କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତ ଅନ୍ତର୍ଗତ 5 ଟି ଗାଁ କୁ ଆଜି ପର୍ଯ୍ୟନ୍ତ ଗମନାଗମନ ପାଇଁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ। କୁଟିକିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ଙ୍କ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ସରକାର ଙ୍କ ତରଫରୁ କୈାଣସି ସୁବିଧା ମିଳି ନାହିଁ । ଯାହା ଫଳରେ ବର୍ଷା ଦିନେ ଆସିଲେ ଗମନାଗମନ ପାଇଁ ଜରୁରୀକାଳୀନ ସେବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ଡମପଡା ଗ୍ରାମବାସୀ ଏକତ୍ରିତ ହୋଇ ରାସ୍ତା ମରାମତି କରିଛନ୍ତି। ପାଖାପାଖି ୧୨୦ ରୁ ଉର୍ଦ୍ଧ ପରିବାର ଏହି ଡମପଡା, ଗାଜୁରପଡ଼ି, ଡଗରାପାଙ୍ଗା, ଲାଇନପାଲି, ଗୁପ୍ତାପାଙ୍ଗା ରେ ବସବାସ କରନ୍ତି। ରାସ୍ତା ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ରାସ୍ତା ମରାମତି ପାଇଁ ଗ୍ରାମ ବାସୀ ପ୍ରଶାସନ ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ କୈାଣସି ଫଳପ୍ରଦ ହୋଇନଥିଲା। ଶେଷରେ ନିଜ କାମକୁ ନିଜେ କରିବା ପାଇଁ ନିଷ୍ପତ୍ତି ନେଇ ପ୍ରତି ଘରୁ ପୁରୁଷ, ମହିଳା ବାହାରି ରାସ୍ତା ମରାମତି କରିଛନ୍ତ। ନୂତନ ରାଜ୍ୟ ସରକାରଙ୍କ ଉପରେ ଭରସା କରି ଗ୍ରାମବାସୀ ନିବେଦନ କରିଛନ୍ତି ଯେ ଆଗାମୀ ଦିନରେ ଗ୍ରାମକୁ ଏକ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଗାଁ ର ଯୁବକ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅନୁରୋଧ କରିଛନ୍ତି।