ଫିରିଙ୍ଗିଆ, ୯l ୧୨ ଫିରିଙ୍ଗିଆ ବ୍ଲକ ରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଉପାନ୍ତ ଅଞ୍ଚଳ ସହ ବିଭିନ୍ନ ଗାଁ ଗୁଡିକରେ ଇଣ୍ଟର ନେଟ ସେବା ପାଇଁ କୌଣସି ସୁବିଧା ହୋଇ ନଥିବା ବେଳେ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ କୌଣସି ସୁବିଧା ପାଇପାରୁନାହାନ୍ତି ଉପାନ୍ତ ଅଞ୍ଚଳ ବାସୀ l ଇଣ୍ଟର ନେଟ ସେବା ପାଇବା ପାଇଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡି ବାଲି ପଞ୍ଚାୟତ କ୍ରାଣ୍ଡିବାଲି ରେ ଜିଓ ଟାୱାର ନିର୍ମାଣ ସହ ବି ଏସ ଏନ ଏଲ ଟାୱାର ନିର୍ମାଣ କରିବାକୁ ରାସ୍ତା ଉପରେ ଗଣ ଧାରଣା ଓ ରାସ୍ତା ରୋକ କରିଛନ୍ତି ଅଞ୍ଚଳ ବାସୀ l
www.newslaxmi7.com
କ୍ରାଣ୍ଡି ବାଲି, କାମଟଣା,ଡଙ୍ଗି ମେଣ୍ଡି, ଡେପା ପଡା, ପୁନି ପଡା, ଅଡା ବାଲି, ଭଳି ଅନେକ ଗାଁରେ ଇଣ୍ଟର ନେଟ ସେବା ନଥିବାରୁ ଅଞ୍ଚଳ ବାସୀ ବିଭିନ୍ନ ନେଟ ସେବାରୁ ବଞ୍ଚିତ ହେଉଛନ୍ତି l l ୫ ବର୍ଷ ପୂର୍ବରୁ କ୍ରାଣ୍ଡି ବାଲି ପଞ୍ଚାୟତରେ ଏକ ମିନି ବି, ଏସ,ଏନ,ଏଲ ଟାୱାର ନିର୍ମାଣ କରା ଯାଇଥିଲା l ତାହା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି l ବିଭିନ୍ନ ଇଣ୍ଟରନେଟ ସେବା ପାଇଁ ଅଞ୍ଚଳ ବାସୀଙ୍କୁ ଗୋଚ୍ଛା ପଡା କିମ୍ବା ଫିରିଙ୍ଗିଆ ଉପରେ ନିର୍ଭର କରୁଥିବାରୁ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l
www.newslaxmi7.com
ଜିଓ ଟାୱାର ନିର୍ମାଣ ପାଇଁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅଞ୍ଚଳ ବାସୀ ବ୍ଲକ କାର୍ଯ୍ୟାଳୟ ଠାରୁ ଜିଲ୍ଲା ପାଳଙ୍କ ପାଖରେ ଲିଖିତ ଭାବରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରି ନାହିଁ l ଯାହାକୁ ନେଇଁ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଉତ୍ୟକ୍ତ ଅଞ୍ଚଳବାସୀ ଆଜି ସକାଳ ୬ ଟା ଠାରୁ ଶତାଧିକ ପୁରୁଷ ମହିଳା କ୍ରାଣ୍ଡି ବାଲି ପଞ୍ଚାୟତ ନିକଟରେ ଥିବା ଗୋଚ୍ଛା ପଡା – ବାଲାନ୍ଦା ପଡା ରାସ୍ତା କ୍ରାଣ୍ଡି ବାଲି ନିକଟ ବ୍ରିଜ ଉପରେ ରାଜ ରାସ୍ତାକୁ ଅବରୋଧ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ l ଘଟଣା ସ୍ଥଳରେ ଗୋଚ୍ଛା ପଡା ପୋଲିସ ପହଞ୍ଚି ଥିବା ବେଳେ ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କ ସହ ବହୁ ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ କରିଥିଲେ l
www.newslaxmi7.com
ଗୋଚ୍ଛା ପଡା ପୋଲିସ ଲୋକଙ୍କୁ ବୁଝା ସୁଝା କରିଥିବା ବେଳେ ଆନ୍ଦୋଳନ କାରି ମାନେ ଜିଓ କର୍ତୃପକ୍ଷ ଓ ବି ଏସ ଏନ ଏଲ କର୍ତୃପକ୍ଷ ପହଞ୍ଚି ପ୍ରତିଶୃତି ଦେଲେ ଆନ୍ଦୋଳନ ହଟିବ ବୋଲି ଜିଦ ଧରିଥିଲେ l ଘଟଣା ସ୍ଥଳକୁ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ, ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ର, ଗୋଚ୍ଛା ପଡା ଥାନା ଅଧିକାରିଣୀ ମନ ମଞ୍ଜରୀ ନାୟକ ପହଞ୍ଚି ଉତ୍ୟକ୍ତ ଜନସାଧାରଣ ଙ୍କୁ ବୁଝା ସୁଝା ପରେ ତହସିଲଦାର ଅନାମିକା ପାଣ୍ଡେ ୭ ଦିନ ଭିତରେ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଥିବା ମିନି ବି, ଏସ, ଏନ, ଏଲ ଟାୱାର କୁ କାର୍ଯ୍ୟକ୍ଷମ କରିବାକୁ ଲିଖିତ ପ୍ରତିଶୃତି ଦେବାପରେ ଆନ୍ଦୋଳନ କାରି ମାନେ ସମସ୍ତେ ରାସ୍ତା ଅବରୋଧ ରୁ ହଟିଥିଲେ l ଆଗାମୀ ୭ ଦିନ ଭିତରେ ସମସ୍ୟା ର ସମାଧାନ ନ ହେଲେ ପୁଣି ଥରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରି ମାନେ ଚେତାବନୀ ଦେଇଛନ୍ତି କନ୍ଧମାଳ ଜିଲ୍ଲାରୁ ବିବେକାନନ୍ଦ ପ୍ରଧାନଙ୍କ ରିପୋର୍ଟ