ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ ବାଂଲାଦେଶ ସେନା

ନୂଆଦିଲ୍ଲୀ: ଏବର୍ଷର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବାଂଲାଦେଶ ସେନାର ଏକ ‘ମାର୍ଚିଙ୍ଗ୍‌ କଣ୍ଟିଜେଣ୍ଟ୍‌’ ଅଂଶଗ୍ରହଣ କରିବ ବୋଲି ଶନିବାର ଦିନ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଭାରତର ଏହି ବୃହତ୍ତମ ଉତ୍ସବର ଅଂଶବିଶେଷ ଭାବେ ରାଜପଥରେ କୌଣସି ବିଦେଶୀ ସେନା ‘ମାର୍ଚିଙ୍ଗ୍‌’ କରିବାରେ ଏହା ହେଉଛି ଦ୍ୱିତୀୟ ଘଟଣା। ୨୦୧୬ରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଫରାସୀ ସେନା ‘କଣ୍ଟିଜେଣ୍ଟ୍‌’ର ୧୩୦ଜଣ ଯବାନ ରାଜପଥରେ ‘ମାର୍ଚିଙ୍ଗ୍‌’ କରିଥିଲେ। ସେ ବର୍ଷ ଏହି ଜାତୀୟ ଉତ୍ସବରେ ଆୟୋଜିତ ପରେଡ୍‌ରେ ମୁଖ୍ୟ ଅତିଥି ଥିଲେ ଫ୍ରାନ୍ସ୍‌ର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ହଲାଣ୍ଡେ।

ଦୁଇ ଦେଶ (ଭାରତ ଓ ବାଂଲାଦେଶ) ‘ବାଂଲାଦେଶ ଜନ୍ମ’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବା ବେଳେ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବା ନିମନ୍ତେ ଭାରତ ବାଂଲାଦେଶ ସେନାକୁ ନିମନ୍ତ୍ରଣ କରିଛି। ବାଂଲାଦେଶର ଏହି ‘ମାର୍ଚିଙ୍ଗ୍‌ କଣ୍ଟିଜେଣ୍ଟ୍‌’ରେ ରହିବେ ୯୬ଜଣ ଯବାନ।
ଅସ୍ତ୍ରଭାବେ ସେମାନଙ୍କ ପାଖରେ ଥିବ ‘ବିଡି-୦୮’ ରାଇଫଲ୍‌। ଏହା ହେଉଛି ଚୀନ୍‌ର ‘ଟାଇପ୍‌ ୮୧୭.୬୨ ଏମ୍‌ଏମ୍‌ ଆସଲ୍‌ଟ୍‌ ରାଇଫଲ୍‌ ପରିବର୍ତ୍ତିତ ତଥା ଲାଇସେନ୍‌ସ୍‌ପ୍ରାପ୍ତ ରଇଫଲ୍‌। ପ୍ରତିବର୍ଷ ବାଂଲାଦେଶର ‘ଅର୍ଡନାନ୍ସ୍‌’ ଫ୍ୟାକ୍ଟ୍ରିମାନଙ୍କରୁ ଏହି ପ୍ରକାରର ୧୦, ୦୦୦ରୁ ଅଧିକ ରାଇଫଲ ଉତ୍ପାଦନ କରାଯାଉଛି।

କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏବର୍ଷ ସାଧାରଣତନ୍ତ୍ର ଦିବସ ସଂକ୍ଷିପ୍ତ ଆକାରରେ ଆୟୋଜନ କରାଯାଉଛି। ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଦର୍ଶକଙ୍କୁ ପରେଡ୍‌ ଦେଖିବାକୁ ଅନୁମତି ମିଳୁଥିବା ବେଳେ ଏ ବର୍ଷ ମାତ୍ର ୨୫ ହଜାର ଦର୍ଶକଙ୍କୁ ଅନୁମତି ମିଳିବ। ଏହାଛଡ଼ା, ଏହି ଉତ୍ସବରେ ମଧ୍ୟ ଖୁବ୍‌ ସ୍ୱଳ୍ପସଂଖ୍ୟକ ଅଂଶଗ୍ରହଣକାରୀ ଭାଗ ନେବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ