Author: NewsLaxmi7

ମହାତ୍ମାଗାନ୍ଧୀ ରାଷ୍ଟ୍ରପିତା। ସେହିପରି କସ୍ତୁରବା ରାଷ୍ଟ୍ରମାତା। ପତି-ପତ୍ନୀ ଭାବରେ ଏବଂ ଜାତୀୟ ଜୀବନରେ, ଦୁହେଁ ବାରମ୍ବାର କଠିନ ପରୀକ୍ଷା ଭିତର ଦେଇ ଗତି କରିଛନ୍ତି। ତାହା ହିଁ ସେମାନଙ୍କୁ ରାଷ୍ଟ୍ରପିତା ବା ରାଷ୍ଟ୍ରମାତା ଭାବରେ ସ୍ୱୀକୃତି ଦେଇଛି। ଦକ୍ଷିଣଆଫ୍ରିକାର ଡରବାନ୍‌ରେ ସେମାନେ ଥିବା ବେଳର ଗୋଟିଏ ଘଟଣା ଆଜି ବି ଆମପାଇଁ ଏକ ଉଦାହରଣ। କସ୍ତୁରବାଙ୍କର ଜନ୍ମ ୧୧ ଏପ୍ରିଲ୍‌, ୧୮୬୯ରେ। ୧୮୯୭ରେ ତାଙ୍କୁ ଏବଂ ଦୁଇପୁଅ ଓ ଭଣଜାଙ୍କୁ ନେଇ ଗାନ୍ଧୀଜୀ ପହଞ୍ଚିଥିଲେ ଡରବାନ୍‌ରେ। ସେତେବେଳକୁ କସ୍ତୁରବାଙ୍କର ବୟସ ମାତ୍ର ୨୮ ବର୍ଷ। ଡରବାନ୍‌ରେ ଗାନ୍ଧୀଜୀ ଓକିଲାତି କରୁଥିଲେ। ସେତେବେଳେ ତାଙ୍କର ମୋହରିରମାନେ ପ୍ରାୟତଃ ତାଙ୍କ ଘରେ ରହୁଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ଧର୍ମର ଲୋକ ଥିଲେ। ଗାନ୍ଧୀଜୀଙ୍କ ଘର ସାହେବୀ ଢ଼ଙ୍ଗରେ ତିଆରି ହୋଇଥିବାରୁ ସେଥିରେ ପରିସ୍ରା କରିବା ପାଇଁ ନଳା ନଥିଲା। ପ୍ରତି ଘରେ ପରିସ୍ରାପାତ୍ର ରଖାହେଉଥିଲା। ସେହି ପାତ୍ରକୁ ସଫା କରିବାର ଦାୟିତ୍ୱ ଗାନ୍ଧୀଜୀ ଓ…

Read More

ଏହା ଏମିତି ଏକ କାହାଣୀ, ଯାହାର ଆରମ୍ଭ ହୋଇଥିଲା ସ୍ୱର୍ଗଲୋକରେ। ସ୍ୱର୍ଗଲୋକରେ ଦେବତାମାନଙ୍କର ମନୋରଞ୍ଜନ ପାଇଁ ଗନ୍ଧର୍ବ, କିନ୍ନର ଓ ବିଦ୍ୟାଧରମାନଙ୍କ ସହିତ ଅପ୍‌ସରାମାନେ ରହିଥାଆନ୍ତି। ଏମାନଙ୍କୁ ସାଧାରଣତଃ ଦେବଗଣିକା କୁହାଯାଏ। କହିବାକୁ ଗଲେ ଏମାନେ ଇନ୍ଦ୍ରଙ୍କର କର୍ତ୍ତୃତ୍ୱାଧୀନ। ତପସ୍ୱୀମାନଙ୍କର ତପଭଙ୍ଗ କରିବାପାଇଁ ଇନ୍ଦ୍ର ସେମାନଙ୍କୁ ବାରମ୍ବାର ମର୍ତ୍ତ୍ୟଲୋକକୁ ପଠାଇଥାଆନ୍ତି। ଏହି ଅପ୍‌ସରାମାନଙ୍କ ମଧ୍ୟରୁ ପୁଞ୍ଜିକସ୍ଥଳା ଜଣେ। ତାଙ୍କୁ ସେପରି ଏକ ଜୀବନ ଆଦୌ ଭଲ ଲାଗୁ ନଥିଲା। ତେଣୁ ଇନ୍ଦ୍ରଙ୍କର କୌଣସି ଅନ୍ୟାୟ ଆଦେଶ ସେ ମାନୁନଥିଲେ। ଇନ୍ଦ୍ର ସେଥିରେ କ୍ରୋଧିତ ହୋଇ ତାଙ୍କୁ ସ୍ୱର୍ଗ ରାଜ୍ୟରୁ ବିତାଡ଼ିତ କରିଦେଲେ। ଫଳରେ ପୁଞ୍ଜିକସ୍ଥଳା ଆସି ବରୁଣ ପୁରରେ ରହିଲେ। ଦିନେ ବରୁଣଙ୍କ ଯଜ୍ଞଶାଳାରେ ଅସାବଧାନତା ବଶତଃ ତାଙ୍କ ହାତରୁ ଯଜ୍ଞକଳସ ଖସିପଡ଼ିଲା। ତେଣୁ, ମହର୍ଷି ଦୁର୍ବାସା ତାଙ୍କୁ ମର୍ତ୍ତ୍ୟଲୋକରେ ବାନରୀ ହୋଇ ଜନ୍ମନେବାକୁ ଅଭିଶାପ ଦେଲେ। ଏଥିରେ ଦୁଃଖିତା ପୁଞ୍ଜିକସ୍ଥଳା ବରୁଣପୁରୀରୁ କୈଳାସ ଯାଇ କଠୋର ତପସ୍ୟା କରିବାକୁ ଲାଗିଲେ।…

Read More

ମେଷ: ଭବିଷ୍ୟତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବିଶେଷ କାମରେ ମାଆଙ୍କ ସହଯୋଗ ପାଇବେ। ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ। ବୃଷ: କୌଣସି ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବନ୍ଧୁମାନଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ମିଥୁନ: ନିଜର ଭାଗ୍ୟ ବଦଳାଇବା ପାଇଁ ଭଲ ସୁଯୋଗ ପାଇବେ। ଅଧିକାରୀଙ୍କ ଠାରୁ ଭଲ ବ୍ୟବହାର ପାଇବେ। ଜୀବନସାଥୀ ଆପଣଙ୍କୁ ଆର୍ଥିକ ସାହାଯ୍ୟ କରିବେ। କର୍କଟ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ସକାରାତ୍ମକ ବିଚାର ସହିତ କାମ ସଂପୂର୍ଣ୍ଣ କରିବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ସିଂହ: ଦୈନନ୍ଦିନ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ। କାରବାରରେ ଆପଣଙ୍କୁ ଅଚାନକ ଲାଭ ମିଳିବ। ସାବଧାନତାର ସହ ବାହନ ଚଳାନ୍ତୁ। କନ୍ୟା: ଅଫିସରେ କାମର ବୋଝ ଅଧିକ ହୋଇପାରେ। ସହକର୍ମୀଙ୍କ ପୂରା ସହଯୋଗ ପାଇବେ। ଆପଣଙ୍କ…

Read More

ବ୍ରହ୍ମପୁର ୧୦/୪: ବାପା ଘରେ ମାଆ ସାଆନ୍ତାଣୀ । କଡା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଛି ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଅସ୍ଥାୟୀ ପୀଠରେ ମାଆ ଆଜି ବିଶ୍ରାମ ନେବା ପରେ ଆସନ୍ତା କାଲି ପରିକ୍ରମା କରିବେ ରାଜବାଟି । ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଇଁ ୭ ଦିନିଆ ଅନୁମତି ଦିଆଯାଇଛି। ବାଜା ବାଜଣା ତୁରୀ ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ବାପା ଘରେ ଖୁସିର ମାହୋଲ୍ । ଦେଶିବେହେରା ସାହି ଚଳ ଚଞ୍ଚଳ । ଦେଶିବେହେରାଙ୍କ ସମେତ ଅଞ୍ଚଳବାସୀ ଏକ ପଟୁଆରରେ ବାହାରି ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ମଥାରୁ ଚାଙ୍ଗୁଡିରେ ଆଞାମାଳ ପାଇବା ପରେ ଦେଶିବେହେରାଙ୍କ ସ୍ତ୍ରୀ ଜାନକୀ ମାଆ ସାଆନ୍ତାଣୀଙ୍କୁ ମୁଣ୍ଡରେ ଧରି ବାପା ଘରକୁ ଅର୍ଥାତ୍ ଅସ୍ଥାୟୀ ମଣ୍ଡପକୁ ଆଣି ସ୍ଥାପନ କରାଯାଇଥିବା କହିଛନ୍ତି ବାପା ପି ଦୁର୍ଗା ପ୍ରସାଦ…

Read More

ଭୁବନେଶ୍ୱର ୦୯/୦୪ : ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତି ବର୍ଷ ଚୈତ୍ର ମାସ ପ୍ରଥମ ଦିନ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଥାଏ। ଏହି ଦିନ ଠାରୁ ଚୈତ୍ର ନବରାତ୍ରି ଆରମ୍ଭ ହୋଇଥାଏ। ଏହି ଦିନକୁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପର୍ବ ଭାବେ ପାଳନ କରାଯାଏ। ମହାରାଷ୍ଟ୍ରରେ ଗୁଡ଼ି ପାଡୱା, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଉଗାଡି ଭାବେ ପାଳନ କରାଯାଏ। ଏଥର ଚୈତ୍ର ନବରାତ୍ରି ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେଉଛି। ନବରାତ୍ରି ୨୧ ତାରିଖରେ ସମାପନ ହେବ। ନବରାତ୍ରିରେ ଘଟସ୍ଥାପନା ମହତ୍ତ୍ୱ – ଚୈତ୍ର ନବରାତ୍ରି ପ୍ରଥମ ଦିନ ଏପ୍ରିଲ ୧୩ ତାରିଖରେ ପଡୁଛି। ଏହିଦିନ ଘଟସ୍ଥାପନା ବା କଳସ ସ୍ଥାପନ କରାଯିବ। ନବରାତ୍ରିରେ କଳସ ସ୍ଥାପନାର ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ କଥା ଅନୁଯାୟୀ, ନବରାତ୍ରି ସମୟରେ କଳସ ସ୍ଥାପନା ଶୁଭ ଫଳଦାୟୀ ହୋଇଥାଏ। ଘଟସ୍ଥାପନା ମୁହୂର୍ତ୍ତ – ଏପ୍ରିଲ ୧୩ ତାରିଖ ମଙ୍ଗଳବାର ସକାଳ…

Read More

ନୂଆଦିଲ୍ଲୀ ୧୦/୦୪: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) କହିଛି ଯେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ତିରୁମାଲା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ପ୍ରମାଣ କରିବା ପାଇଁ ଐତିହାସିକ ତଥା ପ୍ରାସଙ୍ଗିକ ପ୍ରମାଣ ପ୍ରଦାନ କରିବ । ମନ୍ଦିରର ପ୍ରଶାସନ, ଟିଟିଡି, ଏପ୍ରିଲ ୧୩ଉଗାଡି ଉତ୍ସବ ଦିନ ବୁକଲେଟ୍ ଆକାରରେ ଏକ ଦଲିଲ ପ୍ରଦାନ କରିବାକୁ ଯାଉଛି, ଯାହା ପ୍ରମାଣ କରିବ କି ଅଞ୍ଜନାଦ୍ରି, ତିରୁମାଲାର ସାତୋଟି ପାହାଡ ମଧ୍ୟରୁ ଗୋଟିଏ । ଅଞ୍ଜନାଦ୍ରିକୁ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ କୁହାଯାଏ । ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ କେ.ଏସ୍ ଜବାହର ରେଡ୍ଡୀ କହିଛନ୍ତି, ” ଆମେ ଏହା ପ୍ରମାଣ କରିବା ପାଇଁ ଏକ ପୁସ୍ତିକା ଆକାରରେ କମିଟିର ରିପୋର୍ଟ ଅଣିବୁ ଯେ ପ୍ରଭୁ ହନୁମାନ ପ୍ରକୃତରେ ଅଞ୍ଜନାଦ୍ରିରେ ଜନ୍ମ ହୋଇଥିଲେ, ଯାହା ତିରୁମାଲାର ସାତୋଟି ପାହାଡ ମଧ୍ୟରୁ ଗୋଟିଏ । “ ଗୁରୁବାର ରେଡ୍ଡୀଙ୍କ ସହ ଏକ ବୈଠକରେ…

Read More

ମୁମ୍ବାଇ ୧୦/୦୪: ସଂଗୀତଜ୍ଞ ଏଆର୍ ରହମାନ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। । ରହମାନ ତାଙ୍କର ନୂତନ ପ୍ରୋଜେକ୍ଟ ‘୯୯ ସଂଗ୍ସ ‘କୁ ପ୍ରମୋସନ୍ କରୁଥିଲେ । ଏହି ସମୟରେ, ଏକ ଇଭେଣ୍ଟରେ ଜଣେ ଆଙ୍କର ହିନ୍ଦୀ କହିବାରୁ, ରହମାନ କହିଥିଲେ, ‘ହିନ୍ଦୀ?’ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆର ୟୁଜର୍ସମାନେ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଥମ ଥର ପାଇଁ ରହମାନ ଏହି ପ୍ରସଙ୍ଗରେ ନିଜର ପକ୍ଷ ରଖିଛନ୍ତି । ଏକ ଇଣ୍ଟରଭ୍ୟୁରେ ରହମାନ ଏହାକୁ କେବଳ ଥଟ୍ଟା ବୋଲି ବର୍ଣ୍ଣନା କରିଛନ୍ତି । ରହମାନ କହିଛନ୍ତି ‘ପ୍ରକୃତରେ ଆମେ ଏହାକୁ ତିନୋଟି ଭାଷାରେ ଲଞ୍ଚ କରୁଛୁ । ହିନ୍ଦୀରେ ଆମେ ପୂର୍ବରୁ ଲଞ୍ଚ କରିସାରିଛୁ । ପରବର୍ତ୍ତୀ ଲକ୍ଷ୍ୟ ତାମିଲନାଡୁରେ ଥିଲା । ମଞ୍ଚରେ ଏକ ପ୍ରକାର ପ୍ରୋଟୋକଲ୍ ରହିଥାଏ ।…

Read More

ଭୁବନେଶ୍ୱର ୦୮/୦୪: ପ୍ରାୟତଃ ଲୋକମାନେ ଅମୃତଭଣ୍ଡା ଖାଇବା ପରେ ତାର ମଞ୍ଜିକୁ ଫୋପାଡି ଦେଇଥାନ୍ତି । କିନ୍ତୁ ଆପଣ ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଫୋପାଡି ଦେଉଛନ୍ତି ବାସ୍ତବରେ ତାହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ କୈଣସି ବରଦାନ ଠାରୁ କମ୍ ନୁହେଁ । ଜାଣି ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡା ମଞ୍ଜି ଏକ ସପ୍ତାହରେ ଆପଣଙ୍କ ଅନେକ କିଲୋ ଓଜନ ହ୍ରାସ କରିପାରିବ । ତେବେ ଚାଲନ୍ତୁ ଜାଣିବା ଓଜନ ହ୍ରାସ କରିବା ଏବଂ ଅନ୍ୟାନ୍ୟ ରୋଗରୁ ମୁକ୍ତି ପାଇବା ପାଇଁ ଅମୃତଭଣ୍ଡା ମଞ୍ଜି କିପରି ବ୍ୟବହାର କରାଯାଏ । ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଖୁବ୍ କମ୍ କ୍ୟାଲୋରୀ ଥାଏ । ଅମୃତଭଣ୍ଡାରେ ମିଳୁଥିବା ଏନଜାଇମଗୁଡ଼ିକ କେବଳ ଓଜନ ହ୍ରାସ କରେ ନାହିଁ ବରଂ ବ୍ୟାଡ୍ କୋଲେଷ୍ଟ୍ରୋଲକୁ ମଧ୍ୟ ହ୍ରାସ କରିଥାଏ । ଓଜନ ହ୍ରାସ କରିବାକୁ, ଆପଣ ୧୦ ରୁ ୧୫ ଦିନ ଏକ ଚାମଚ ଶୁଖିଲା ଅମୃତଭଣ୍ଡା…

Read More

ନୂଆଦିଲ୍ଲୀ ୧୦/୦୪: ବାସ୍ତୁ ଦୃଷ୍ଟିରୁ ସିନ୍ଦୂରର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ବିବାହିତ ସ୍ତ୍ରୀର ସିନ୍ଦୂର ହେଉଛି ମୁଖ୍ୟ ଭାଗ । ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀର ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀର ଆୟୁଷ ଲମ୍ବା ହୋଇଥାଏ । ତାଙ୍କୁ ବିଭିନ୍ନ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । କିନ୍ତୁ ଏହି ସିନ୍ଦୂର ସଧବା ନାରୀର ମଥାରେ ଲାଗିବା ବ୍ୟତୀତ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଚାଲନ୍ତୁ ଜାଣିବା ସିନ୍ଦୂରକୁ ନେଇ କିଛି ବାସ୍ତୁ ଟିପ୍ସ… ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଅଳ୍ପ କିଛି ସିନ୍ଦୂର ପାଣିରେ ମିଶାନ୍ତୁ । ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ୱସ୍ତିକ୍ ଚିହ୍ନ ତିଆରି କରନ୍ତୁ । ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । ଯେଉଁ ଘରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ଝଗଡା ହେଉଥାଏ, ସେମାନଙ୍କୁ ଏହି…

Read More

ନୂଆଦିଲ୍ଲୀ ୦୯/୦୪: ଯନ୍ତ୍ରଣାରୁ ମୁକ୍ତି ପାଇଁ ରୋଗୀଙ୍କୁ ପେନ୍ କିଲର୍ ଦେବା ବିପଜ୍ଜନକ ହୋଇପାରେ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏସଏସ୍) ଏକ ଗାଇଡଲାଇନ ଜାରି କରି କ୍ରୋନିକ ପେନ୍ ସମୟରେ ପେନ୍ କିଲର୍ ନଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛି । ଏନଏସଏସ୍ କହିଛି ପେନ୍ କିଲର୍ ଭାବରେ ବ୍ୟବହୃତ ପାରାସିଟାମୋଲ କିମ୍ବା ଆଇବୁପ୍ରୋଫେନ ଔଷଧ ଯନ୍ତ୍ରଣାରୁ ମୁକ୍ତି ଦିଏ କିମ୍ବା ନ ଦିଏ, କିନ୍ତୁ ଏହି ଔଷଧଗୁଡ଼ିକ ଶରୀରରେ ବ୍ୟାପକ କ୍ଷତି ଘଟାଇପାରେ । ଏନଏସଏସ୍ ଏହାର ନିର୍ଦ୍ଦେଶାବଳୀରେ ଦର୍ଶାଇଛି ଯେ ଏହି ଔଷଧ ଶରୀର ପାଇଁ ବହୁତ କ୍ଷତି ପହଞ୍ଚାଇପାରେ ବୋଲି ଦୃଢ ପ୍ରମାଣ ରହିଛି । ଏଥିରେ କୁହାଯାଇଛି ଯେ ପେନ୍ କିଲର୍ ସେବନ ଦ୍ୱାରା ଯନ୍ତ୍ରଣା ଉପରେ କଣ ପ୍ରଭାବ ପଡେ ବୋଲି କୌଣସି ପ୍ରମାଣ ନାହିଁ । କ୍ରୋନିକ୍ ପେନ୍ ଏକ ଏପରି ଅବସ୍ଥାରେ ଅଛି, ଯେଉଁଥିରେ ଏହାକୁ ଅନ୍ୟ ଚିକିତ୍ସା କିମ୍ବା…

Read More