Author: NewsLaxmi7
ନୂଆଦିଲ୍ଲୀ ୨।୧୧: ଦେଶରେ ଅଧିକାଂଶ ଲୋକ ଶିଶୁ ପୁତ୍ର ତୁଳନାରେ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଦେଶରେ ଚଳିତ ବର୍ଷ ମୋଟ୍ ୩୫୩୧ ଶୁଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୬୧ ଶିଶୁ କନ୍ୟା ରହିଛନ୍ତି । ସଂଖ୍ୟା ଅନୁସାରେ ମହାରାଷ୍ଟ୍ରରେ ସବୁଠୁ ଅଧିକ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ଚାଇଲ୍ଡ ଆଡପସନ୍ ରିସୋର୍ସ ଅଥୋରିଟି (CARA) ର ଆକଳନ ଅନୁସାରେ ୧ ଅପ୍ରେଲ ୨୦୧୯ରୁ ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ୧୪୭୦ ଶିଶୁ ପୁତ୍ର ଏବଂ ୨୦୬୧ ଶିଶୁ କନ୍ୟାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ଦେଶବ୍ୟାପୀ ଶିଶୁ ପୁତ୍ରକୁ ପ୍ରାଥମିକତା ଦେବାର ଚଳନି ପରିପ୍ରେକ୍ଷୀରେ ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ଲୋକଙ୍କ ମାନସିକତା ଧିରେ ଧିରେ ପରିବର୍ତ୍ତନ ହେବାରେ ଲାଗିଛି । ଏବେ ଅଧିକାଂଶ…
କୋହିମା ୨/୧୧: ଆମ ଦେଶରେ ଏପରି ବହୁତ ଆଇପିଏସ୍ ଅଧିକାରୀ ଅଛନ୍ତି ଯେଉଁମାନଙ୍କର ସଫଳତା ପଛରେ ଥିବା ସଂଘର୍ଷ ବିଷୟରେ ବୋଧହୁଏ ଆମେ ଜାଣି ନାହୁଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିନ ରାତି ଏକ କରି ଏହି ପଦକୁ ହାସିଲ କରିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଏପରି ଜଣେ ଆଇପିଏସ୍ ଅଧିକାରୀଙ୍କ ବିଷୟରେ ଯିଏ ଆଜି ଲୋକଙ୍କ ପାଇଁ ପ୍ରେରଣା ହୋଇଛନ୍ତି। ଏହି କାହାଣୀ ହେଉଛି ନାଗାଲାଣ୍ଡର ଆଇପିଏସ୍ ଅଧିକାରୀ ପ୍ରିତପାଲ କୌର ବତ୍ରାଙ୍କର। ସେ ବହୁତ କଷ୍ଟରେ ଏହି ପଦକୁ ହାସଲ କରିଥିଲେ। ଏବେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଡ.କୌର ନିଜ ଡ୍ୟୁଟି ସହ ଛାତ୍ରଙ୍କ ପାଇଁ ମାଗଣାରେ କୋଚିଂ ସେଣ୍ଟର ମଧ୍ୟ ଚଲାଉଛନ୍ତି। କେବଳ ଏତିକି ନୁହେଁ ସେ ଏହା ସହ ଲୋକଙ୍କୁ ଜୈବିକ ଚାଷ ବିଷୟରେ ମଧ୍ୟ କହୁଛନ୍ତି। ଡ.କୌରଙ୍କ ପ୍ରଥମ ପୋଷ୍ଟିଂ ସବ୍ ଡିଭିଜନାଲ୍ ପୋଲିସ୍ ଅଫିସର ପଦରେ ନାଗାଲାଣ୍ଡରେ ହୋଇଥିଲା। ସେଠାକାର ଲୋକେ…
କଟକ ୨।୧୧: କଟକରେ ଦୂର୍ଗା ପୂଜା ଭଳି ପାଳିତ ହେବ କାଳୀ ପୂଜା । ଚଳିତ ବର୍ଷ କାଳୀ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ୍ ସିଂ । କୋଭିଡ୍ କଟକଣା ମଧ୍ୟରେ ସହରରେ ଯେଉଁଭଳି ଦଶହରା ପାଳିତ ହୋଇଥିଲା ସେଭଳି ଭାବେ କାଳୀପୂଜା ମଧ୍ୟ କରାଯିବ । ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇ ବିସର୍ଜନ କରାଯିବ । ସୁରକ୍ଷା ଦୃଷ୍ଟିରୁ ସହରରେ କାଳୀ ପୂଜା ସମୟରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ୫୦ ଜଣ ଅଫିସର ମଧ୍ୟ ନିୟୋଜିତ ହେବେ । ଅନ୍ୟପଟେ ବାଣ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି ।
ଭୁବନେଶ୍ବର ୨।୧୧: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀଙ୍କର କରୋନା ପରୀକ୍ଷା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଏନେଇ ଟ୍ବିଟ୍ ଯୋଗେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରିବାକୁ କୁହାଯାଇଛି । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ବିଟ୍ରେ ଲେଖାଯାଇଛି ଯେ, ‘ମାନ୍ୟବର ରାଜ୍ୟପାଳ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷଣ କରାଇନେବାକୁ ଅନୁରୋଧ ।’
ନୂଆଦିଲ୍ଲୀ ୦୧।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)୨୦୨୦ରେ ଚେନ୍ନା ସୁପରକିଙ୍ଗ୍ସର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି। ଦଳ ଆଇପିଏଲ ଇତିହାସରେ ପ୍ରଥମ ଥର ପ୍ଲେଅଫ୍ରୁ ବଞ୍ଚିତ ହୋଇଛି। ଚେନ୍ନାଇ ସୁପରକିଙ୍ଗ୍ସର ଏମିତି ବିଫଳତା ପରେ କଳ୍ପନାଜଳ୍ପନା ଚାଲିଥିଲା ଯେ, ଧୋନୀଙ୍କ ଏହା ଶେଷ ଆଇପିଏଲ ହୋଇପାରେ। ଏହା ମଧ୍ୟ କୁହାଯାଉଥିଲା ଯେ, ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରୁ ଅବସର ନେଇଥିବା ଧୋନୀ ଏବେ ଆଇପିଏଲରୁ ମଧ୍ୟ ସନ୍ନ୍ୟାସ ନେଇଯିବେ। ହେଲେ ଏମିତି ହେଉନାହିଁ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ସିଏସକେର ଶେଷ ଲିଗ୍ ମ୍ୟାଚ୍ରେ ଧୋନୀ ଆଇପିଏଲରେ ଖେଳ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଏହି ଫର୍ମାଟ୍ରୁ ଅବସର ନେବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି। ଏମଏସ ଧୋନୀ ଯେବେ ଆଇପିଏଲ ୨୦୨୦ରେ ଶେଷ ଥର ଟସ୍ ପାଇଁ ପଡିଆକୁ ଓହ୍ଲାଇଲେ ତେବେ ଭାଷ୍ୟକାର ଡେନି ମରିସନ ପଚାରିଥିଲେ କଣ ହଳଦିଆ ଜର୍ସିରେ ଆପଣଙ୍କର ଏହା ଶେଷ ଆଇପିଏଲ…
ନୂଆଦିଲ୍ଲୀ,୧/୧୧: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ସୋ ‘କୌନ ବନେଗା କରୋଡପତି’ର ସିଜିନ ୧୨ ଫିକା ପଡି ଯାଇଛି । ଏପରିକି ଏହାକୁ ଲୋକ ଏତେ ଦେଖୁନଥିବା ବେଳେ ପସନ୍ଦ ମଧ୍ୟ କରୁ ନାହାଁନ୍ତି । ନିକଟରେ ଏହାର ଏକ ଏପିସୋଡକୁ ନେଇ ସୋସିଆଲ ମିଡିଆରେ ଏହି ସିରିଜକୁ ନେଇ ବ୍ୟାନ୍ କରାଯାଉ ବୋଲି କ୍ୟାମ୍ପେନ୍ ଆରମ୍ଭ ହୋଇଛି । କେବିସିର ଏକ ଏପିସୋଡରେ ଅମିତାଭ ମନୁସ୍ମୃତିକୁ ନେଇ ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନଟି ଥିଲା ଯେ, ଡିସେମ୍ବର ୨୫, ୧୯୨୭ରେ ଆମ୍ବେଦକର ଓ ତାଙ୍କ ସହଯୋଗୀମାନେ କାହାର କପି ଜାଳିଥିଲେ । ଏହାର ସମ୍ଭାବ୍ୟ ଉତ୍ତର ଥିଲା୧- ବିଷ୍ଣୁ ପୁରାଣ, ୨- ଭଗବତ ଗୀତା, ୩- ଋକବେଦ, ୪-ମନୁସ୍ମୃତି ଏହି ପ୍ରଶ୍ନକୁ ଅନେକ ସମାଲୋଚନା କରିଛନ୍ତି । ଏହା ବାମପନ୍ଥୀ ବିଚାରଧାରାକୁ ପ୍ରଦର୍ଶିତ କରୁଥିବା ଓ ହିନ୍ଦୁଙ୍କ ଭାବନାକୁ କ୍ଷତି ପହଁଚାଉଥିବା ଅଭିଯୋଗ ହୋଇଛି ।
ମୁମ୍ବାଇ ୦୧/୧୧ : ଭାରତୀୟ ମହିଳା ବ୍ୟବସାୟୀ ତଥା ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ନିତା ଅମ୍ବାନୀଙ୍କର ଆଜି ୫୭ତମ ଜନ୍ମଦିନ। ଇଣ୍ଡଷ୍ଟ୍ରିଆଲିଷ୍ଟ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଇନ୍ଟରନ୍ୟାଶନାଲ୍ ସ୍କୁଲର ସଂସ୍ଥାପକ ଓ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଏନ୍ସର ମାଲିକାଣି। ନିତା ୧୯୬୪ ମସିହା ନଭେମ୍ବର ୧ ତାରିଖରେ ମୁମ୍ବାଇରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀଙ୍କ ବିବାହ କାହାଣୀ ମଧ୍ୟ କୌତାହଳମୟ। ନିତା ଅମ୍ବାନୀଙ୍କୁ ପିଲା ଦିନୁ ହିଁ ଶାସ୍ତ୍ରୀୟ ନୃତ୍ୟ ପ୍ରତି ସଉକିନ ଥିଲେ। କିନ୍ତୁ ତାଙ୍କ ମା ଚାହୁଁଥିଲେ ସେ ଆକାଉଣ୍ଟାଣ୍ଟ ହେବେ। ନୃତ୍ୟ ପ୍ରତି ନିତାଙ୍କ ସଉକ ଦେଖି ତାଙ୍କ ମା ତାଙ୍କୁ ୮ ବର୍ଷ ବୟସରେ ଭାରତ ନାଟ୍ୟମ ଶିଖାଇବା ଆରମ୍ଭ କରିଥିଲେ। ନିତା ଶିକ୍ଷକ ଓ ଇଣ୍ଟରିୟର ଡିଜାଇନର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ନିତା ଅମ୍ବାନୀ…
ଆବୁଧାବି ୦୧।୧୧: ଆଜି ଚଳିତ ଆଇପିଏଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ନିଜ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଅବତୀର୍ଣ୍ଣ ହେବେ। ଟସ୍ ଜିତି ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କିଙ୍ଗ୍ସ ଏକାଦଶ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଦଳ ଶେଷ ମ୍ୟାଚ୍ ଜିତି ତାଲିକାର ଶ୍ରେଷ୍ଠ-୪ ମଧ୍ୟରେ ରହିବାକୁ ପ୍ରୟାସ କରିବ। କିନ୍ତୁ ପ୍ଲେ-ଅଫ୍ ସ୍ଥାନ ପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡିବ। ଅନ୍ୟ ପଟେ ସୁପର କିଙ୍ଗ୍ସ ବିଜୟ ସହ ଅଭିଯାନ ଶେଷ କରିବାକୁ ସବୁ ଶକ୍ତି ଖଟାଇବ। ଚେନ୍ନାଇ ଆଜି ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଉଛି। ଫାଫ ଡୁପ୍ଲେସିସ୍, ଇମ୍ରାନ ତାହିର ଓ ଶାର୍ଦ୍ଦୁଳ ଠାକୁର ଦଳରେ ସାମିଲ ହୋଇଛନ୍ତି।…
ନୂଆଦିଲ୍ଲୀ: ଇଂଲଣ୍ଡକୁ ଫେରିଲା ଲକଡାଉନ । ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ଡିସେମ୍ବର ୨ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ସ୍କୁଲ ଓ କଲେଜ ଖୋଲା ରହିବ । ରେସ୍ତୋରାଁ, ପବ , ହୋଟେଲ ବନ୍ଦ ରହିବ। ଲୋକଙ୍କ ଯିବା ଆସିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଗୋଟିଏ ମାସ ଲକଡାଉନ କରିବା ନେଇ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଇଂଲଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବୈଠକରେ ଚିନ୍ତାପ୍ରକଟ କରାଯାଇ ଲକଡାଉନ କରିବାକୁ ନିଷ୍ପତ୍ତି ହୋଇଥିଲା । ବ୍ରିଟେନରେ ପ୍ରତ୍ୟେକ ଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେବଳ ଇଂଲଣ୍ଡରେ ୨୪ ଘଣ୍ଟାରେ ପାଖାପାଖି ୩୦ ହଜାର ନୂଆ କରୋନା ଆକ୍ରାନ୍ତ…
ବାରିପଦା ୦୧।୧୧: ଖୋଲିଲା ଶିମିଳିପାଳ । କୋଭିଡ କଟକଣା ଭିତରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳିକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଏଠାକୁ ଦୈନିକ ସର୍ବାଧିକ ୩୫ଟି ଚାରି ଚକିଆ ଯାନ କଳିଆଣି ତନଖି ଫାଟକ ଯଶୀପୁର ଓ ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବ । ଏଥିପାଇଁ ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକଟ ବୁକିଂ ଚାଲିବ । ଯାତ୍ରୀ ନିବାସରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ ।