ କାମ ଆରମ୍ଭ ନ ହେଉଣୁ ଅଘଟଣ ହୋଇଥିବା ଦେଖିବାକୁ ମିଳିଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଘୋଡା ସ୍ଥାନାନ୍ତର ହେବନାହିଁ ବୋଲି ନିଷ୍ପତ୍ତି ପରେ ଏହି ସ୍ଥାନକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସ୍ମାର୍ଟ ସିଟି ଲିମିଟେଡ୍ […]

କଳା ଓ ସଂସ୍କୃତି ଧର୍ମ

ଶ୍ରୀବଳଭଦ୍ର ଜନ୍ମ

ଜ୍ୟେଷ୍ଠ ପୂର୍ଣ୍ଣିମା ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ, ଶ୍ରାବଣପୂର୍ଣ୍ଣିମା‌ ‌ସେପରି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଜନ୍ମଦିନ। ଏହିଦିନ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମବେଦିରେ ତାଙ୍କର ମାଟିତିଆରି ଶିଶୁମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧିରେ ଜନ୍ମୋତ୍ସବ ପାଳନ କରାଯାଏ। ସେହି ସମୟରେ ଶ୍ରୀସୁଦର୍ଶନ ସେଠାରେ ଉପସ୍ଥିତ ରହନ୍ତି। ଶ୍ରୀବଳଭଦ୍ର କୃଷିର ଦେବତା। ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ। ସମ୍ଭବତଃ ସେଇଥିପାଇଁ, ଶ୍ରୀମନ୍ଦିର ବାହାରେ ଏବଂ ମାଟିର ମୂର୍ତ୍ତି ମାଧ୍ୟମରେ ଏହି ଜନ୍ମଦିନ ପାଳିତ ହୁଏ। ଜଗନ୍ନାଥ ଦାସଙ୍କ ନବାକ୍ଷରୀ […]

କଳା ଓ ସଂସ୍କୃତି ଧର୍ମ

ସ୍ମୃତି-ବିସ୍ମୃତିରେ ଗହ୍ମାପୂର୍ଣ୍ଣିମା

ଶ୍ରାବଣ ପୂର୍ଣ୍ଣିମା ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଜନ୍ମ ଦିବସ। ସମଗ୍ର ଭାରତରେ ରକ୍ଷାବନ୍ଧନର ପର୍ବ ଭାବରେ ଏହା ପାଳିତ ହୋଇଥାଏ। କିନ୍ତୁ ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ପର୍ବ ଭିନ୍ନ ଓ ସ୍ୱତନ୍ତ୍ର ଭାବରେ ପାଳିତ ହୁଏ। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ହଳ ବା ଲଙ୍ଗଳଧାରୀ ବଳଭଦ୍ର କୃଷିକାରୀର ପ୍ରତୀକ। ସେହିପରି କୃଷିର ପ୍ରଧାନ ସାଧନ ଗୋରୁକୁଳ। ତେଣୁ କୃଷକ ପରିବାର ଏହିଦିନ ବଳଭଦ୍ରଙ୍କ ପୂଜନ ସହିତ ଗୋପୂଜନ ମଧ୍ୟ କରିଥାନ୍ତି। ଗାଈ ବା ଗୋମାତା ସର୍ବମାନ୍ୟା। କିନ୍ତୁ […]

ରାଶିଫଳ

ରକ୍ଷାବନ୍ଧନର ନେପଥ୍ୟ କଥା

ଶ୍ରାବଣପୂର୍ଣ୍ଣିମାର ଗୋଟିଏ ନାମ ହେଉଛି ‘ରାଖି ପୂର୍ଣ୍ଣିମା’। ଏବେ ପ୍ରଚଳିତ ପରମ୍ପରା ଅନୁସାରେ, ଏହିଦିନ ଭଉଣୀ, ଭାଇ ହାତରେ ରାଖି ବାନ୍ଧି ଅତୁଟ ସ୍ନେହ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ରକ୍ଷାବନ୍ଧନର ଐତିହ୍ୟ ଓ ଇତିହାସରୁ ଜଣାଯାଏ ଯେ ଏହି ପରମ୍ପରା ବେଶୀଦିନର ନୁହେଁ। ଇନ୍ଦ୍ର ହେଉଛନ୍ତି ଦେବରାଜ। ତେଣୁ ଦେବତା ଓ ଅସୁରଙ୍କ ଯୁଦ୍ଧରେ ସେ ଦେବତାଙ୍କର ନେତୃତ୍ବ ନିଅନ୍ତି। ଥରେ, ‌ଯୁଦ୍ଧରେ ସେ ଅସୁରଙ୍କଠାରୁ ହାରିଲେ ଏବଂ ଦେବଗୁରୁ ବୃହସ୍ପତିଙ୍କ ନିକଟକୁ ଯାଇ […]