ଦେଶ ବିଦେଶ ମନୋରଞ୍ଜନ

‘Aarya’ ପରେ ଟ୍ରାସ୍‌ଜେଣ୍ଡର ଭୂମିକାରେ ନଜର ଆସିବେ ସୁସ୍ମିତା, ଖୁବ୍‌ ଶୀଘ୍ର ଆରମ୍ଭ କରିବେ ସୁଟିଂ

ମୁମ୍ଵାଇ ୦୪।୧୦: ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ । ‘ଆର୍ଯ୍ୟ’ ୱେବ୍ ସିରିଜ୍‌ରେ ସୁସ୍ମିତା ଦର୍ଶକଙ୍କ ପ୍ରିୟ ହୋଇଛନ୍ତି। ଏପର୍ଯ୍ୟନ୍ତ ଏହି ସିରିଜର ଦୁଇଟି ସିଜିନ୍‌ ଆସି ସାରିଛି। ଏବଂ ପ୍ରତ୍ୟେକ ସିଜିନ୍‌ରେ ସୁସ୍ମିତା ଚମତ୍କାର ଅଭିନୟ କରି ସମସ୍ତଙ୍କୁ ମତୁଆଲା କରିଛନ୍ତି। ବର୍ତ୍ତମାନ ସୁସ୍ମିତା ଆଗାମୀ ଦିନରେ ଆଉ ଏକ ୱେବ୍ ସିରିଜ୍ ଆସିବେ। ମିଡିଆ ରିପୋର୍ଟ ଅନୁଯାୟୀ, ତାଙ୍କର ସିରିଜ୍‌ଟି ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଉପରେ ଆଧାରିତ। ଏଥିରେ ସୁସ୍ମିତା OTT ଦୁନିଆରେ ମୁଖ୍ୟ ଚରିତ୍ର ଗୌରୀ ସାୱନ୍ତ ଚରିତ୍ରରେ ନଜର ଆସିବେ।

ରିପୋର୍ଟ ଅନୁଯାୟୀ, ଟ୍ରାନ୍ସ ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଜୀବନୀ ଉପରେ ଆଧାରିତ ୱେବ୍‌ ସିରିଜ୍‌ ପାଇଁ ନିର୍ମାତାମାନେ ସୁସ୍ମିତାଙ୍କ ନିକଟକୁ ଯାଇଥିଲେ। ଏହାକୁ ଶୁଣିବା ମାତ୍ରେ ହଁ ଭରିଥିଲେ ଏବଂ ଚରିତ୍ର ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। କୁହାଯାଉଛି ଯେ ସୁସ୍ମିତା ବହୁତ ଉତ୍ସାହିତ । ସେ ଭିନ୍ନ ଚେଷ୍ଟା କରିବାକୁ ଚାହାଁନ୍ତି । କହିବାକୁ ଗଲେ ୱେବ୍ ସିରିଜ୍ ଉପରେ କାମ ଆରମ୍ଭ ହୋଇଛି। ନିର୍ଦ୍ଦେଶନାର କାମ ମରାଠୀ ଚଳଚ୍ଚିତ୍ର ନିର୍ମାତା ରବି ଯାଦବ ଦେଉଛନ୍ତି। ଏହାର ଷ୍ଟ୍ରିମିଂ ପ୍ଲାଟଫର୍ମ ଭୁଟ୍‌ରେ କରାଯିବ।

ଗ୍ଲୋବାଲ ସ୍ପୋର୍ଟସ ଏଣ୍ଟରଟେନମେଣ୍ଟ ଆଣ୍ଡ ମିଡିଆ ସଲ୍ୟୁସନ ବ୍ୟାନରରେ ଅର୍ଜୁନ ସିଂ ବାରନ ଏବଂ କାର୍ତ୍ତିକ ଡି ନିଶନ୍ଦର ଏହା ପ୍ରସ୍ତୁତ କରିବେ। ଏହି ସିରିଜ୍‌ର ମୋଟ୍‌ ଏପିସୋଡ୍‌ ୬ଟି ରହିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିରିଜ୍‌ର ଟାଇଟଲ୍‌ ଫାଇନାଲ୍‌ ହୋଇ ନାହିଁ । ଟାଇଟଲ୍ ନିଶ୍ଚିତ ହେବା ମାତ୍ରେ ନିର୍ମାତାମାନେ ଏହାକୁ ସମସ୍ତ କାଷ୍ଟ ଏବଂ ସିରିଜର ରିଲିଜ୍ ତାରିଖ ସହିତ ଘୋଷଣା କରିବେ । ଖବର ଅନୁଯାୟୀ, ସୁସ୍ମିତା ନଭେମ୍ବର ଶେଷ ସୁଦ୍ଧା ଏହି ସିରିଜର ସୁଟିଂ ଶେଷ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ