ଦେଶ ବିଦେଶ

ଟ୍ରମ୍ପଙ୍କ ସହ ବୈଠକ ବେ‌ଳେ ସୁଟ୍‌କେଶରେ ପୁଟିନ୍‌ଙ୍କ ମଳ ଧରି ପହଞ୍ଚିଥିଲେ ଅଙ୍ଗରକ୍ଷୀ !

ଟ୍ରମ୍ପଙ୍କ ସହ ବୈଠକ ବେ‌ଳେ ସୁଟ୍‌କେଶରେ ପୁଟିନ୍‌ଙ୍କ ମଳ ଧରି ପହଞ୍ଚିଥିଲେ ଅଙ୍ଗରକ୍ଷୀ । ଅନ୍ତର୍ଜାତୀୟ ରାଜନୀତିର ଚମକ ଏବଂ କ୍ୟାମେରାର ଆଲୋକ ମଧ୍ୟରେ ଏଭଳି ଅନେକ କଥା ଲୁଚି ରହିଥାଏ, ଯାହା ବିଷୟରେ ସାଧାରଣ ଲୋକ ବହୁତ କମ୍ ଜାଣନ୍ତି।

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରାଜନୀତିର ଚମକ ଏବଂ କ୍ୟାମେରାର ଆଲୋକ ମଧ୍ୟରେ ଏଭଳି ଅନେକ କଥା ଲୁଚି ରହିଥାଏ, ଯାହା ବିଷୟରେ ସାଧାରଣ ଲୋକ ବହୁତ କମ୍ ଜାଣନ୍ତି। କିଛି ଦିନ ତଳେ ଆଲାସ୍କା ଶିଖର ସମ୍ମିଳନୀ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଠକ କରିଥିଲେ। ଏହି ସମୟରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାର ଏକ ଅଦ୍ଭୁତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଥିଲା, ତାହା ଥିଲା ଏକ ସ୍ୱତନ୍ତ୍ର ସୁଟକେସ୍। ଏହି ସ୍ୱତନ୍ତ୍ର ସୁଟକେସ୍‌ରେ କୌଣସି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ କିମ୍ବା ଅସ୍ତ୍ରଶସ୍ତ୍ର ନଥିଲା, ବରଂ ଥିଲା ରାଷ୍ଟ୍ରପତି ପୁଟିନଙ୍କ ମଳ। ଏହାକୁ ସୁରକ୍ଷିତ ଭାବରେ ତାଙ୍କର ଜଣେ ଅଙ୍ଗରକ୍ଷୀ ସୁଟ୍‌କେଶରେ ଧରି ତାଙ୍କ ସହ ଚାଲୁଥିଲେ। 

କୁହାଯାଉଛି ଯେ, ଏହି ସୁଟକେସ୍‌କୁ ପୁଟିନ ବିଦେଶ ଯାତ୍ରା ସମୟରେ ବ୍ୟବହାର କରନ୍ତି। ଏହାର ଉଦ୍ଦେଶ୍ୟ କେବଳ ସୁରକ୍ଷା ନୁହେଁ, ବରଂ ଗୋପନୀୟତା ମଧ୍ୟ। ପୁଟିନ୍ ବିଦେଶ ଯାତ୍ରା କରୁଥିଲେ ରୁଷ ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍ (ଏଫଏସଓ) ପୁଟିନଙ୍କ ଶରୀରର ମଳ ଏବଂ ମୂତ୍ର ସ୍ୱତନ୍ତ୍ର ପ୍ୟାକେଟରେ ସଂଗ୍ରହ କରି ମସ୍କୋକୁ ଫେରାଇ ଆଣନ୍ତି। ଏଭଳି କରିବା ପଛରେ ବଡ଼ କାରଣ ରହିଛି। ଏଭଳି କରିବା ଦ୍ବାରା ବିଦେଶୀ ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କର ମଳ-ମୂତ୍ର ବିଶ୍ଳେଷଣ କରିପାରିବେ ନାହିଁ ଏବଂ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁପ୍ତ ସୂଚନା ବାହାର କରିପାରିବେ ନାହିଁ।

ତେବେ ଏହା ପ୍ରଥମ ନୁହେଁ। ଏହି ବ୍ୟବସ୍ଥା ୨୦୧୭ରେ ପୁଟିନଙ୍କ ଫ୍ରାନ୍ସ ଏବଂ ୨୦୧୯ରେ ସାଉଦି ଆରବ ଗସ୍ତ ସମୟରେ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଏହି ସୁଟକେସ୍ ସର୍ବଦା ସ୍ୱତନ୍ତ୍ର ଅଙ୍ଗରକ୍ଷୀଙ୍କ ହେପାଜତରେ ରଖାଯାଏ ଏବଂ ଏହା ପୁଟିନଙ୍କ ‘ବ୍ୟକ୍ତିଗତ ସୁରକ୍ଷା ବବଲ୍’ର ଏକ ଅଂଶ ପାଲଟିଛି। ପୂର୍ବତନ ଆମେରିକୀୟ ଗୁଇନ୍ଦା ଅଧିକାରୀ ରେବେକା କଫଲର କହିଛନ୍ତି ଯେ, ‘ପୁଟିନଙ୍କ ଭୟ ଭିତ୍ତିହୀନ ନୁହେଁ। ମଳ-ମୂତ୍ରରୁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ, ଜେନେଟିକ୍ ଅବସ୍ଥା ଏବଂ ସମ୍ଭାବ୍ୟ ରୋଗ ବିଷୟରେ ବହୁତ କିଛି ଜାଣିହେବ। ପୁଟିନଙ୍କ ଭଳି ବ୍ୟକ୍ତିତ୍ୱଙ୍କ କ୍ଷେତ୍ରରେ, ଏହି ସମ୍ବେଦନଶୀଳ ସୂଚନା ଏକ ଜାତୀୟ ସୁରକ୍ଷା ପ୍ରସଙ୍ଗ।’

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ