Author: NewsLaxmi7
ହନୁମାନ ଚାଳିଶା ହନୁମାନଙ୍କ କୃପା ପାଇବାର ସବୁଠୁ ସରଳ ଏବଂ ଶ୍ରେଷ୍ଠ ମାଧ୍ୟମ। ହନୁମାନ ଚାଳିଶାର ପ୍ରୟୋଗ ଆମ ଜୀବନରେ ଏକ ସଠିକ୍ ଉପାୟ ଭାବେ କାମ କରିଥାଏ। ହନୁମାନ ଚାଳିଶାର ଏହି ଛୋଟ ଛୋଟ ଉପାୟ ବ୍ୟକ୍ତିଙ୍କ ଜୀବନରେ ଅନେକ ସଙ୍କଟରୁ ମୁକ୍ତି ଦେଇଥାଏ। • ଯଦି ଆପଣଙ୍କ ମନରେ ଭୟ କିମ୍ବା ସବୁବେଳେ ଡରର ସ୍ଥିତି ରହିଥାଏ ତେବେ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ନିର୍ଭୟତା ପ୍ରାପ୍ତି ହେବ। • ଘରୁ ବାହାରକୁ ଯିବା ସମୟରେ,ଖାସ୍ କରି ଗାଡ଼ି ଚଲାଇବାବେଳେ ନିଜ ସହ ଏକ ଛୋଟ ହନୁମାନ ଚାଳିଶା ସବୁବେଳେ ସାଥିରେ ରଖନ୍ତୁ। ଦୁର୍ଘଟଣାରୁ ବର୍ତ୍ତିବେ। • ଯଦି ଛୋଟ ପିଲା ରାତିରେ ଶୋଇବାବେଳେ ହଠାତ୍ ଡରୁଛନ୍ତି ତେବେ ତାଙ୍କ ମୁଣ୍ଡ ପାଖରେ ଏକ ହନୁମାନ ଚାଳିଶା ରଖନ୍ତୁ। ଏହି ସମସ୍ୟାର ମୁକ୍ତି ମିଳିବ। • ଯଦି ଶନିଙ୍କ ସାଢ଼େସାତୀ କାରଣରୁ ଜୀବନରେ…
ଭୁବନେଶ୍ୱର : ଦେବା ଦେବା ମହାଦେବଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି ରହିବନି ସେତେବେଳେ ବି ସେ ରହିବେ |ଭୁବନେଶ୍ୱର ୦୮/୦୯ : ଦେବା ଦେବା ମହାଦେବଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି ରହିବନି ସେତେବେଳେ ବି ସେ ରହିବେ |…
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ମାନବ ଜୀବନ ପାଇଁ ମୋଟ ୧୬ ସଂସ୍କାର ତିଆରି ହୋଇଛି | ଏହି ୧୬ ସଂସ୍କାର ସାହାରାରେ ମଣିଷ ନିଜର ଜୀବନ ଅତିବାହିତ କରିଥାଏ | ଏହି ୧୬ ସଂସ୍କାର ଗର୍ଭଧାରଣରୁ ଆରମ୍ଭ ହୋଇଥାଏ ଏବଂ ମନୁଷ୍ୟର ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ଶେଷ ହୋଇଥାଏ | ମୃତ୍ୟୁ ପରେ ମଧ୍ୟ ପୂର୍ବଜଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଓ ପୂର୍ବଜଙ୍କ ପ୍ରତି ଆଦର ଭାବ ବଜାୟ ରଖିବାକୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ପିତୃ କର୍ମ ବ୍ୟବସ୍ଥା ରହିଛି | ପିତୃ କର୍ମରେ ଶ୍ରାଦ୍ଧ, ତର୍ପଣ ଆଦି କର୍ମ କରାଯାଇଥାଏ | ପୂର୍ବଜଙ୍କ ପ୍ରତି କରାଯାଉଥିବା ଏହି ପିତୃ କର୍ମ କରିବାକୁ ଦେଶର ବିଭିନ୍ନ ସ୍ଥାନରେ ପିତୃ ତୀର୍ଥ ତିଆରି କରାଯାଇଛି | ଏହି ପିତୃ ତୀର୍ଥରେ ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ସମ୍ପୂର୍ଣ ବିଧି ବିଧାନ ସହ ଶ୍ରାଦ୍ଧ କରିବାର ବିଧାନ ରହିଛି | ଏହି…
ଭୁବନେଶ୍ୱର : ଓଁ ଶବ୍ଦରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଲୁଚି ରହିଛି । ଓଁ ଧ୍ୱନି ସାରା ବିଶ୍ୱରେ ଗୁଞ୍ଜରଣ ହୋଇଥାଏ । ସେଥିପାଇଁ ଓଁ ଉଚ୍ଚାରଣ ଦ୍ୱାରା ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ଏହି ଧ୍ୱନି ମନୁଷ୍ୟର ଶ୍ରବଣ କ୍ଷମତା ଠାରୁ ବହୁ ଉର୍ଦ୍ଧ୍ବରେ । କିନ୍ତୁ ଯେଉଁମାନେ ସାଧନା କରିବାକୁ ଚାହିଁଥାନ୍ତି ସେମାନେ ଏହି ଚମତ୍କାରୀ ଧ୍ୱନିକୁ ଶୁଣି ପାରନ୍ତି । ତିନିଟି ଅକ୍ଷର ଅ, ଉ ଏବଂ ମ୍ କୁ ମିଶାଇ ହୋଇଛି ଓଁ । ଓଁ ଈଶ୍ୱରର ୩ଟି ସ୍ୱରୂପ ବ୍ରହ୍ମ, ବିଷ୍ଣୁ ମହେଶ୍ୱରଙ୍କ ସଂଯୁକ୍ତ ରୂପ । ଓଁରେ ହିଁ ସୃଷ୍ଟି, ପାଳନ ଏବଂ ବିନାଶର ତିନୋଟି ସାମିଲ । ଓଁ ମନ୍ତ୍ରର ସଠିକ ପ୍ରୟୋଗ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର କରାଯାଇପାରେ । ଓଁର ସଠିକ ଉଚ୍ଚାରଣ ଦ୍ୱାରା ଈଶ୍ୱରଙ୍କ ନିକଟ ହୋଇପାରିବେ । ଓଁ ଧ୍ୱନି ଏତେ ପବିତ୍ର…
ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଦିପାବଳୀରେ ମଧ୍ୟ ମା ଲକ୍ଷ୍ମୀଙ୍କ ଆଗମନ ପାଇଁ ମାସେ ପୂର୍ବରୁ ଲୋକେ ଘର ସଫା କରିବା ଆରମ୍ଭ କରି ଦେଇଥାନ୍ତି। ମା ଲକ୍ଷ୍ମୀ ନିଜ ଭକ୍ତଙ୍କଠୁ ପ୍ରସନ୍ନ ହୋଇ ତାଙ୍କୁ ଧନ ଏବଂ ବୈଭବ ବରଦାନ ଦେଇଥାନ୍ତି। ଏପରି କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତିଠୁ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇନଥାନ୍ତି ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରି କିଛି ବିଶ୍ବାସ ରହିଛି ଯେ ଯେଉଁଥିରେ କୁହାଯାଇଛି ସନ୍ଧ୍ୟା କିମ୍ବା ରାତିରେ ଏହି କାମକୁ କରିବା ଦ୍ବାରା ମାଆ ଲକ୍ଷ୍ମୀ କୋପ ହୋଇଥାନ୍ତି। ଏଥିପାଇଁ ଆମେ ଏହି କାମ ଗୁଡ଼ିକ କରିବା ଅନୁଚିତ୍। ଆସନ୍ତୁ ଜାଣିବା ଏହି କାମଗୁଡ଼ିକ ବିଷୟରେ ୧. ଏପରି କୁହାଯାଇଥାଏ ଯେ ସନ୍ଧ୍ୟାରେ କିମ୍ବା ରାତିରେ କ୍ଷୀର କିମ୍ବା ଦହି କାହାକୁ ଦେବା ଅନୁଚିତ୍। ସନ୍ଧ୍ୟାରେ ଆପଣ ଏହା ବାହାରୁ କିଣି…
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଯଜ୍ଞ ବହୁତ ମହତ୍ଵପୁର୍ଣ । ଯଜ୍ଞ ଏକ ବିଶେଷ ଧାର୍ମିକ ପ୍ରକ୍ରିୟା । ଯଜ୍ଞ ଦ୍ୱାରା ମନୁଷ୍ୟ କେବଳ ଭୌତିକ ସୁଖ ପ୍ରାପ୍ତ କରିନଥାଏ ବରଂ ଆଧ୍ୟାତ୍ମିକ ସମ୍ପଦ ମଧ୍ୟ ପ୍ରାପ୍ତ କରିଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ, ସଂସ୍କୃତ ମହାକାବ୍ୟରେ ବାରମ୍ବାର ଯଜ୍ଞର ବିବରଣୀ ଦିଆଯାଇଛି । ଏହାର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଯଜ୍ଞର ଅର୍ଥ ହେଲା, ଶୁଭ କର୍ମ, ଶ୍ରେଷ୍ଠ କର୍ମ, ସତକର୍ମ, ବୈଦିକ ସମ୍ମତ କର୍ମ । ସକାରାତ୍ମକ ଭାବନାରେ ଈଶ୍ୱର ପ୍ରକୃତି ତତ୍ତ୍ୱ ଦ୍ୱାରା କରାଯାଇଥିବା ଆହ୍ୱାନରେ ଜୀବନର ପ୍ରତ୍ୟେକ ଇଛା ପୁରା ହୋଇଥାଏ । ଯଜ୍ଞକୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ କର୍ମ ବୋଲି କୁହାଯାଇଛି । ଯଜ୍ଞ ମାଧ୍ୟମରେ ଅନେକ ରିଦ୍ଧି-ସିଦ୍ଧି ପ୍ରାପ୍ତ କରାଯାଇପାରେ । ହିନ୍ଦୁ ଧର୍ମରେ ଯଜ୍ଞ ଭଳି ହୋମର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଅଧିକାଂଶ ଲୋକ ଯଜ୍ଞ ଓ ହୋମ…
ଭୁବନେଶ୍ୱର : ଶିରିଡି ସାଇ ବାବାଙ୍କୁ ଯିଏ ଶ୍ରଦ୍ଧାର ସହ ପୂଜା କରିଥାଏ, ତାଙ୍କୁ ସ୍ମରଣ କରେ ବାବା ସେମାନଙ୍କ ଉପରେ ସର୍ବଦା ନିଜ କୃପା ଦୃଷ୍ଟି ରଖିଥାନ୍ତି ବୋଲି କୁହାଯାଏ । ଗୁରୁବାର ଦିନ ସାଇ ବାବାଙ୍କୁ ସମର୍ପିତ । ମନୋସ୍କାମନା ପୂର୍ତ୍ତି ପାଇଁ ଲୋକେ ଗୁରୁବାର ଦିନ ସାଇ ବାବାଙ୍କ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ଜାତି ବା ଧର୍ମର ବ୍ୟକ୍ତି ସାଇ ବାବାଙ୍କ ଆରାଧନା କରିପାରିବେ । ସାଇ ବାବା ସମସ୍ତଙ୍କ ମନୋସ୍କାମନା ପୂରଣ କରନ୍ତି । ବାବାଙ୍କ ବିଶେଷ କୃପା ପାଇବା ପାଇଁ କେମିତି ପୂଜା କରିବେ ଜାଣନ୍ତୁ । ପୂଜା କରିବା ପରେ ବାବାଙ୍କ କଥା ନିଶ୍ଚୟ ପଢନ୍ତୁ ଓ ଆଳତି କରନ୍ତୁ । ସାଇ ବାବାଙ୍କର ଗୋଟିଏ ହିଁ ମୂଳମନ୍ତ୍ର-‘ସମସ୍ତଙ୍କର ମାଲିକ ଜଣେ’ ବା ‘ସବକା ମାଲିକ ଏକ ହୈ’ । ବାବାଙ୍କ ବ୍ରତ ବହୁତ ସହଜ ଓ ସରଳ ।…
ଭୁବନେଶ୍ୱର : ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥାଏ । ସେଥିପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାର ବିଧାନ ରହିଛି । ହିନ୍ଦୁ ଧର୍ମରେ ପୌରାଣିକ ବିଶ୍ୱାସ ରହିଛି ଯେ ସୂର୍ଯ୍ୟଦେବ ପ୍ରତ୍ୟକ୍ଷ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ବେଦରେ ସୂର୍ଯ୍ୟଙ୍କ ଉଲ୍ଲେଖ ବିଶ୍ୱ ଆତ୍ମା ଓ ଈଶ୍ୱରଙ୍କ ନେତ୍ର ଭାବେ କରାଯାଇଛି । ସୂର୍ଯ୍ୟଦେବଙ୍କ ଆରାଧନା କରିବା ଦ୍ୱାରା ଜୀବନଶକ୍ତି, ମାନସିକ ଶାନ୍ତି, ଉର୍ଜା ଓ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ସେଥିପାଇଁ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ । ରାମାୟଣରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ ରହିଛି ଯେ ପ୍ରଭୁ ଶ୍ରୀରାମ ଲଙ୍କାକୁ ଯିବାକୁ ସେତୁ ନିର୍ମାଣ ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ମଧ୍ୟ…
ଭୁବନେଶ୍ୱର ୦୩/୧୦ : ଶନିବାର ଦିନ ନ୍ୟାୟ ଦେବତା ଶନିଦେବଙ୍କୁ ଆରାଧନା କରାଯାଏ। ଶନିବାର ଦିନ ଶନିଦେବଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଯେଉଁମାନଙ୍କର ସାଢ଼େସାତି ଚାଲୁଥାଏ ସେମାନେ ଶନିଦେବଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ। ଶନି ଦୋଷରୁ ମୁକ୍ତି ପାଇଁ ମୂଳ ନକ୍ଷତ୍ରଯୁକ୍ତ ଶନିବାରରୁ ଆରମ୍ଭ କରି ସାତଟି ଶନିବାର ଯାଏଁ ପୂଜା କରିବା ସହ ବ୍ରତ ପାଳନ କରିବା ଉଚିତ। ସମ୍ପୂର୍ଣ୍ଣ ନିୟମ ଅନୁସାରେ ପୂଜା ଓ ବ୍ରତ ପାଳନ କଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ଦୁଃଖ ଦୂର ହୋଇଥାଏ। ଶନିଦେବଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ବହୁତ ଜରୁରୀ। ନଚେତ ଅନେକ ଦୋଷ ଲାଗିଥାଏ। ଶନିଦେବଙ୍କ ପୂଜା କରିବା ସମୟରେ କିଛି ନିୟମ ପାଳନ କରିବା ଆବଶ୍ୟକ। ପଶ୍ଚିମ ଦିଗ ଆଡକୁ ମୁହଁ କରି ଶନିଦେବଙ୍କୁ ପୂଜା କରିବା ଉଚିତ ଏବଂ ମନ୍ତ୍ର ଜପ କରିବା ଉଚିତ। କାରଣ ଶନିଦେବଙ୍କୁ ପଶ୍ଚିମ…
ଭୁବନେଶ୍ୱର ୦୭/୧୦ : ବୁଧବାର ଦିନ ବିଧି ବିଧାନ ଅନୁସାରେ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ବୁଧବାର ଦିନ ଭଗବାନ ଗଣେଶଙ୍କର। ବିଧି ବିଧାନ ଅନୁଯାୟୀ ପୂଜା କଲେ ଭଗବାନ ଗଣେଶ ପ୍ରସନ୍ନ ହୋଇ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ଓ ମନୋସ୍କାମନା ପୂରଣ କରିଥାନ୍ତି। ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଗଣେଶ ରିଦ୍ଧି-ସିଦ୍ଧି ଦାତା ଓ ଶୁଭ-ଲାଭ ପ୍ରଦାତା। ଗଣେଶ ଭକ୍ତଙ୍କ ବାଧାବିଘ୍ନ, ସଙ୍କଟ, ରୋଗ ଦୋଷ ତଥା ଦରିଦ୍ରତା ଦୂର କରିଥାନ୍ତି। ବିଶ୍ୱାସ ରହିଛି ଯେ ବୁଧବାର ଦିନ ସଚ୍ଚୋଟ ମନରେ ଗଣେଶଙ୍କୁ ଆରାଧନା କଲେ ଓ ମନ୍ତ୍ର ଜପ କଲେ ସମସ୍ୟା ସମାଧାନ ହୋଇଥାଏ। ଗଣେଶ ଅମଙ୍ଗଳ ଦୂର କରିଥାନ୍ତି। ଯାହା ଉପରେ ଭଗବାନ ଗଣେଶ କୃପା କରନ୍ତି ସେମାନଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଥାଏ। ଗଣେଶ ଯେତେ ଶୀଘ୍ର ରାଗି ଯାଆନ୍ତି ସେତେ ଶୀଘ୍ର ମାନି…