Author: NewsLaxmi7
ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ ୬ରୁ ୭ ବର୍ଷ ଧରି ଭିଜନ୍ ଲସ୍ ଏକ୍ସପର୍ଟ ଗ୍ରୁପ୍(ଭିଏଲ୍ଇଜି) ଏବଂ ଇଣ୍ଟରନାସନାଲ ଏଜେନ୍ସି ଫର୍ ଦି ପ୍ରିଭେନ୍ସନ୍ ଅଫ୍ ବ୍ଲାଇଣ୍ଡ୍ନେସ୍(ଆଇଏପିବି) ସଂସ୍ଥା ଦ୍ବାରା ଗଣନା କରାଯାଇଥିବା ତଥ୍ୟାନୁସାରେ ବିଶ୍ବରେ ମୋଟ ୫୦ କୋଟି ୭୦ ଲକ୍ଷ ଲୋକ ଏହି ସମୀପ ଦୃଷ୍ଟି ସମସ୍ୟା ଭୋଗୁଛନ୍ତି। ତେବେ ଭାରତରେ ୧୯୯୦ ସୁଦ୍ଧା ୫ କୋଟି ୭୭ ଲକ୍ଷ ନାଗରିକଙ୍କର ଏପରି ସମୀପ ଦୃଷ୍ଟି ସମସ୍ୟା ଥିବା ବେଳେ ୨୦୨୦ ବେଳକୁ ତାହା ୧୩ କୋଟି ୭୬ ଲକ୍ଷରେ ପହଞ୍ଚିଛି। ସୂଚନା ଥାଉ କି, ଏହି ସମୀପ ଦୃଷ୍ଟି ସମସ୍ୟା କହିଲେ ସାଧାରଣତଃ ଜଣେ ଦୂର ବସ୍ତୁ ଦେଖିପାରୁଥିବା ବେଳେ ନିକଟରେ ଥିବା ବସ୍ତୁଗୁଡ଼ିକ ଠିକ୍ରେ ଠଉରେଇ କରିପାରିନଥିବା ଅବସ୍ଥାକୁ ବୁଝାଏ। ଏହାକୁ ଡାକ୍ତରୀ…
କଲିକତା ୨୨/୧୦: ଲକଡାଉନ ଓ କରୋନା କାଳରେ ପ୍ରବାସୀ ଶ୍ରମିକଙ୍କୁ ସେ ଯେଉଁ ଭଳି ଭାବେ ସାହାଯ୍ୟର ହାତ ବଢ଼ାଇଛନ୍ତି ତାଙ୍କର ପ୍ରଶଂସା ଚାରିଆଡେ କରାଯାଉଛି। ତେବେ ଏବେ ସୋନୁ ସୁଦ କଲିକତା ଦୁର୍ଗା ପୂଜା ପେଣ୍ଡାଲର ଥିମ ହୋଇଛନ୍ତି। ତାଙ୍କୁ ପୂଜା ପେଣ୍ଡାଲରେ ସାମିଲ କରାଯାଇଛି। କଲିକତାର ଏକ ଦୁର୍ଗା ପୂଜା ସମିତି ଲକଡାଉନ ସମୟରେ ପ୍ରବାସି ଶ୍ରମିକଙ୍କ କଠିନତାକୁ ଥିମ୍ ଭାବେ ବାଛିଛନ୍ତି। ଲକଡାଉନରେ ପ୍ରବାସୀଙ୍କ ସାହାଯ୍ୟ କରିଥିବାରୁ ତାଙ୍କୁ ସମିତି ସମ୍ମାନିତ କରିଛି। ତାଙ୍କୁ ସମ୍ମାନ ତଥା ସମ୍ମାନିତ କରିବା ଉଦ୍ଦେଶ୍ୟରେ ତାଙ୍କ ମୂର୍ତି ସ୍ଥାପନ କରିଛନ୍ତି। ଲୋକ ତାଙ୍କ ଠାରୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ପ୍ରେରଣା ପାଇବା ପାଇଁ ତାଙ୍କ ମୂର୍ତି ସ୍ଥାପନା କରାଯାଇଥିବା ସମିତି ପକ୍ଷରୁ କୁହାଯାଇଛି। ତେବେ ପୂଜା ମଣ୍ଡପରେ ତାଙ୍କ ମୂର୍ତି ସାମିଲ ହେବା ପରେ ଟ୍ବିଟ ସୋନୁ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଏବେ ସୁଦ୍ଧା ଏହା ତାଙ୍କ…
ଭୁବନେଶ୍ୱର ୨୨।୧୦: ମହାପ୍ରଭୁଙ୍କ ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ଜଣେ ଦାତା ୫ କିଲୋ ସୁନା ଦେବେ । ପୂର୍ବରୁ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର ଥିବା ବେଳେ ଆଉ ଏକ ସେଟ ହେବ ନିର୍ମାଣ । ତେବେ ମହାପ୍ରଭୁଙ୍କ ପାଇଁ ନୂତନ କରି ଶ୍ରୀମୁଖ ପଦ୍ମ, ୬ଟି ଝୋବା, ୨ଟି ତଡ଼ଖି ନିର୍ମାଣ ହେବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ବୈଠକ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶ କ୍ରମେ ନୀତି ପ୍ରଶାସକଙ୍କ ଅଧକ୍ଷତାରେ ହୋଇଥିଲା ବୈଠକ । ବୈଠକରେ ପାଟଜୋଷୀ ମହାପାତ୍ର, ଦେଉଳ କରଣ, ତଢାଉ କରଣ, କମାଣ୍ଡର, ପରିଚାଳନା କମିଟି ସଦସ୍ୟ ଥିଲେ ଉପସ୍ଥିତ ଥିଲେ । ଶ୍ରୀବିଗ୍ରହଙ୍କ ଝୋବା, ଶ୍ରୀମୁଖ ପଦ୍ମ, ତଡକୀ ଆଦି ୫ଟି ବର୍ଗର ସ୍ୱର୍ଣ୍ଣ ଅଳଙ୍କାର ନଷ୍ଟ ହୋଇଯାଇଛି। ଶହ ଶହ ବର୍ଷ ପୂର୍ବେ ଏହି ଅଳଙ୍କାର ରଜାରାଜୁଡା…
ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷ ମହିମା ସମ୍ପର୍କରେ ଉଲ୍ଲେଖ ରହିଛି | ରୁଦ୍ରାକ୍ଷ ସମସ୍ତଙ୍କ ଲଭଦାୟୀ | କିନ୍ତୁ ମୁଖ ଅନୁସାରେ ଏହାର ମହତ୍ୱ ଭିନ୍ନ ଭିନ୍ନ ରହିଥାଏ | ପ୍ରତ୍ୟେକ ରୁଦ୍ରାକ୍ଷ ଉପରେ ଧାରା ରହିଥାଏ | ଧାରା ଅନୁଯାୟୀ ରୁଦ୍ରାକ୍ଷର ମୁଖ ନିର୍ଣ୍ଣୟ ହୋଇଥାଏ | ରୁଦ୍ରାକ୍ଷ ଏକମୁଖୀ ରୁ ଏକୋଇଶ ମୁଖୀ ରହିଛି | ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ ନିୟମିତ ରୁଦ୍ରାକ୍ଷ ପୂଜା ହୋଇଥାଏ ସେଠାରେ ଅନ୍ନ, ବସ୍ତ୍ର, ଧନର ଅଭାବ ରହେନାହିଁ | ଏମିତି ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରନ୍ତି | ବିଶ୍ୱାସ ରହିଛି ଯେ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି କିମ୍ବା ପୂଜା କରୁଥିବା ବ୍ୟକ୍ତି ଶେଷ…
ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିଲା ମନ୍ଦିର। ଏବେ ଅନଲକ ଗାଇଡଲାଇନ ୫.୦ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତି ନିଆଯାଇଛି। ତେବେ ଶ୍ରଦ୍ଧାଳୁମାନେ ସଂଧ୍ୟା ୫ରୁ ୬.୩୦ ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିପାରିବେ। ଏହାପରେ ମନ୍ଦିର ବୁଲି ସନ୍ଧ୍ୟା ୭ .୧୫ରେ ଲାଇଟ ଶୋ ଦେଖିପାରିବେ। ସୂଚନାନୁଯାୟୀ, ପୂର୍ବ ପରି ମନ୍ଦିର ପରିସର ମଧ୍ୟରେ ଥିବା ବଗିଚା, ଖାଦ୍ୟ କୋର୍ଟ, ପୁସ୍ତକ ଘର ଏବଂ ସାମଗ୍ରୀ କେନ୍ଦ୍ର ସମସ୍ତ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ଭିତରେ ସମାଜିକ ଦୂରତା ସହ ମାସ୍କ ପିନ୍ଦିବା ବାଧ୍ୟତାମୂଳକ କରାଯାଇଛି ।
ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାରେ ଜନଶୁଣାଣି କରାଯିବ। ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲର ୪ଟି ମୌଜାର ସର୍ବମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ। ଏହା ମଧ୍ୟରେ ସର୍ଭେ ଓ ମାପଚୁପ କାମ ସରି ପ୍ରାୟ ୯୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି। ଆଜି ସମଙ୍ଗ ପଂଚାୟତ କାର୍ଯ୍ୟାଳୟ, ମାର୍କଣ୍ଡେଶ୍ୱର ସାହି ବିଶ୍ୱେଶ୍ୱରୀ ଠାକୁରାଣୀ ମନ୍ଦିର, ମାଟିତୋଟା କୋଠଘର ଓ ଦାଣ୍ଡିମାଳ ମୌଜା ପାଇଁ ଜଗନ୍ନାଥବଲ୍ଲଭ ମଠ ପରିସରରେ ପର୍ଯ୍ୟାୟ କ୍ରମେ ଜନଶୁଣାଣୀ ହେବ। ବିସ୍ଥାପିତ ହେବାକୁ ଥିବା ଲୋକେ ଜନଶୁଣାଣୀରେ ନିଜ ଅଭିଯୋଗ, ପ୍ରସ୍ତାବ ଓ କ୍ଷତିପୂରଣ ସମ୍ପର୍କରେ ମତ ରଖିବେ। ଏହି ପ୍ରକଳ୍ପ ଦ୍ବାରା ଶ୍ରଦ୍ଧାଳୁମାନେ ଆଉ ଗାଡି ଧରି ସହର…
ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ଏବଂ ଓଡ଼ିଶାର ନାମ ଏଥିରେ ସାମିଲ ରହିଛି। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏବଂ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି। ପ୍ରକାଶ ଜାବଡେକର କହିଛନ୍ତି ଯେ, ଏହି ପ୍ରୋଜେକ୍ଟ ବିଶ୍ଵ ବ୍ୟାଙ୍କ ଦ୍ଵାରା ସମର୍ଥିତ କରାଯିବ। 5,718 କୋଟି ଏଥିରେ ଖର୍ଚ୍ଚ ହେବ। ଯେଉଁଥିରେ ବିଶ୍ଵବ୍ୟାଙ୍କ 500 ମିଲିୟନ ଡଲାର ସହଯୋଗ କରୁଛି। ଅକ୍ଟୋବର 7ରେ ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର କୋଲକାତା ଇଷ୍ଟ ୱେଷ୍ଟ ମେଟ୍ରୋ କରିଡର ପ୍ରୋଜେକ୍ଟ ପାଇଁ ସଂଶୋଧିତ ଲଗାଣକୁ ଅନୁମତି ଦେଇଥିଲେ। ଏହା ସହିତ ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଚୁକ୍ତିନାମା ମଧ୍ୟ ଭାରତ ଏବଂ ଜାପାନ…
ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ ସେନେଇ ସ୍ପଷ୍ଟ ମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିପାଇଁ ଏକ ସପ୍ତାହର ମହଲତ ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ଓଡିଶା ଅବିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ତେବେ ୭ଟି ସ୍ଲାବରେ ଫି’ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅପୋସ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆପୋସ ସମାଧାନରେ ସୂତ୍ର ବାହାର କରିବାକୁ କୋର୍ଟ ପରାମର୍ଶ ଦେଇଥିଲେ। ଯଦି କୌଣସି ନିର୍ଯାସ ନବାହାରେ ତାହେଲେ କୋର୍ଟ ନିଷ୍ପତ୍ତି ନେବେ ବୋଲି ଦର୍ଶାଯାଇଥିଲା…
ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ ଟଙ୍କାର ରାଜସ୍ଵ ମିଳିଥିଲା। 5 ବର୍ଷିଆ ଯୋଜନା ମାଧ୍ୟମରେ 18ଟି ଜିଲ୍ଲାରେ 47ଟି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇଛି। କେବଳ ଶିମିଳିପାଳ ଓ ସାତକୋଶିଆ ପରିବେଶ ପର୍ଯ୍ୟଟନ କ୍ଷେତ୍ରରୁ ସ୍ଥାନୀୟ ଅଧିବାସୀମାନେ ଗତ ଦୁଇ ବର୍ଷରେ 2 କୋଟି ଟଙ୍କା ଉପାର୍ଜନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିବେଶ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ପରିବେଶ ପର୍ଯ୍ୟଟନ ସ୍ଥଳୀରୁ ବର୍ଷକୁ ବର୍ଷ ରାଜସ୍ଵ ବଢିବାରେ ଲାଗିଛି। 2016-17 ଆର୍ଥିକ ବର୍ଷରେ 11 ହଜାର…
ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି ପାରିବେ ପର୍ଯ୍ୟଟକ। ଦିନକୁ ସର୍ବାଧିକ ୫୦୦ ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମୟରେ ଉଭୟ ପର୍ଯ୍ୟଟକ, ବନ କର୍ମଚାରୀ, ବୋଟ ଚାଳକମାନେ କୋଭିଡ କଟକଣା ମାନିବା ସହିତ ଜାତୀୟ ଉଦ୍ୟାନର ସୁରକ୍ଷ। ପ୍ରତି ଯତ୍ନ ଦେବାକୁ ପରାମର୍ଶ ଦିଆଯାଇଛି । ଉଦ୍ୟାନ ମଧ୍ୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ଵ ରଖିବା ବାଧ୍ୟତାମୂଳକ କରାଯାଇଛି।