ପ୍ରଦୂଷଣ ରୋକିବାକୁ ପ୍ରୟାସ: ପାଳକୁ ନ ପୋଡ଼ି ଜୈବିକ ଖତ ପ୍ରସ୍ତାବ

ବ୍ରହ୍ମପୁର: ସଂପ୍ରତି ରାସାୟନିକ ସାର ପ୍ରୟୋଗ ଦ୍ବାରା ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଉଛି। ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ବ୍ଲକ୍‌ର ମାଟିରେ ଲବଣ ଅଂଶ ରହିଛି। ବିଶେଷକରି ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଚିକିଟିର ମାଟିରେ ଅଧିକ ମାତ୍ରାରେ ଲବଣ ଅଂଶ ରହିଛି। ତେଣୁ ମୃତ୍ତିକାର ଉର୍ବରତା କମିଯାଉଛି। ଏଥିପାଇଁ ଚାଷରେ ଜୈବିକ ସାର ପ୍ରୟୋଗ କରିବାକୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି। ଖତ ଓ କମ୍ପୋଷ୍ଟ୍‌ ସାର ପ୍ରତି ଚାଷୀମାନେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରୋଚକ ସ୍ଥିତିରେ ବଲାଙ୍ଗୀର ରାଜନୀତି: ମହାପ୍ରସାଦ ଧରି ନରସିଂହଙ୍କ ଘରେ କଳିକେଶ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଦୁଇ ଦିନର ଘଟଣାବଳୀ ରାଜନୈତିକ ଉଷ୍ଣତା ଓ ଚର୍ଚ୍ଚାକୁ ବେଗ ଦେଲାଣି। ଏଠାରେ ରାଜପରିବାର ଏବଂ ବିଧାୟକ ନରସିଂହ ମିଶ୍ରଙ୍କ ପରିବାର ମଧ୍ୟରେ ବର୍ଷତମାମ ଟକ୍କର୍‌ ଗୋଟିଏ ନିୟମିତ ଘଟଣା। ମଞ୍ଚ ଉପରେ ଉଭୟ ପରସ୍ପର ବିରୋଧରେ ଖୋଲାଖୋଲି ଆକ୍ଷେପ କରନ୍ତି। ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ବିଧାୟକ ନରସିଂହ ମିଶ୍ର ପ୍ରତି ସଭାରେ ନିଜ ନିଜ କାର୍ଯ୍ୟକାଳର ହିସାବ ଦେବାର ନଜିର ବି ରହିଛି। ଦାବି କରନ୍ତି, ବଲାଙ୍ଗୀର […]

ଅପରାଧ ରାଜ୍ୟ

ସଂପର୍କୀୟଙ୍କ ଘରୁ ଫେରୁଥିଲେ ଦୁଇ ଯୁବକ, ବାଡ଼ୁଳି ଛକ ନିକଟରେ ଜଗିଥିଲା ଯମ

ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବାଡୁଳି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସୋର ଥାନା ବାଳଙ୍ଗ ଗ୍ରାମର ରଶ୍ମିରଞ୍ଜନ ଧଳ(୨୭) ଓ ଶିରାପୁର ଗ୍ରାମର ସତ୍ୟଜିତ ନାୟକ(୧୮) ଏକ ସଂପର୍କୀୟଙ୍କ ଘରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ସିମୁଳିଆ ଥାନା ବାଡ଼ୁଳି ଛକ ନିକଟରେ ଏକ କାର(ଓଡି୦୧ଏଜି-୯୨୯୨) ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ରଶ୍ମିରଞ୍ଜନ ଧଳଙ୍କ ମୃତ୍ୟୁ ହୋଇଥିବା […]

ଅପରାଧ ରାଜ୍ୟ

ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ: ବର୍ଷେ ପୂରିଲା କାରଣ ଏବେ ବି ଅସ୍ପଷ୍ଟ

ଝାରସୁଗୁଡ଼ା: ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟା ମାମଲାକୁ ବର୍ଷେ ପୂରିଛି। ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ହେଲେ, ନବକିଶୋରଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ତଥାପି ସ୍ପଷ୍ଟ ହୋଇପାରିନି। ଖୋଦ୍‌ ସ୍ବର୍ଗତ ଦାସଙ୍କ ପରିବାର ଲୋକେ ଷଡ୍‌ଯନ୍ତ୍ର କରାଯାଇଥିବା ନେଇ ବୟାନ ଦେବାପରେ ବି କ୍ରାଇମ୍‌ବ୍ରାଞ୍ଚ ମାମଲାରେ ଷଡ୍‌ଯନ୍ତ୍ର ଦିଗକୁ ସାମିଲ୍‌ କରିନାହିଁ […]

ରାଜ୍ୟ

ମୋକିମ୍, ଚିରଞ୍ଜୀବଙ୍କ ଉପରୁ ହଟିଲା ନିଲମ୍ବନ: ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାକୁ ଆରମ୍ଭ କରିଛି କଂଗ୍ରେସ। ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟିଛି। ଏହାସହ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏହାସହ ଦଳ ଛାଡ଼ିଥିବା ନେତାଙ୍କୁ ଦଳକୁ ଫେରାଇ ଆଣିବା […]

ରାଜ୍ୟ

ଲୋକେ ଯାହା ଚାହିଁବେ, ସରକାର ସେୟା କରିବେ: ପାଣ୍ଡିଆନ

ପାରଳାଖେମୁଣ୍ଡି/ରା.ଉଦୟଗିରି/ କାଶୀନଗର: ‘ଲୋକମାନେ ଯାହା ଚାହିଁବେ, ସରକାର ସେୟା କରିବେ। ଅନ୍ୟ କୌଣସି ସରକାରରେ ଏହା ହେବ ନାହିଁ। ସାତ ମାସରେ କେବଳ ଗଜପତି ଜିଲ୍ଲାକୁ ୨୭୯ କୋଟି ଟଙ୍କା ଦିଆଯାଇଛି। ଲୋକଙ୍କ ଦରଖାସ୍ତ ଆଧାରରେ ସରକାର ଏହି ଟଙ୍କା ମଞ୍ଜୁର କରିଛନ୍ତି। ଏ ସରକାର ଲୋକଙ୍କର।’ ଆଜି କାଶୀନଗରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏଭଳି ବକ୍ତବ୍ୟ ରଖିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଗଠନ […]

ରାଜ୍ୟ

ଶୁଆ ଯାଉଛନ୍ତି ଛତିଶଗଡ଼, ବିହାର, କୋଲକାତା: ରାକେଟ୍‌ ଧରାପଡ଼ିଲା, ୨ ଗିରଫ

ରାଉରକେଲା: ରାଉରକେଲାରେ ଶୁଆ ଚାଲାଣ ରୢାକେଟ୍‌! ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରି ଛତିଶଗଡ଼, ବିହାର ଓ କୋଲକାତା ଚାଲାଣ କରାଯାଉଛି। ବନବିଭାଗର ଚଢ଼ାଉ ପରେ ଏହି ଅସାଧୁ କାରବାର ଜଣାପଡ଼ିବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖ ସଂଧ୍ୟାରେ ବନ୍ଧମୁଣ୍ଡା ଶୀତଳନଗରର ମୁନ୍ନା ସାହୁ (୩୪) ତାଙ୍କର ଜଣେ ନାବାଳକ ସହଯୋଗୀଙ୍କ ସହିତ ମୋଟରବାଇକ୍‌ରେ ୧୦ଟି ଶୁଆ ଶାବକ କଟକ ପଠାଇବାକୁ ସେକ୍ଟର-୨ ବସ୍‌ଷ୍ଟାଣ୍ଡକୁ ଯାଉଥିଲେ। ଏ ସମ୍ପର୍କରେ […]

ରାଜ୍ୟ

ବିଷାକ୍ତ ଅନୁଗୁଳ ଆକାଶ: ମୁହଁ ଫେରାଇଲେଣି ପକ୍ଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନୁଗୁଳ ଓ ସାତକୋଶିଆ ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇ ରିପୋର୍ଟ ଆସି ସାରିଛି। ପୂର୍ବରୁ ସାତକୋଶିଆ ବନଖଣ୍ଡରେ ପକ୍ଷୀ ସଂଖ୍ୟା କମିଥିବା ସାମ୍ନାକୁ ଆସିଥିବା ବେଳେ ଏବେ ଅନୁଗୁଳ ବନଖଣ୍ଡରେ ବି ପକ୍ଷୀ ସଂଖ୍ୟ‌ା କମିଛି। ଗତବର୍ଷ ତୁଳନାରେ କମ୍ ପ୍ରଜାତିର ଓ କମ୍‌ ସଂଖ୍ୟକ ପକ୍ଷୀ ଆସିଥିବା ରିପୋର୍ଟରୁ ଜଣାପଡ଼ିଛି। ସେପଟେ କେଉଁ ପରିସ୍ଥିତିରେ ଅନୁଗୁଳ ଜିଲ୍ଲାର ଦୁଇ ଦୁଇଟି ବନଖଣ୍ଡରେ ପକ୍ଷୀ ସଂଖ୍ୟା ଗତବର୍ଷ ତୁଳନାରେ କମିଲା, ସେନେଇ […]

ରାଜ୍ୟ

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ -୨୪ ସମାରୋହ ଆଜି

ଭୁବନେଶ୍ବର: ‘ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ’ ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୪ର ପୁରସ୍କାର ବିତରଣ ସମାରୋହ ଆସନ୍ତାକାଲି (ବୁଧବାର) ଭୁବନେଶ୍ବରରେ ଅନୁଷ୍ଠିତ ହେବ। ରାଜ୍ୟ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟ ଅତିଥି ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ପୂର୍ବତନ ନ‌ିର୍ଦ୍ଦେଶକ (ଗ୍ରୁପ୍ ମାନବ ସମ୍ବଳ) ସଂତୃପ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ […]

ରାଜ୍ୟ

ଭୁବନେଶ୍ବର: ‌ରାତିରେ ରୋଗ ନ ହେଉ

ଭୁବନେଶ୍ବର: ରାଜଧାନୀରେ କେହି ରାତିରେ ଅସୁସ୍ଥ ନ ହୁଅନ୍ତୁ। ରୋଗୀଙ୍କ ଅବସ୍ଥା ରାତିରେ ଗୁରୁତର ନ ହେଉ। କାରଣ ଏଠି ରାତିରେ ଚିକିତ୍ସା ସେବା ଯୋଗାଇବାକୁ ଡାକ୍ତର ଅଭାବ। କ୍ୟାପିଟାଲ୍‌ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ସଙ୍କଟ। ରାଜଧାନୀର ବିଭିନ୍ନ ଘରୋଇ ଡାକ୍ତରଖାନାରେ ମଧ୍ୟ ଅନୁରୂପ ଅବସ୍ଥା। ଆଜିର ଘଟଣାରୁ ଏହା ସ୍ପଷ୍ଟ। ଆଜି ଭୋର୍‌ ସମୟରେ ବାଣୀବିହାର ଓଭରବ୍ରିଜ୍ ଉପରେ ଦୁଇ ବସ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏକାଧିକ ଯାତ୍ରୀ ଆହତ ହୋଇ କ୍ୟାପିଟାଲ୍‌ ହସ୍ପିଟାଲର […]