ରାଜ୍ୟ

କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥଳରେ ପ୍ରଖର ଜଳସ୍ରୋତ, ଆଜି କାର୍ଯ୍ୟ ବନ୍ଦ

୧୨ଦିନ ହେଲା କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ୧୬ତାରିଖ ଦିନ ଭୁସ୍ଖଳନ ଯୋଗୁଁ ଘାଟିର ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇଯାଇଥିଲା। ତା ପର ଠାରୁ ରାସ୍ତା ମରାମତି ପାଇଁ ଜତୀୟ ରାଜପଥ କର୍ତ୍ତୃପକ୍ଷ ଉଦ୍ୟମ ଚଳେଇଥିବା ବେଳେ…

ଘୁ.ଉଦୟଗିରି: ୧୨ଦିନ ହେଲା କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ୧୬ତାରିଖ ଦିନ ଭୁସ୍ଖଳନ ଯୋଗୁଁ ଘାଟିର ୩୦ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇଯାଇଥିଲା। ତା ପର ଠାରୁ ରାସ୍ତା ମରାମତି ପାଇଁ ଜତୀୟ ରାଜପଥ କର୍ତ୍ତୃପକ୍ଷ ଉଦ୍ୟମ ଚଳେଇଥିବା ବେଳେ ବର୍ଷା କାର୍ଯ୍ୟରେ ବାଧକ ସାଯିବାରେ ଲାଗିଛି।

ନିର୍ମାଣ କାର୍ଯ୍ୟ ଚଳିଥିବା ବେଳେ ପୁଣି ୨୨ତାରିଖ ଦିନ ଭୁସ୍ଖଳନ ଯୋଗୁଁ ପାହାଡ଼ ଉପରୁ ବଡ଼ବଡ଼ ପଥର ଖସିବା ସହ ମାଟି ଅତଡ଼ା ଖସିଥିଲା।ଭୟରେ କାର୍ଯ୍ୟ କ୍ଷେତ୍ରରୁ ସମସ୍ତେ ଛାଡ଼ି ପଳେଇଥିଲେ। ହେଲେ ପାଗ ଶୁଖୁଲା ହେବା ପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇ ରାସ୍ତାରେ ପରୀକ୍ଷାମୂଳକ ଭାବେ ଗାଡ଼ି ଚଳାଚଳ କରାଯାଇ ରାସ୍ତା ପାର୍ଶ୍ଵରେ ବାଲି ବସ୍ତା ପଥର ତାରଜାଲି ଦେଇ ଗାର୍ଡ ୱାଲ ନିର୍ମାଣ ସହ ରାସ୍ତାରେ କଂକ୍ରିଟ ଢ଼ଳେଇ କରାଯାଇଥିଲା। ହେଲେ ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଲଗାଣ ବର୍ଷା ଯୋଗୁଁ ପାହାଡ଼ ଶିଖରରୁ ପୁଣି ପ୍ରବଳ ପାଣି ତଳକୁ ଖସିବାରେ ଲାଗିଛି ଆଜି ରାସ୍ତା କାର୍ଯ୍ୟ ବନ୍ଦ ରଖିଛି ଠିକା କମ୍ପାନି।

ଆଜି ପ୍ରଖର ଜଳସ୍ରୋତ ପାହାଡ଼ ଶିଖରରୁ ତଳକୁ ବୋହୁଥିବା ଯୋଗୁଁ ପଥର ବାଲି ବସ୍ତା ଏବଂ ତାର ଜାଲି ଦେଇ ନିର୍ମାଣ ଜରାଯାଇଥିବା ଗାର୍ଡ ମଧ୍ୟ ପାଣିର ପ୍ରଖର ସ୍ରୋତ ଯୋଗୁଁ କିଛି କିଛି ସ୍ଥାନରେ ପଥର ପେକିଙ୍ଗ ଢିଲା ହୋଇ ଖସିବା ଅବସ୍ଥାକୁ ଆସିଲାଣି।

ପାହାଡ଼ରେ ଏବେବି ବଡ଼ ବଡ଼ ପଥର ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଛି।ଏହିଭଳି ପାଣି ଶିଖରରୁ ଜୋରରେ ବୋହିଲେ କେତେବେଳେ ଝୁଲି ରହିଥିବା ପଥର ଖସିଯାଇପାରେ। ଆଜି ପ୍ରଖର ଜଳସ୍ରୋତ ପାହାଡ଼ ଶିଖରରୁ ତଳକୁ ବୋହୁଥିବା ଯୋଗୁଁ ପଥର ବାଲି ବସ୍ତା ଏବଂ ତାର ଜାଲି ଦେଇ ନିର୍ମାଣ ଜରାଯାଇଥିବା ଗାର୍ଡ ମଧ୍ୟ ପାଣିର ପ୍ରଖର ସ୍ରୋତ ଯୋଗୁଁ କିଛି କିଛି ସ୍ଥାନରେ ପଥର ପେକିଙ୍ଗ ଢିଲା ହୋଇ ଖସିବା ଅବସ୍ଥାକୁ ଆସିଲାଣି। ରାସ୍ତାରେ କେବେ ଗାଡି ମଟର ଯାତାୟତ କରିବ ବର୍ତମାନ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ବର୍ଷା କାଳ ସାଜିଛି କଳିଙ୍ଗା ଘାଟି ରାସ୍ତା ପାଇଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।