ରଙ୍ଗମାଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ,ମୋଟର,ବିଦ୍ୟୁତ୍ ସଂଯୋଗ କେବେ..?
ଦେବଗଡ଼: ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମର ବାସିନ୍ଦା ପାନୀୟ ଜଳ ଟୋପାଏ ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।ଲୋକଙ୍କୁ ପାଇପ୍ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟରେ ଗ୍ରାମ ନିକଟରେ ୩ବର୍ଷ ତଳେ ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ପଞ୍ଚାୟତ କର୍ତ୍ତୁପକ୍ଷଙ୍କ ଅଣଦେଖା ଏବଂ ରଙ୍ଗମାଟିଆ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କର୍ତ୍ତୁପକ୍ଷଙ୍କ ସ୍ଥାଣୁତା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ନହୋଇ ଅଚଳ ଅବସ୍ଥାରେ ପଡ଼ିରହିଛି।
www.newslaxmi7.com
ଫୋଳରେ ଗ୍ରାମବାସୀ ପାଣି ଟୋପାଏ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି।ଉକ୍ତ ପାନୀୟ ଯୋଗାଣ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ମୋଟର ପମ୍ପ ଓ ବିଦ୍ୟୁତ୍ ସଂଯୋଗ ହୋଇପାରିନି।ଏଥିପ୍ରତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।ପାନୀୟ ଜଳ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରି ଗ୍ରାମବାସୀ ନିରାଶ ହୋଇଥିବା ଜଣାପଡ଼ିଛି।
www.newslaxmi7.com
ବ୍ଲକ କର୍ତ୍ତୃପକ୍ଷ ସମସ୍ୟା ସମ୍ପର୍କରେ ଅବଗତ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ରଙ୍ଗମାଟିଆ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ସେମାନେ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ପାନୀୟଜଳ ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।