ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି, ହୋଇପାରିବେନି ଉତ୍ତରାଧିକାରୀ: ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଝିଅଙ୍କୁ ମିଳିବନି ବାପଘର ସମ୍ପତ୍ତି। ପୁଅ ଥିଲେ ଝିଅମାନେ ହୋଇ ପାରିବେନି ଘରର ଉତ୍ତରାଧିକାରୀ। ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ।

ପୈତୃକ ସମ୍ପତ୍ତିକୁ ନେଇ ଅଧିକାଂଶ ସମୟରେ ଦେଖା ଦେଉଛି ବିବାଦ। ଯାହା ସମାଧାନ ହେବା ପାଇଁ କୋର୍ଟ କଚେରୀରେ ଯ।ଇଁ ପହଞ୍ଚୁଛି। ପିତା ମାତାଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲାଗି ଭାଇ-ଭଉଣୀଙ୍କ ମଧ୍ୟରେ ଏ ନେଇ ଅନେକ ସମୟରେ ଲାଗି ରହୁଛି ବିବାଦ। ଯ।ହାକୁ ନେଇ ଏବେ ଏକ ବଡ଼ ନିଷ୍ପତ୍ତି ଆସିଛି। ଯାହା ଅନୁସାର ଯଦି ଜଣେ ହିନ୍ଦୁ ପିତା ମୃତ୍ୟୁବରଣ କରନ୍ତି ଏବଂ ତାଙ୍କ ପୁଅମାନେ ଜୀବିତ ଥାଆନ୍ତି, ତେବେ ତାଙ୍କ ଝିଅ ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିବେ ନାହିଁ। ଏକ ସମ୍ପତ୍ତି ବିବାଦ ସମାଧାନ ପରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଛତିଶଗଡ଼ ହାଇକୋର୍ଟ।
ମିତାକ୍ଷର ଆଇନ ଅନୁଯାୟୀ କୋର୍ଟ ରାୟ ଦେଇଛନ୍ତି ଯେ ଯଦି ଜଣେ ପିତା ୧୯୫୬ ପୂର୍ବରୁ ମୃତ୍ୟୁବରଣ କରଥାନ୍ତି, ତେବେ ତାଙ୍କ ଝିଅ ତାଙ୍କ ସମ୍ପତ୍ତିର କୌଣସି ଅଂଶ ପାଇବାକୁ ହକଦାର ହେବେ ନାହିଁ। ଏହି ମାମଲାରେ ସରଗୁଜା ଜିଲ୍ଲାର ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଜଡିତ ଥିଲା। ତାଙ୍କ ପିତାଙ୍କ ମୃତ୍ୟୁ ୧୯୫୦ ମସିହାରେ ହୋଇଥିଲା। ଆଉ ଭାଇ ସମ୍ପତ୍ତିର ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ, ଯାହାକୁ ଭଉଣୀ ବିରୋଧ କରିଥିଲେ। ମାମଲାଟି ସରଗୁଜାର ସିଭିଲ୍ କୋର୍ଟରେ ପହଞ୍ଚିଥିଲା। 
ତେବେ କୋର୍ଟ ଦାବିକୁ ଖାରଜ କରି କହିଥିଲେ ଯେ ପିତାଙ୍କ ମୃତ୍ୟୁ ୧୯୫୬ ପୂର୍ବରୁ ହୋଇଥିବାରୁ ଆବେଦନକାରୀ ଭଉଣୀ ସମ୍ପତ୍ତି ପାଇପାରିବେ ନାହିଁ। ସେ ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ସମାନ ନିର୍ଦ୍ଦେଶ ଦେଇଥିଲେ। କାରଣ ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ, ୨୦୦୫ ଅନୁଯାୟୀ, ପୈତୃକ ସମ୍ପତ୍ତିରେ ଝିଅମାନଙ୍କୁ ପୁଅ ପରି ସମାନ ଅଧିକାର ଦିଆଯାଇଥିଲା। 
ଏହା କାର୍ଯ୍ୟକାରୀ ହେବା ପରେ, ଝିଅମାନଙ୍କୁ ଜନ୍ମରୁ ସହ-ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା। ହେଲେ ଯେହେତୁ ଆବେଦନକାରୀଙ୍କ ପିତା ୧୯୫୦ ମସିହାରେ ମୃତ୍ୟୁବରଣ କରିଥିଲେ। କୋର୍ଟ କହିଥିଲେ ଯେ ହିନ୍ଦୁ ଉତ୍ତରାଧିକାର ଆଇନ ୧୯୫୬ ପୂର୍ବରୁ ଘଟିଥିବା ମୃତ୍ୟୁ ପାଇଁ ପ୍ରଯୁଜ୍ୟ ନୁହେଁ।
କୋର୍ଟ ଉଲ୍ଲେଖ କରିଛନ୍ତି, “ଯେତେବେଳେ ମିତାକ୍ଷର ଆଇନ ଦ୍ୱାରା ପରିଚାଳିତ ଜଣେ ହିନ୍ଦୁ ୧୯୫୬ ପୂର୍ବରୁ ମୃତ୍ୟୁବରଣ କରନ୍ତି, ତାଙ୍କର ପୃଥକ ସମ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ତାଙ୍କ ପୁଅ ଉପରେ ନ୍ୟସ୍ତ ହେବ। ଜଣେ କନ୍ୟା ସନ୍ତାନ କେବଳ ପୁତ୍ର ସନ୍ତାନର ଅନୁପସ୍ଥିତିରେ ଏପରି ସମ୍ପତ୍ତିରେ ଅଧିକାର ଦାବି କରିପାରିବେ।”

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ