ପ୍ରମୋଦଙ୍କ ପଦକ ଅଭିଯାନ: ମନୋଜଙ୍କୁ ୨-୧ରେ ହରାଇଲେ ମିଶ୍ରିତ ଯୁଗଳ ମ୍ୟାଚ୍ ହାରିଲେ ପ୍ରମୋଦ-ପଲକ
ଟୋକିଓ: ଟୋକିଓ ପାରାଲିମ୍ପିକ୍ସ ଖେଳୁଥିବା ଓଡ଼ିଶାର ଏକମାତ୍ର ଖେଳାଳି ପ୍ରମୋଦ ଭଗତ ଏସଏଲ୍-୩ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଏକକ ବର୍ଗରେ ଚିତ୍ତାକର୍ଷକ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ଅନ୍ୟତମ ଭାରତୀୟ ମନୋଜ ସରକାରଙ୍କୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୨-୧ (୨୧-୧୦, ୨୧-୨୩, ୨୧-୯)ରେ ପରାସ୍ତ କରି ସେମିଫାଇନାଲର ନିକଟତର ହୋଇଛନ୍ତି। ଏହି ମ୍ୟାଚ୍ ଜିତିବାକୁ ମାତ୍ର ୫୬ ମିନିଟ୍ ସମୟ ନେଇଥିଲେ ପ୍ରମୋଦ। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ପ୍ରମୋଦ ଏବଂ ତୃତୀୟ ସ୍ଥାନରେ ଥିବା ମନୋଜ […]