ରାଜ୍ୟ

ମାଲକାନଗିରି ବିଏସଏଫ ଯବାନଙ୍କ ଦ୍ୱାରା ଲ୍ୟାଣ୍ଡ ମାଇନ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବସ୍ଥାପିତ ବିଏସଏଫ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଭେଜେଙ୍ଗୱାଡା ରିଜେର୍ଭ ଫରେଷ୍ଟ ଅଂଚଳରେ କୁମ୍ବିଂ କରୁଥିବା ବେଳେ ମାଓବାଦୀଙ୍କ ଦ୍ୱାରା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଟିଫିନ ବୋମାକୁ ଉଦ୍ଧାର କରିଥିଲେ ବିଏସଏଫ ଯବାନ। ଏକ ଗଛ ମୂଳରେ ବୋମାକୁ ଖଞ୍ଜା ଯାଇଥିଲା।ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି।

ବିଏସଏଫର ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।ପରେ ଘଟଣାସ୍ଥଳରେ ହିଁ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ଘଟଣା ସ୍ଥଳରୁ ଗୋଟିଏ ଟିଫିନ ବୋମା,ଡିଟୋନେଟର,ବିଦ୍ୟୁତ୍ ତାର ଜବତ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ବିଏସଏଫ ଯୋଗୁଁ ନକ୍ସଲ ଜିଲ୍ଲାରେ ପ୍ରବେଶ କରିବାକୁ ଏକ ପ୍ରକାର ଭୟ କରୁଛନ୍ତି। ବିଏସଏଫ ଯବାନ ଲଗାତାର କୁମ୍ବିଂ ଜାରି ରଖିଥିବାରୁ ସୀମାରେ ନକ୍ସଲ ପ୍ରବେଶ ଏକ ପ୍ରକାର ନାହିଁ କହିଲେ ଚଳେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।