Author: NewsLaxmi7
ପାନ ପତ୍ର ଏକ ବିଶେଷ ଲତାର ପତ୍ର। ଏହାର ପ୍ରୟୋଗ ଔଷଧ ଭାବେ କରାଯାଇଥାଏ। ଏହା ପାଚନ ତନ୍ତ୍ରକୁ ଉତ୍ତମ ଏବଂ ଶରୀରକୁ ବିଷମୁକ୍ତ କରିଥାଏ। ଭାରତରେ ଏହାକୁ ପ୍ରାଚୀନ କାଳରୁ ଅତ୍ୟନ୍ତ ପବିତ୍ର କୁହାଯାଇଥାଏ। ଏପରିକି ଏହାର ଉଲ୍ଲେଖ ବେଦରେ ମଧ୍ୟ କରାଯାଇଛି। ପାଖାପାଖି ସବୁ ପ୍ରକାରର ପୂଜା ଅନୁଷ୍ଠାନରେ ଏହାର ବ୍ୟବହାର ହୋଇଥାଏ। ଏହାକୁ ଶୁଭ କାର୍ଯ୍ୟର ଆରମ୍ଭ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଦେବୀଙ୍କ ଉପାସନାରେ ପାନପତ୍ର ଦ୍ବାରା ବିଶେଷ ମନୋସ୍କାମନା ପୂରଣ କରାଯାଇଥାଏ। ପାନ ପତ୍ରଟି ସମ୍ପୂର୍ଣ୍ଣ ହେବା ଉଚିତ୍ ଏବଂ ଏଥିରେ ଡେମ୍ଫ ଲାଗିବା ଉଚିତ୍। ପାନପତ୍ର ଫାଟିନଥିବା ଦରକାର। ପୂଜା ଏବଂ ପ୍ରୟୋଗ ପାଇଁ ସବୁଜ ପତ୍ରର ପ୍ରୟୋଗ କରନ୍ତୁ। ସିନ୍ଦୂରକୁ ଘିଅରେ ମିଶାଇ ପେଷ୍ଟ କରନ୍ତୁ। ପାନ ପତ୍ରରେ ଏହି ପେଷ୍ଟ ଦ୍ବାରା ନିଜ ନାଁ ଲେଖନ୍ତୁ। ଏହାକୁ ଦେବୀଙ୍କୁ ଅର୍ପଣ କରନ୍ତୁ। ଏପରି ନବରାତ୍ରିରେ ଲଗାତାର ୩ଦିନ କରନ୍ତୁ। ନବରାତ୍ରିରେ…
ଭୁବନେଶ୍ୱର ୨୨/୧୦ : ପାଞ୍ଜି ଅନୁଯାୟୀ, ଅକ୍ଟୋବର ୨୨ ତାରିଖ ଗୁରୁବାର ଆଶ୍ୱିନ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥି। ଏହା ନବରାତ୍ରର ଷଷ୍ଠ ଦିନ। ନବରାତ୍ରର ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କୁ ସମର୍ପିତ। ନବରାତ୍ର ଷଷ୍ଠୀ ଦିନ ମା’ କାତ୍ୟାୟନୀଙ୍କୁ ପୂଜା କରିବା ବିଧି ରହିଛି। ମା’ କାତ୍ୟାୟନୀ ମହିଷାସୁର ବଧ କରିଥିଲେ। ସେଥିପାଇଁ ମା’ଙ୍କୁ ଅସୁର, ଦାନବ ଓ ପାପୀଙ୍କ ନାଶ କରୁଥିବା ଦେବୀ ବୋଲି କୁହାଯାଏ। ମା’ କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତି ନିଜ ଇନ୍ଦ୍ରିୟକୁ ବସ କରିବାକୁ ଶକ୍ତି ପ୍ରାପ୍ତ କରିଥାଏ ବୋଲି ବିଶ୍ୱାସ ରହିଛି। ମା’ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ ଆକର୍ଷଣୀୟ। ମା’ଙ୍କ ଶରୀର ସୁନା ଭଳି ଝଟକୁଥାଏ। ମା’ଙ୍କ ଚାରିଟି ଭୁଜା ଓ ସିଂହ ଉପରେ ବିରାଜମାନ। ମା’ଙ୍କ ଗୋଟିଏ ହାତରେ ଖଣ୍ଡା, ଗୋଟିଏ ହାତରେ ପଦ୍ମ ଫୁଲ ଓ ଅନ୍ୟ ଦୁଇ ହାତରେ ବରମୁଦ୍ରା ଓ ଅଭୟମୁଦ୍ରା ରହିଛି। ବିବାହ ବାଧା ଦୂର…
ନୂଆଦିଲ୍ଲୀ ୨୨/୧୦: ଶାହରୁଖ ଖାନ ଓ କାଜୋଲଙ୍କ ଆଇକନିକ ଫିଲ୍ମ ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗକୁ ପୂରିଛି ୨୫ ବର୍ଷ। ଏବେ ବି ଫିଲ୍ମ ସେମିତି ଲୋକପ୍ରିୟ। ଫିଲ୍ମକୁ ନେଇ କିଛି ଦିନ ହେବ ଏମିତି ଚର୍ଚା ଚାଲିଛି ଯେ ଲାଗୁଛି ଯେମିତି ଏଇ ବର୍ଷ ରିଲିଜ ହୋଇଛି। ଫିଲ୍ମ କ୍ରିଟିକ ତରଣ ଆଦର୍ଶ କହିଛନ୍ତି ଏହି ବ୍ଲକବ୍ଲାଷ୍ଟର ଫିଲ୍ମ ପୁଣି ଥରେ ୧୮ଟି ଦେଶରେ ରିଲିଜ ହେବ। ଏଥିପାଇଁ ତାଲିକା ପ୍ରସ୍ତୁତି ସରିଛି। ଆମେରିକା, ୟୁକେ, ୟୁଏଇ, ସାଉଦି ଆରବ, କତର, ମରିସିୟସ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ଫିଜି, ଜର୍ମାନୀ, ସ୍ବିଡେନ, ନରଓ୍ବେ, ସ୍ବିଜରଲ୍ୟାଣ୍ଡ, ଇଷ୍ଟୋନିଆ ଓ ଫିନଲାଣ୍ଡରେ ରିଲିଜ ହେବ। ଏହାର ଅର୍ଥ ଏହାର କ୍ରେଜ କେବଳ ଭାରତରେ ସୀମିତ ନାହିଁ ବରଂ ବିଦେଶରେ ମଧ୍ୟ ଅଛି। ଏହି ସିନେମା ପ୍ରେମର ଠିକ୍ ଅର୍ଥକୁ ବୁଝାଇଛି। ଫିଲ୍ମକୁ ୨୫ ବର୍ଷ ପୂରିଥିବାରୁ ଶାହରୁଖ ଓ କାଜୋଲଙ୍କୁ ମଧ୍ୟ ସ୍ବତନ୍ତ୍ର…
ମୁମ୍ବାଇ ୨୨/୧୦: ସୋସିଆଲ୍ ମିଡିଆରେ ଧର୍ମକୁ ଆକ୍ଷେପ କରି ପୋଷ୍ଟ କରିବା ଏବେ ଏକ ପ୍ରକାର ଟେଣ୍ଡ ହୋଇଗଲାଣି। ଧାର୍ମିକ ସଂପ୍ରଦାୟ ମଧ୍ୟରେ ବିଦ୍ବେଶ ଭାବ ସୃଷ୍ଟି କରିବା ଭଳି ଅପଚେଷ୍ଟା କରାଯାଉଛି। କିନ୍ତୁ ସୋସିଆଲ ମିଡିଆରେ ଏଭଳି କିଛି ସଂସ୍ଥାଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ମଧ୍ୟ ହେଉଛି। ସୋସିଆଲ ମିଡିଆରେ ନବରାତ୍ରିକୁ ନେଇ ବିବାଦୀୟ ପୋଷ୍ଟ କରି ହରଡ଼ଘଣାରେ ପଡ଼ିଛି ଭିଡିଓ ପ୍ଲାଟଫର୍ମ Eros Now। ନବରାତ୍ରି ଅବସରରେ Eros Now କିଛି ଆଗଧାଡ଼ିର ହିରୋଇନ୍ଙ୍କ ଫଟୋ ପୋଷ୍ଟ କରିଥିଲା। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବହୁ ୟୁଜର କମ୍ପାନୀକୁ ଭୁଲ ମାଗିବା ସହ ଏହି ସବୁ ଫଟୋ ହଟାଇବା ପାଇଁ ଦାବି କରିଥିଲେ। ଚାପରେ ଚେପା ହୋଇ କମ୍ପାନୀ ଏବେ ଏହି ସବୁ ପୋଷ୍ଟ ଡିଲିଟ୍ କରିଥିବା ଜଣାପଡ଼ିଛି। Eros Now ପ୍ରଯୋଜିତ ଫିଲ୍ମର କିଛି ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରାଯାଇଥିଲା। ଏଥିରେ…
ମୁମ୍ବାଇ ୨୨/୧୦: ବଲିଉଡ ଅଭିନେତା ଅନିଲ କପୁର ଲକଡାଉନରେ ଯେଉଁ ଶପଥ ନେଇଥିଲେ ତାହାକୁ ପୂରା କରିଛନ୍ତି। ସେ ନିଜ ଲୁକ୍କୁ ପୂରାପୂରି ଟ୍ରାନ୍ସଫର୍ମ କରି ନେଇଛନ୍ତି। ଏପରି ମଧ୍ୟ ଅନିଲ ନିଜ ଫିଟନେସକୁ ନେଇ ଯଥେଷ୍ଟ ସଚେତନ ରହିଥାନ୍ତି କିନ୍ତୁ ତାଙ୍କର ଏହି ନୂଆ ଲୁକ୍ ପୂର୍ବରୁ ଅଧିକ ମସ୍କୁଲାର। ସେ ନିଜର ଏହି ନୂଆ ଲୁକ୍ର ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ ଏହା ସହିତ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି। ଅନିଲ୍ କପୁର ଲେଖିଛନ୍ତି ଯେ ‘ଏହି ବାପା ଜ୍ଞାନ ଦେଇନଥାନ୍ତି ,ବାସ୍ ପୋଷାକ ଖୋଲି ସମୁଦ୍ର କୂଳରେ ଓ୍ବାକ୍ କରିଥାନ୍ତି। ସମସ୍ତଙ୍କର କିଛି ନା କିଛି ଓ୍ବିକ୍ ପଏଣ୍ଟ ରହିଥାଏ ଏବଂ ମୋର ଓ୍ବିକ୍ ପଏଣ୍ଟ ହେଉଛି ଖାଇବା।’ ଅନିଲ୍ କପୁର ଲେଖିଛନ୍ତି ଯେ,‘ମୋ ଭିତରେ ପଞ୍ଜାବୀ ପୁଅର ଟେଷ୍ଟ ବଡ୍ସକୁ ଜ୍ବଳନ୍ତ ହେବାର ଆବଶ୍ୟକତା ରହିଛି,ମୋ ଆଖି ସବୁବେଳେ ମୋ ପେଟରୁ…
ବେଙ୍ଗାଲୁରୁ ୨୨/୧୦: କର୍ଣ୍ଣାଟକର ସମୁଦ୍ରରେ ମାଛ ଧରୁଥିବାବେଳେ କେଉଟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଜାଲରେ ୨ଟି ବିରାଟକାୟ ସାମୁଦ୍ରିକ ଜୀବ ମଣ୍ଟା ରେ ଫସି ଯାଇଥିଲେ। ସେହି ୨ଟି ମଣ୍ଟା ରେର ଓଜନ ୭୫୦କିଲୋଗ୍ରାମ୍ ଏବଂ ୨୫୦କିଲୋଗ୍ରାମ୍ ଥିଲା। ମାଙ୍ଗାଲୋରରେ ବୁଧବାର ମାଲପେ ବନ୍ଦରରୁ ଜଣେ କେଉଟ ମାଛ ଧରିବାକୁ ଯାଇଥିବାବେଳେ ତା ଜାଲରେ ୨ଟି ବିରାଟକାୟ ମଣ୍ଟା ରେ ଫସି ଯାଇଥିଲା। ମଣ୍ଟା ରେ ଏକ ବିଶାଳକାୟ ସାମୁଦ୍ରିକ ଜୀବ ହୋଇଥାଏ ଯାହା ଜିନସ୍ ମେଣ୍ଟା ପ୍ରଜାତିର ହୋଇଥାଏ। ଏହି ଜୀବ ୭ମିଟର (୨୩ ଫୁଟ) ପର୍ଯ୍ୟନ୍ତ ଚଉଡ଼ା ହୋଇଥାନ୍ତି ଏବଂ ଛୋଟ ଅଲଫ୍ରେଡି ନାମକ ଜୀବର ଲମ୍ବ ୫.୫ ମିଟର(୧୮ଫୁଟ) ହୋଇଥାଏ। ଉଭୟଙ୍କଠାରେ ତ୍ରିକୋଣୀୟ ପଙ୍ଖ,ଶିଙ୍ଗ ଆକାରର ସେଫେଲିକ୍ ବଡ଼ ପଙ୍ଖ,ଆଗ ପଟେ ମୁହଁ ହୋଇଥାଏ। ସେମାନଙ୍କୁ ମାଇଲିୟୋବ୍ୟେଟିଫାର୍ମରେ ବର୍ଗୀକୃତ କରାଯାଇଛି। ଏହି ବିଶାଳକାୟ ଜୀବ ଧରା ପଡ଼ିବା ପରେ କେଉଟ ଜଣକ ସେହି ସାମୁଦ୍ରିକ ଜୀବନଗୁଡ଼ିକୁ ନାଗାସିଦ୍ଧି…
ନୂଆଦିଲ୍ଲୀ ୨୨/୧୦: କୌଣସି କାର୍ଯ୍ୟରେ ଲକ୍ (ଭାଗ୍ୟ) ସାଥ୍ ଦେଲେ ମଣିଷର ପରିବର୍ତ୍ତନ ନିଶ୍ଚିତ ବୋଲି ବିଶ୍ବାସ କରାଯାଏ। ବେଳେବେଳେ କିଛି ଲୋକଙ୍କ ଭାଗ୍ୟ ଏମିତି ପରିବର୍ତ୍ତନ ହୁଏ ଯେ ସେମାନେ ରାତାରାତି କୋଟିପତି ହୋଇଯାଆନ୍ତି। କାହାର କେବେ ଲଟେରି ଲାଗିଯାଏ ତ ଆଉ କାହାକୁ ଅଚାନକ ମିଳିଯାଏ ଅମାପ ଧନ। ସେମିତି ଜଣେ କେରଳୀ ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି। କେରଳ ବାସିନ୍ଦା ପ୍ରାୟ ୨୧ ବର୍ଷ ହେବ ଦୁବାଇରେ ରହୁଥିଲେ। ଚାକିରୀ ପାଇଁ ଯାଇଥିବା ବ୍ୟକ୍ତିଜଣଙ୍କ ଏବେ ୧ ମିଲିୟନ ଡଲାର ଅର୍ଥର ମାଲିକ। ୪୬ ବର୍ଷୀୟ କେରଳ ବାସିନ୍ଦା ଅନୁବ ପିଲାଇ ଦୁବାଇରେ ରୁହନ୍ତି। ସେଠାରେ ୨୧ ବର୍ଷ ରହିଥିଲେ ହେଁ ତାଙ୍କର ଭାଗ୍ୟ କୁଣ୍ଡଳି ଖୋଲିଛି ଏବେ। ଅକ୍ଟୋବର ୪ରେ କିଣିଥିବା ଲଟେରି ଟିକ୍ଟ ତାଙ୍କୁ କରିଦେଇଛି କୋଟିପତି। ରାତିରାତି ୧୦ ଲକ୍ଷ ଡଲାରର ମାଲିକ ହୋଇଛନ୍ତି ଦୁଇ ପିଲାର ବାପା ଅନୁବ। ୟୁଏଇରେ ଏକ…
ଦୁନିଆରେ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ମୃତ୍ୟୁ ପରେ ଆମର କଣ ହୋଇଥାଏ? ସତରେ କଣ ମଣିଷର ମୃତ୍ୟୁ ପରେ ପରଲୋକକୁ ଚାଲି ଯାଆନ୍ତି? ସତରେ କଣ ମଣିଷର ପୂର୍ନଜନ୍ମ ହୋଇଥାଏ? ଏହିସବୁ ପ୍ରଶ୍ନର ଉତ୍ତର ବୈଜ୍ଞାନିକଙ୍କୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ। ହେଲେ ଗରୁଡ଼ ପୁରଣାରେ ମୃତ୍ୟୁକୁ ନେଇ କିଛି କଥା କୁହାଯାଇଛି। ଗରୁଡ଼ ପୁରାଣ କଣ ଆସନ୍ତୁ ଜାଣିବା। ହିନ୍ଦୁଧର୍ମରେ ଥିବା ୧୮ ମହାପୁରାଣ ମଧ୍ୟ ଗରୁଡ ପୁରାଣ ହେଉଛି ଅନ୍ୟତମ। ଏହି ପୁରୁଣାରେ ଗରୁଡ଼ ପକ୍ଷୀ ଓ ବିଷ୍ଣୁଙ୍କ ମଧ୍ୟରେ ଚାଲିଥିବା ଆଦାନ ପ୍ରଦାନକୁ ନେଇ ମଣିଷ ଜୀବନ ଉପରେ କିଛି କଥା କୁହାଯାଇଛି। ହିନ୍ଦୁଧର୍ମ ଅନୁସାରେ ମୃତ୍ୟୁ ପରେ ମଣିଷର ଅନ୍ତିମ ସଂସ୍କାର କରିଯାଇଥାଏ। ପୁର୍ନଜନ୍ମକୁ ନେଇ ଗରୁଡ ପୁରାଣରେ ଅନେକ କଥା କୁହାଯାଇଛି। ମୃତ୍ୟୁ କଣ ? ସତରେ କଣ ପୁର୍ନଜନ୍ମ ଅଛି କି? ମଣିଷ ମରିବା ସମୟରେ କଷ୍ଟ ହୁଏ କି? ମୃତ୍ୟୁ ପରେ…
ଭୁବନେଶ୍ୱର : ହିନ୍ଦୁ ଧର୍ମ ଅନୁଯାୟୀ ପର୍ଶୁରାମ ଭଗବାନ ବିଷ୍ଣୁଙ୍କ ସଂସ୍ଥା ଅବତାର | ସେ ତ୍ରେତେୟା ଯୁଗରେ ଜଣେ ବ୍ରାହ୍ମଣ ଋଷିଙ୍କ ଘରେ ଜନ୍ମ ହୋଇଥିଲେ | ପୌରାଣିକ ତଥ୍ୟ ଅନୁଯାୟୀ, ମହର୍ଷି ଯମଦଗ୍ନିଙ୍କ ଦ୍ୱାରା ସମ୍ପର୍ଣ୍ଣ ପୁତ୍ରୋଷ୍ଟି ଯଜ୍ଞରୁ ପ୍ରସନ୍ନ ହୋଇ ଦେବରାଜ ଇନ୍ଦ୍ରଙ୍କ ବରଦାନ ସଦୃଶ୍ୟ ପତ୍ନୀ ରେଣୁକାଙ୍କ ଗର୍ଭରୁ ପର୍ଶୁରାମଙ୍କ ଜନ୍ମ ହୋଇଥିଲା | ସେ ଜଣେ ବ୍ରାହ୍ମଣ ରୂପରେ ଜନ୍ମ ନେଇଥିଲେ କିନ୍ତୁ କର୍ମରେ ଜଣେ କ୍ଷତ୍ରିୟ ଥିଲେ | ସେ ଶସ୍ତ୍ର ବିଦ୍ୟାର ମହାନ ଗୁରୁ ଥିଲେ | ସେ ଭୀଷ୍ମ ପିତାମହ, ଗୁରୁ ଦ୍ରୋଣ ଏବଂ କର୍ଣ୍ଣଙ୍କୁ ଶସ୍ତ୍ର ବିଦ୍ୟା ପ୍ରଦାନ କରିଥିଲେ | ସେ ଏକାଦଶ ଛନ୍ଦଯୁକ୍ତ ‘ଶିବ ପଞ୍ଚତ୍ୱରିସନାମ ସ୍ତୋତ୍ର’ ଲେଖିଥିଲେ | ପର୍ଶୁରାମଙ୍କ ସମ୍ପର୍କରେ ରାମାୟଣ, ମହାଭାରତ, ଭାଗବତ ପୁରାଣ, କଳ୍କୀ ପୁରାଣ ଆଦିରେ ଉଲ୍ଲେଖ ରହିଛି | ସେ ପୃଥିବୀପୃଷ୍ଠରେ ବୈଦିକ ସଂସ୍କୃତିର ପ୍ରଚାର ପ୍ରସାର…
ଭୁବନେଶ୍ୱର: ମହାଭାରତର ସଞ୍ଜୟଙ୍କୁ ନେଇ ଲୋକେ ଅଧିକାଂଶ ସମୟରେ ଚର୍ଚ୍ଚା କରିଥାନ୍ତି | ମହାଭାରତ ଯୁଦ୍ଧର ସମ୍ପୂର୍ଣ ବିବରଣୀ ଧୃତରାଷ୍ଟ୍ରଙ୍କୁ ଶୁଣାଇବା ପାଇଁ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ମିଳିଥିଲା | କିଏ ଏ ସଞ୍ଜୟ ଯିଏ ମହାଭାରତରୁ ଆଜି ଯାଏଁ ଅମର ଅଛନ୍ତି | ମହାଭାରତ ଯୁଦ୍ଧ ପରେ ସେ କୁଆଡେ ଗଲେ ତାହା କେହି ଜାଣି ନାହାନ୍ତି | ସଞ୍ଜୟ ଧୃତରାଷ୍ଟ୍ରଙ୍କ ମନ୍ତ୍ରୀମଣ୍ଡଳର ଜଣେ ମନ୍ତ୍ରୀ ଥିଲେ | ଧୃତରାଷ୍ଟ୍ର ତାଙ୍କୁ ସମ୍ମାନ କରିଥିଲେ | ସେ ବିଦ୍ୱାନ ଗାବାଗ୍ଲଣଙ୍କ ପୁତ୍ର ଥିଲେ | ଜାତିରେ ସେ ତନ୍ତୀ ଥିଲେ | ସଞ୍ଜୟ ମହର୍ଷି ବେଦବ୍ୟାସଙ୍କ ଶିଷ୍ୟ ଥିଲେ | ହିନ୍ଦୁ ଧର୍ମର ପାରମ୍ପରିକ ଗ୍ରନ୍ଥ ଓ ମହାଭାରତର କାହାଣୀରୁ ଜଣାପଡେ ଯେ ସଞ୍ଜୟ ବିନମ୍ର ଏବଂ ଧାର୍ମିକ ସ୍ୱଭାବର ଥିଲେ | ଦେଶର ପ୍ରଥମ ଏବଂ ଏକମାତ୍ର ଅନଲାଇନ ଦେଶୀ ଏନସାଇକ୍ଲୋପିଡିଆ ‘ଭାରତ କୋଷ’ରେ ମଧ୍ୟ ସଞ୍ଜୟଙ୍କ ସମ୍ପର୍କରେ…