ଦେଶ ବିଦେଶ ମନୋରଞ୍ଜନ

BCCIର ଏହି ନିଷ୍ପତ୍ତିକୁ ପ୍ରଶଂସା କଲେ ଶାହାରୁଖ, କହିଲେ-ଖେଳରେ ସମସ୍ତ ସମାନ

ମୁମ୍ଵାଇ ୨୮।୧୦୩: ବିସିସିଆଇ ସଚିବ ତଥା ସେକ୍ରେଟେରି ଜୟ ଶାହା ନିକଟରେ ବଡ ଘୋଷଣା କରିଛନ୍ତି । କ୍ରିକେଟ୍ ବୋର୍ଡ ନିଷ୍ପତ୍ତି ନେଇଛି ଯେ ମହିଳା କ୍ରିକେଟ୍‌ ଦଳର ଖେଳାଳିମାନେ ପୁରୁଷ କ୍ରିକେଟରଙ୍କ ପରି ସମାନ ଫି ପାଇବେ। ବିସିସିଆଇର ଏହି ନିଷ୍ପତ୍ତିରେ ସମସ୍ତେ ବହୁତ ଖୁସି ଅଛନ୍ତି । ଏହି ନିଷ୍ପତ୍ତିକୁ ନେଇ ସୋସିଆଲ୍‌ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି । ବର୍ତ୍ତମାନ ଏହା ଉପରେ ଶାହାରୁଖ ମଧ୍ୟ ଏକ ପୋଷ୍ଟ ସେୟାର କରିଛନ୍ତି ।

ଜୟ ଶାହାଙ୍କ ଟ୍ୱିଟ୍ ସେୟାର କରି ସେ ଲେଖିଛନ୍ତି, ‘କେତେ ଭଲ ଫ୍ରଣ୍ଟ୍ ସଟ୍। କ୍ରୀଡ଼ାରେ ସମସ୍ତେ ସମାନ। ଆଶା କରେ ଅନ୍ୟମାନେ ମଧ୍ୟ ଏହାକୁ ଫଲୋ କରିବେ।କହିବାକୁ ଗଲେ ଶାହାରୁଖ ନିଜେ ଜଣେ କ୍ରିକେଟ୍‌ର ବଡ ପ୍ରଶଂସକ । ତାଙ୍କର ନିଜର ଆଇପିଏଲ୍ କ୍ରିକେଟ୍ ଦଳ କୋଲକାତା ନାଇଟ୍ ରାଇଡର୍ସ ଅଛି। ଏହା ବ୍ୟତୀତ କେରିବିଆନ୍ ପ୍ରିମିୟର ଲିଗରେ ତାଙ୍କର ଏକ ମହିଳା କ୍ରିକେଟ୍ ଟିମ୍‌ ମଧ୍ୟ ଅଛି ।

ଶାହାରୁଖଙ୍କ ବ୍ୟତୀତ ଅନୁଷ୍କା ଶର୍ମା ଏବଂ ତାପସୀ ପନ୍ନୁ ମଧ୍ୟ ବିସିସିଆଇର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଉଭୟ ଅଭିନେତ୍ରୀ ଏଭଳି ମହିଳା କ୍ରିକେଟରଙ୍କ ଉପରେ ଫିଲ୍ମ କରିଛନ୍ତି। ତାପସୀ କ୍ରିକେଟର ମିତାଲି ରାଜଙ୍କ ଉପରେ ଆଧାର କରି ସାବାସ ମିଠୁରେ କାମ କରିଥିବା ବେଳେ ଅନୁଷ୍କା ଚକଦା ଏକ୍ସପ୍ରେସ୍‌ରେ ଆସିବାକୁ ଯାଉଛନ୍ତି । ଯାହା ଝୁଲଣ ଗୋସ୍ଵାମୀଙ୍କ ଉପରେ ଆଧାରିତ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ