Author: NewsLaxmi7
ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିଲା ମନ୍ଦିର। ଏବେ ଅନଲକ ଗାଇଡଲାଇନ ୫.୦ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି। ତେବେ ଶ୍ରଦ୍ଧାଳୁମାନେ ସଂଧ୍ୟା ୫ରୁ ୬.୩୦ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିପାରିବେ। ଏହାପରେ ମନ୍ଦିର ବୁଲି ସନ୍ଧ୍ୟା ୭ .୧୫ରେ ଲାଇଟ ଶୋ ଦେଖିପାରିବେ। ସୂଚନାନୁଯାୟୀ, ପୂର୍ବ ପରି ମନ୍ଦିର ପରିସର ମଧ୍ୟରେ ଥିବା ବଗିଚା, ଖାଦ୍ୟ କୋର୍ଟ, ପୁସ୍ତକ ଘର ଏବଂ ସାମଗ୍ରୀ କେନ୍ଦ୍ର ସମସ୍ତ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରେ ସମାଜିକ ଦୂରତା ସହ ମାସ୍କ ପିନ୍ଦିବା ବାଧ୍ୟତାମୂଳକ କରାଯାଇଛି ।
ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାରେ ଜନଶୁଣାଣି କରାଯିବ। ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲର ୪ଟି ମୌଜାର ସର୍ବମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ। ଏହା ମଧ୍ୟରେ ସର୍ଭେ ଓ ମାପଚୁପ କାମ ସରି ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି। ଆଜି ସମଙ୍ଗ ପଂଚାୟତ କାର୍ଯ୍ୟାଳୟ, ମାର୍କଣ୍ଡେଶ୍ୱର ସାହି ବିଶ୍ୱେଶ୍ୱରୀ ଠାକୁରାଣୀ ମନ୍ଦିର, ମାଟିତୋଟା କୋଠଘର ଓ ଦାଣ୍ଡିମାଳ ମୌଜା ପାଇଁ ଜଗନ୍ନାଥବଲ୍ଲଭ ମଠ ପରିସରରେ ପର୍ଯ୍ୟାୟ କ୍ରମେ ଜନଶୁଣାଣୀ ହେବ। ବିସ୍ଥାପିତ ହେବାକୁ ଥିବା ଲୋକେ ଜନଶୁଣାଣୀରେ ନିଜ ଅଭିଯୋଗ, ପ୍ରସ୍ତାବ ଓ କ୍ଷତିପୂରଣ ସମ୍ପର୍କରେ ମତ ରଖିବେ। ଏହି ପ୍ରକଳ୍ପ ଦ୍ବାରା ଶ୍ରଦ୍ଧାଳୁମାନେ ଆଉ ଗାଡି ଧରି ସହର…
ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ଏବଂ ଓଡ଼ିଶାର ନାମ ଏଥିରେ ସାମିଲ ରହିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏବଂ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି। ପ୍ରକାଶ ଜାବଡେକର କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ବିଶ୍ଵ ବ୍ୟାଙ୍କ ଦ୍ଵାରା ସମର୍ଥିତ କରାଯିବ। 5,718 କୋଟି ଏଥିରେ ଖର୍ଚ୍ଚ ହେବ। ଯେଉଁଥିରେ ବିଶ୍ଵବ୍ୟାଙ୍କ 500 ମିଲିୟନ ଡଲାର ସହଯୋଗ କରୁଛି। ଅକ୍ଟୋବର 7ରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର କୋଲକାତା ଇଷ୍ଟ ୱେଷ୍ଟ ମେଟ୍ରୋ କରିଡର ପ୍ରୋଜେକ୍ଟ ପାଇଁ ସଂଶୋଧିତ ଲଗାଣକୁ ଅନୁମତି ଦେଇଥିଲେ। ଏହା ସହିତ ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଚୁକ୍ତିନାମା ମଧ୍ୟ ଭାରତ ଏବଂ ଜାପାନ…
ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ ସେନେଇ ସ୍ପଷ୍ଟ ମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିପାଇଁ ଏକ ସପ୍ତାହର ମହଲତ ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ତେବେ ୭ଟି ସ୍ଲାବରେ ଫି’ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅପୋସ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆପୋସ ସମାଧାନରେ ସୂତ୍ର ବାହାର କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ। ଯଦି କୌଣସି ନିର୍ଯାସ ନବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ ବୋଲି ଦର୍ଶାଯାଇଥିଲା…
ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ ଟଙ୍କାର ରାଜସ୍ଵ ମିଳିଥିଲା। 5 ବର୍ଷିଆ ଯୋଜନା ମାଧ୍ୟମରେ 18ଟି ଜିଲ୍ଲାରେ 47ଟି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇଛି। କେବଳ ଶିମିଳିପାଳ ଓ ସାତକୋଶିଆ ପରିବେଶ ପର୍ଯ୍ୟଟନ କ୍ଷେତ୍ରରୁ ସ୍ଥାନୀୟ ଅଧିବାସୀମାନେ ଗତ ଦୁଇ ବର୍ଷରେ 2 କୋଟି ଟଙ୍କା ଉପାର୍ଜନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିବେଶ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ପରିବେଶ ପର୍ଯ୍ୟଟନ ସ୍ଥଳୀରୁ ବର୍ଷକୁ ବର୍ଷ ରାଜସ୍ଵ ବଢିବାରେ ଲାଗିଛି। 2016-17 ଆର୍ଥିକ ବର୍ଷରେ 11 ହଜାର…
ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି ପାରିବେ ପର୍ଯ୍ୟଟକ। ଦିନକୁ ସର୍ବାଧିକ ୫୦୦ ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମୟରେ ଉଭୟ ପର୍ଯ୍ୟଟକ, ବନ କର୍ମଚାରୀ, ବୋଟ ଚାଳକମାନେ କୋଭିଡ କଟକଣା ମାନିବା ସହିତ ଜାତୀୟ ଉଦ୍ୟାନର ସୁରକ୍ଷ। ପ୍ରତି ଯତ୍ନ ଦେବାକୁ ପରାମର୍ଶ ଦିଆଯାଇଛି । ଉଦ୍ୟାନ ମଧ୍ୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ଵ ରଖିବା ବାଧ୍ୟତାମୂଳକ କରାଯାଇଛି।
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବିରାଟଙ୍କୁ ସପୋର୍ଟ କରିବା ପାଇଁ ସେ ମଧ୍ୟ ତାଙ୍କ ସହ ଦୁବାଇରେ ରହୁଛନ୍ତି । ଦୁବାଇ ସହିତ ଜଡିତ ଏକ ଫଟୋ ସେୟାର କରିଛନ୍ତି ବିରାଟ, ଯାହା ସୋସିଆଲ ମିଡିଆରେ ପ୍ରଶଂସକମାନେ ବେଶ ପସନ୍ଦ କରିବାରେ ଲାଗିଛନ୍ତି । ଫଟୋରେ ରୋମାଂଟିକ୍ ଅନ୍ଦାଜ୍ରେ ସମୂଦ୍ରରେ ନଜର ଆସୁଛନ୍ତି ବିରାଟ ଏବଂ ଅନୁଷ୍କା । ସେଥିରେ ଦୁହିଁଙ୍କର ସୁନ୍ଦରତା ସହିତ ସୁର୍ଯ୍ୟାସ୍ତ ହେବାର ଛବି, ଏହି ଫଟୋରେ ଆହୁରି ସୁନ୍ଦରତା ଭରି ଦେଉଛି । ଏହି ଫଟୋକୁ ବିରାଟ କୋହଲି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେୟାର କରିଛନ୍ତି, ଯେଉଁଥିରେ ବର୍ତମାନ୍ ଯାଏଁ ୪୦ ଲକ୍ଷରୁ ଅଧିକ ଲାଇକ୍ ଆସିସାରିଛି । କେବଳ ଲାଇକ୍ ନୁହେଁ ଏହା ସହିତ ପ୍ରଶଂସକମାନେ ଏଥିରେ ନିଜ…
ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି, ଆଜିବି ଦର୍ଶକଙ୍କ ହୃଦୟରେ ଘରକରି ରହିଛି, ଯେମିତି ମୁକ୍ତିଲାଭ କରିବା ସମୟରେ ଥିଲା। ଏହି ଫିଲ୍ମଟି ବଲିଉଡର ସବୁଠାରୁ ହିଟ୍ ସିନେମା ମଧ୍ୟରୁ ଅନ୍ୟତମ । ଯାହାର କ୍ରେଜ୍ ଆଜିବି ଆଜିବି ଦେଖିବାକୁ ମିଳୁଛି । କାଜୋଲ ଏହି ଫିଲ୍ମ ବିଷୟରେ କଥା ହେବା ସମୟରେ କହିଛନ୍ତି, ଏହି ଫିଲ୍ମକୁ ସବୁବେଳେ ଲୋକେ ପସନ୍ଦ କରି ଆସିଛନ୍ତି ଓ ଆଶା କରୁଛି ଆଗକୁ ମଧ୍ୟ ପସନ୍ଦ କରିବେ । ସେ ଏକଥା ମଧ୍ୟ କହିଛନ୍ତି ଯେ, ଫିଲ୍ମ ସୁଟିଂ ସମୟରେ ଆମେ ଭାବିବି ନଥିଲୁ,ଆମେ ଏମିତି କିଛି କରିବାକୁ ଯାଉଛୁ । ଆଶା ଥିଲା ଫିଲ୍ମ ହିଟ୍ ହେବ । ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥିଲୁ ଫିଲ୍ମର ଗୀତ…
ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି । କୁହାଯାଏ ଓଜନ ହ୍ରାସ କରିବାକୁ ଚାହୁଁଥିଲେ ନିଜ ଖାଦ୍ୟରୁ ଭାତକୁ ଦୂରେଇ ରଖନ୍ତୁ, କାରଣ ଏଥିରେ ଅଧିକ ମାତ୍ରରେ କ୍ୟାଲୋରୀ ଥାଏ । ହେଲେ ଅନେକ ଲୋକ ଭାତ ଖାଇବାକୁ ବହୁତ୍ ପସନ୍ଦ କରନ୍ତି, ଯାହା ଫଳରେ ସେମାନେ ଭାତଠାରୁ ନିଜକୁ ଦୂରେଇ ରଖିବାରେ ଅସମର୍ଥ ହୁଅନ୍ତି । ତେବେ ଆସନ୍ତୁ ଜାଣିବା ଭାତ ଖାଇବା ସହିତ କିପରି ଓଜନ ହ୍ରାସ କରିପାରିବା । ଓଜନ ହ୍ରାସ କରିବାର ପ୍ରଥମ ନିୟମ ହେଉଛି ଖାଦ୍ୟରେ କ୍ୟାଲୋରୀ ପରିମାଣ ହ୍ରାସ କରିବାକୁ ପଡିବ । ଏଥିପାଇଁ ଯେ କୌଣସି ଖାଦ୍ୟ ଖାଉଥିଲେ ସେଥିରେ କ୍ୟାଲୋରୀର ମାତ୍ରା କମ୍ ରଖାଯାଏ । ଭାତ – ଯଦି ଭାତ ଖାଇ ଓଜନ…