Author: NewsLaxmi7
ଭୁବନେଶ୍ୱର : ଶିରିଡି ସାଇ ବାବାଙ୍କୁ ଯିଏ ଶ୍ରଦ୍ଧାର ସହ ପୂଜା କରିଥାଏ, ତାଙ୍କୁ ସ୍ମରଣ କରେ ବାବା ସେମାନଙ୍କ ଉପରେ ସର୍ବଦା ନିଜ କୃପା ଦୃଷ୍ଟି ରଖିଥାନ୍ତି ବୋଲି କୁହାଯାଏ । ଗୁରୁବାର ଦିନ ସାଇ ବାବାଙ୍କୁ ସମର୍ପିତ । ମନୋସ୍କାମନା ପୂର୍ତ୍ତି ପାଇଁ ଲୋକେ ଗୁରୁବାର ଦିନ ସାଇ ବାବାଙ୍କ ବ୍ରତ ପାଳନ କରନ୍ତି । ପ୍ରତ୍ୟେକ ଜାତି ବା ଧର୍ମର ବ୍ୟକ୍ତି ସାଇ ବାବାଙ୍କ ଆରାଧନା କରିପାରିବେ । ସାଇ ବାବା ସମସ୍ତଙ୍କ ମନୋସ୍କାମନା ପୂରଣ କରନ୍ତି । ବାବାଙ୍କ ବିଶେଷ କୃପା ପାଇବା ପାଇଁ କେମିତି ପୂଜା କରିବେ ଜାଣନ୍ତୁ । ପୂଜା କରିବା ପରେ ବାବାଙ୍କ କଥା ନିଶ୍ଚୟ ପଢନ୍ତୁ ଓ ଆଳତି କରନ୍ତୁ । ସାଇ ବାବାଙ୍କର ଗୋଟିଏ ହିଁ ମୂଳମନ୍ତ୍ର-‘ସମସ୍ତଙ୍କର ମାଲିକ ଜଣେ’ ବା ‘ସବକା ମାଲିକ ଏକ ହୈ’ । ବାବାଙ୍କ ବ୍ରତ ବହୁତ ସହଜ ଓ ସରଳ ।…
ଭୁବନେଶ୍ୱର : ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ ହୋଇଥାଏ । ସେଥିପାଇଁ ରବିବାର ଦିନ ସୂର୍ଯ୍ୟଦେବଙ୍କୁ ପୂଜା କରିବାର ବିଧାନ ରହିଛି । ହିନ୍ଦୁ ଧର୍ମରେ ପୌରାଣିକ ବିଶ୍ୱାସ ରହିଛି ଯେ ସୂର୍ଯ୍ୟଦେବ ପ୍ରତ୍ୟକ୍ଷ ରୂପରେ ଦର୍ଶନ ଦେଇଥାନ୍ତି । ପୌରାଣିକ ବେଦରେ ସୂର୍ଯ୍ୟଙ୍କ ଉଲ୍ଲେଖ ବିଶ୍ୱ ଆତ୍ମା ଓ ଈଶ୍ୱରଙ୍କ ନେତ୍ର ଭାବେ କରାଯାଇଛି । ସୂର୍ଯ୍ୟଦେବଙ୍କ ଆରାଧନା କରିବା ଦ୍ୱାରା ଜୀବନଶକ୍ତି, ମାନସିକ ଶାନ୍ତି, ଉର୍ଜା ଓ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ସେଥିପାଇଁ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ । ରାମାୟଣରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ ରହିଛି ଯେ ପ୍ରଭୁ ଶ୍ରୀରାମ ଲଙ୍କାକୁ ଯିବାକୁ ସେତୁ ନିର୍ମାଣ ପୂର୍ବରୁ ସୂର୍ଯ୍ୟଦେବଙ୍କୁ ଆରାଧନା କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ ମଧ୍ୟ…
ଭୁବନେଶ୍ୱର ୦୩/୧୦ : ଶନିବାର ଦିନ ନ୍ୟାୟ ଦେବତା ଶନିଦେବଙ୍କୁ ଆରାଧନା କରାଯାଏ। ଶନିବାର ଦିନ ଶନିଦେବଙ୍କୁ ପୂଜା କଲେ ସବୁ କଷ୍ଟ ଦୂର ହୋଇଥାଏ। ଯେଉଁମାନଙ୍କର ସାଢ଼େସାତି ଚାଲୁଥାଏ ସେମାନେ ଶନିଦେବଙ୍କୁ ପୂଜା କଲେ ଶୁଭ ଫଳ ମିଳିଥାଏ। ଶନି ଦୋଷରୁ ମୁକ୍ତି ପାଇଁ ମୂଳ ନକ୍ଷତ୍ରଯୁକ୍ତ ଶନିବାରରୁ ଆରମ୍ଭ କରି ସାତଟି ଶନିବାର ଯାଏଁ ପୂଜା କରିବା ସହ ବ୍ରତ ପାଳନ କରିବା ଉଚିତ। ସମ୍ପୂର୍ଣ୍ଣ ନିୟମ ଅନୁସାରେ ପୂଜା ଓ ବ୍ରତ ପାଳନ କଲେ ଶନିଦେବଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ଦୁଃଖ ଦୂର ହୋଇଥାଏ। ଶନିଦେବଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ବହୁତ ଜରୁରୀ। ନଚେତ ଅନେକ ଦୋଷ ଲାଗିଥାଏ। ଶନିଦେବଙ୍କ ପୂଜା କରିବା ସମୟରେ କିଛି ନିୟମ ପାଳନ କରିବା ଆବଶ୍ୟକ। ପଶ୍ଚିମ ଦିଗ ଆଡକୁ ମୁହଁ କରି ଶନିଦେବଙ୍କୁ ପୂଜା କରିବା ଉଚିତ ଏବଂ ମନ୍ତ୍ର ଜପ କରିବା ଉଚିତ। କାରଣ ଶନିଦେବଙ୍କୁ ପଶ୍ଚିମ…
ଭୁବନେଶ୍ୱର ୦୭/୧୦ : ବୁଧବାର ଦିନ ବିଧି ବିଧାନ ଅନୁସାରେ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ବୁଧବାର ଦିନ ଭଗବାନ ଗଣେଶଙ୍କର। ବିଧି ବିଧାନ ଅନୁଯାୟୀ ପୂଜା କଲେ ଭଗବାନ ଗଣେଶ ପ୍ରସନ୍ନ ହୋଇ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି ଓ ମନୋସ୍କାମନା ପୂରଣ କରିଥାନ୍ତି। ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଗଣେଶ ରିଦ୍ଧି-ସିଦ୍ଧି ଦାତା ଓ ଶୁଭ-ଲାଭ ପ୍ରଦାତା। ଗଣେଶ ଭକ୍ତଙ୍କ ବାଧାବିଘ୍ନ, ସଙ୍କଟ, ରୋଗ ଦୋଷ ତଥା ଦରିଦ୍ରତା ଦୂର କରିଥାନ୍ତି। ବିଶ୍ୱାସ ରହିଛି ଯେ ବୁଧବାର ଦିନ ସଚ୍ଚୋଟ ମନରେ ଗଣେଶଙ୍କୁ ଆରାଧନା କଲେ ଓ ମନ୍ତ୍ର ଜପ କଲେ ସମସ୍ୟା ସମାଧାନ ହୋଇଥାଏ। ଗଣେଶ ଅମଙ୍ଗଳ ଦୂର କରିଥାନ୍ତି। ଯାହା ଉପରେ ଭଗବାନ ଗଣେଶ କୃପା କରନ୍ତି ସେମାନଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଥାଏ। ଗଣେଶ ଯେତେ ଶୀଘ୍ର ରାଗି ଯାଆନ୍ତି ସେତେ ଶୀଘ୍ର ମାନି…
ଭୁବନେଶ୍ୱର ୦୬/୧୦ : ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଓ ସଙ୍କଟ ଦୂର କରିଥାନ୍ତି। ସେଥିପାଇଁ ହନୁମାନଙ୍କୁ ସଂକଟମୋଚକ ମଧ୍ୟ କୁହାଯାଏ। ହନୁମାନ ଖୁବ ଶୀଘ୍ର ନିଜ ଭକ୍ତଙ୍କ ଭକ୍ତିରୁ ପ୍ରସନ୍ନ ହୋଇଯାନ୍ତି ବୋଲି କୁହାଯାଏ। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ। ଶ୍ରୀରାମଙ୍କ ଶରଣ ନେଲେ ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି। ହିନ୍ଦୁ ପରିବାରରେ ଯେତେବେଳେ କୌଣସି ଶୁଭ କାର୍ଯ୍ୟ ହୋଇଥାଏ ଘରର ପ୍ରବେଶ ଦ୍ଵାରରେ ଆମ୍ବ ପତ୍ର ଓ ଫୁଲ ସଜାଯାଇଥାଏ। ତେବେ ଏହା ପଛରେ ମଧ୍ୟ ଏକ କାରଣ ଅଛି ଯେଉଁଥିପାଇଁ ଲୋକେ ଘରର ମୁଖ୍ୟଦ୍ଵାରରେ ଆମ୍ବ ପତ୍ର ସଜେଇଥାନ୍ତି। ଜାଣନ୍ତୁ ଏହା ପଛର ଧାର୍ମିକ କାରଣ: ହିନ୍ଦୁ ଧର୍ମରେ ବୃକ୍ଷକୁ ବହୁତ ସମ୍ମାନ ଦିଆଯାଏ। ହିନ୍ଦୁ ଧର୍ମରେ ଅନେକ ବୃକ୍ଷକୁ ପୂଜା କରାଯାଏ। ବୃକ୍ଷକୁ ଅନ୍ନ ଦେବତା ବୋଲି ମଧ୍ୟ କୁହାଯାଏ। ସାଧାରଣତଃ ଆମ୍ବ ପତ୍ର ପୂଜାରେ ବ୍ୟବହାର ହୋଇଥାଏ।…
ଭୁବନେଶ୍ୱର : ଶାସ୍ତ୍ର ଅନୁସାରେ ଗାୟତ୍ରୀ ମନ୍ତ୍ରକୁ ବେଦରେ ସର୍ବଶ୍ରେଷ୍ଠ ମନ୍ତ୍ର କୁହାଯାଇଛି । ଗାୟତ୍ରୀ ମନ୍ତ୍ରକୁ ମହାମନ୍ତ୍ର ମଧ୍ୟ କୁହାଯାଏ । ମୁନି ଋଷି ମୁକ୍ତ କଣ୍ଠରେ ଗାୟତ୍ରୀ ମନ୍ତ୍ର ଗୁଣଗାନ କରନ୍ତି । ଭଗବାନ ଶ୍ରୀକୃଷ୍ଣ ଗୀତାରେ ସ୍ୱୟଂ କହିଛନ୍ତି ଯେ ‘ଗାୟତ୍ରୀ ଛନ୍ଦସାମହମ’ ଅର୍ଥାତ ମୁଁ ସ୍ୱୟଂ ଗାୟତ୍ରୀ ମନ୍ତ୍ରରେ ଅଛି । ” ଓଁ ଭୂର୍ଭୁଵଃ ସ୍ଵ ତାତ୍ସବିତୁରବରେନ୍ୟଂ ଭର୍ଗୋ ଦେଵସ୍ୟ ଧୀମହୀ ଧିୟୋ ୟୋ ନଃ ପ୍ରଚୋଦୟାତ୍ “ ଅର୍ଥାତ, ସେହି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱି, ପାପନାଶକ, ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଧ୍ୟାନ କରିବା । ସେହି ପରମାତ୍ମା ଆମ ବୁଦ୍ଧିକୁ ସତମାର୍ଗରେ ପ୍ରେରିତ କରିବେ । ଗାୟତ୍ରୀ ମନ୍ତ୍ର ଜପ କରିବା ସମୟ : ବେଦ ଓ ପୁରାଣରେ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ୩ଟି ସମୟ ଦିଆଯାଇଛି । ପ୍ରଥମ ସମୟ ହେଲା ପ୍ରାତଃକାଳ, ଦ୍ୱିତୀୟରେ ଅପରାହ୍ନ ସମୟ…
ଭୁବନେଶ୍ୱର : ଦୁନିଆରେ ସମସ୍ତଙ୍କୁ ଧନସମ୍ପତ୍ତି ଦରକାର । ଧନ ବିନା ଚଳିବା ମୁସକିଲ । ଧନ ବୃଦ୍ଧି ପାଇଁ ଧନର ଦେବୀ ମା’ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ମା’ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଶୁକ୍ରବାର ଦିନ ସଚ୍ଚୋଟ ମନରେ ମାଙ୍କୁ ଆରାଧନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ମାଙ୍କ ପୂଜା କରିବା ଉଚିତ । ଜାଣନ୍ତୁ ସାମାନ୍ୟ ପୂଜାବିଧି : ଶୁକ୍ରବାର ଦିନ ଘରେ ତୁଳସୀ ଗଛ ଲଗାନ୍ତୁ ଓ ନିୟମିତ ଜଳ ଅର୍ପଣ କରି ପୂଜା କରନ୍ତୁ -ଶ୍ୱେତ ଚନ୍ଦନ ତିଳକ କରନ୍ତୁ -ପାଣିରେ ଚନ୍ଦନ ମିଶାଇ ସ୍ନାନ କରନ୍ତୁ -ରୁପା ଖଣ୍ଡ କିମ୍ବା ଚନ୍ଦନ କାଠ ନଦୀରେ ପ୍ରବାହିତ କରନ୍ତୁ -ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ -ସନ୍ତାନ ପ୍ରାପ୍ତି ପାଇଁ ଘରେ ପାରିଜାତ ଗଛ ଲଗାନ୍ତୁ…
ବେଙ୍ଗାଲୁରୁ ୨୨/୧୦: ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମନାକୁ ଆସୁଛି। ନିକଟରେ ଟିଭି ଅଭିନେତ୍ରୀ ଜରିନା ରୋଶନ୍ ଖାନଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରିର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଏବେ ଶୁଣିବାକୁ ମିଳିଛି ଯେ ଜଣାଶୁଣା କନ୍ନଡ଼ ଅଭିନେତା ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କ ମୃତଦେହ ତାଙ୍କ ଘରୁ ମିଳିଛି। ‘ଟୁଲ୍ଲୁ’ ଅଭିନେତାଙ୍କ ମୃତ୍ୟୁ ତାଙ୍କ ବଣ୍ଟଓ୍ବାଲ୍ ସ୍ଥିତ ଘରେ ହୋଇଛି। ପୋଲିସ୍ ଏହି ମାମଲାରେ ଏବେ ତଦନ୍ତ କରୁଛି। ଅଭିନେତାଙ୍କ ପ୍ରଶଂସକ ଏହି ଖବର ଶୁଣି ସ୍ତବ୍ଧ ଅଛନ୍ତି। ସୂଚନା ମୁତାବକ ସୁରେନ୍ଦ୍ର ବଣ୍ଟଓ୍ବାଲଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ସୁରେନ୍ଦ୍ରଙ୍କ କୌଣସି ଜଣେ ବ୍ୟକ୍ତିଙ୍କ ସହ ଦୀର୍ଘ ଦିନରୁ ଟଙ୍କା ନେଣଦେଣକୁ ନେଇ ଝଗଡ଼ା ଚାଲିଥିଲା। ଏବେ ସୁଦ୍ଧା ତାଙ୍କ ପରିବାର କିମ୍ବା ପୋଲିସ୍ ତରଫରୁ କୌଣସି ଷ୍ଟେଟମେଣ୍ଟ ଜାରି କରାଯାଇ ନାହିଁ। ସୁରେନ୍ଦ୍ର ଫିଲ୍ମ Chali Polilu, କନ୍ନଡ଼ ଫିଲ୍ମ Savarna Deergha Sandhiରେ କାମ…
ନୂଆଦିଲ୍ଲୀ : ଏଣିକି ସ୍କୁଲ ମାନଙ୍କରେ ପ୍ରି-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଯିବ। କେନ୍ଦ୍ର ସରକାର ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ପ୍ରି-ପ୍ରାଇମେରୀ ଶ୍ରେଣୀର ପିଲାମାନଙ୍କୁ ସକାଳ ଜଳଖିଆ ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସାମିଲ ଅଛନ୍ତି। ନିକଟରେ ନୂତନ ଶିକ୍ଷାନୀତିରେ ସ୍କୁଲ ପିଲାମାନଙ୍କୁ ପୃଷ୍ଟିସାରଯୁକ୍ତ ଜଳଖିଆର ବ୍ୟବସ୍ଥା କରାଯିବା ପାଇଁ ସୁପାରିସ କରାଯାଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଏନେଇ ସମସ୍ତ ରାଜ୍ୟମାନଙ୍କୁ ପତ୍ର ଲେଖାଯାଇ ମତାମତ ଲୋଡାଯାଇଛି। ରାଜ୍ୟ ମାନଙ୍କ ପାଖରୁ ମତାମତ ମିଳିସାରିବା ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ଖର୍ଚ୍ଚ ସମ୍ବନ୍ଧୀୟ ଅର୍ଥ କମିଟିରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି।
ଦୈନିକ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ | ରାଶିଫଳ ଗଣନା କରାଯାଏ ଏବଂ ରାଶିଫଳ ବାହାର କରିବା ସମୟରେ ସଠିକ୍ ଜ୍ୟୋତିର୍ବିଜ୍ଞାନ ବିଶ୍ଳେଷଣ କରାଯାଇଥାଏ | ସମସ୍ତ 12 ଟି ରାଶିର ରାଶିଫଳ ଆମର ଦୈନଦିନ ରାଶିରେ କୁହାଯାଇଛି | ଏହି ରାଶିଫଳପଢନ୍ତୁ ,ତୁମେ ତୁମର ଦୈନଦିନ ଯୋଜନାକୁ ସଫଳ କରିବାରେ ସକ୍ଷମ ହେବ | ଆଜିର ରାଶିଫଳ ଆପଣଙ୍କ ପାଇଁ ଚାକିରି, ବ୍ୟବସାୟ, କାରବାର, ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମ୍ପର୍କ, ସ୍ୱାସ୍ଥ୍ୟ ଏବଂ ଦିନସାରା ଘଟୁଥିବା ଶୁଭ ଏବଂ ଅଶୁଭ ଘଟଣା ବିଷୟରେ ପୂର୍ବାନୁମାନ କରେ | ଆଜି ଆମେ ଆପଣଙ୍କୁ ଅକ୍ଟୋବର 22ରେ କଣ ହେବାକୁ ଯାଉଛି ତାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ | ମେଷ ରାଶି ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ | ତୁମର ଆୟ ବୃଦ୍ଧି ପାଇବ ଏବଂ ତୁମର ପ୍ରେମ ଭଲ ପାଇବ | ଯେଉଁମାନେ…