ରାଶିଫଳ

ଆପଣ ବି ନିୟମିତ କଦଳୀ ଖାଉଛନ୍ତି କି ? ହୋଇପାରେ ହାନିକାରକ, ବଢିବ ଓଜନ

ଭୁବନେଶ୍ୱର ୦୩/୦୧ : କଦଳୀ ଏମିତି ଏକ ଫଳ ଯାହା ପ୍ରାୟ ଅଧିକାଂଶ ଲୋକଙ୍କୁ ପସନ୍ଦ। ସାରା ଦୁନିଆରେ ସର୍ବାଧିକ ଖିଆଯାଉଥିବା ଫଳ ହେଲା କଦଳୀ। କଦଳୀର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି। ଏହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ତାଛଡା ଶ୍ୱାସ ରୋଗ ଓ କ୍ୟାନସର ରୋଗୀଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ। କଦଳୀର ଅନେକ ଲାଭ ରହିଛି। ତେବେ କୌଣସି ବି ଜିନିଷ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ସେହିଭଳି ଅଧିକ ମାତ୍ରାରେ କଦଳୀ ସେବନ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ।

ଅଧିକ କଦଳୀ ସେବନ କରିବା ଦ୍ୱାରା ଓଜନ ବଢିଥାଏ। ଓଜନ ବଢିବା ଚିନ୍ତାଜନକ ବିଷୟ। ମୁଖ୍ୟତଃ ସନ୍ଧ୍ୟା ସମୟରେ କଦଳୀ ସେବନ କରିବା କିମ୍ବା ଅଧିକ ମାତ୍ରାରେ କଦଳୀ ସେବନ କଲେ ଶରୀରରେ ଏକ୍ସଟ୍ରା ଫ୍ୟାଟ ସୃଷ୍ଟି କରିଥାଏ ଯାହା ଶରୀର ପାଇଁ ହାନିକାରକ ପ୍ରମାଣିତ ହୋଇପାରେ। ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ତାହେଲେ କଦଳୀ ସର୍ବୋତ୍ତମ।

କଦଳୀରେ ପ୍ରାକୃତିକ ଶର୍କରା ବା ନାଚୁରାଲ ସୁଗାର ରହିଛି। ସେଥିପାଇଁ ଅଧିକ କଦଳୀ ସେବନ କ୍ଷତିକାରକ ହୋଇପାରେ। ମଧୁମେହ ରୋଗୀଙ୍କ ପାଇଁ ଏହା ଘାତକ ପ୍ରମାଣିତ ହୋଇପାରେ।

ଶ୍ୱାସ ରୋଗୀ କଦଳୀ ସେବନ କରିବା ଅନୁଚିତ। ଶ୍ୱାସ ରୋଗୀ କଦଳୀ ସେବନ ନ କରିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

ଯଦି ଆପଣ ଜିମରେ ବୟବୟାଂ କରୁଛନ୍ତି କିମ୍ବା ରନିଙ୍ଗ କରୁଛନ୍ତି ତାହେଲେ ଦିନକୁ ୩-୪ କଦଳୀ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର। କିନ୍ତୁ ଯଦି ଆପଣ କିଛି ୱାର୍କଆଉଟ କିମ୍ବା ବ୍ୟାୟାମ କରୁନାହାନ୍ତି ତାହେଲେ ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ସେବନ କରିପାରିବେ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ