ରାଜ୍ୟ

ବିଚାର ବିଭାଗୀୟ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା, କଟାକ୍ଷ କଲେ ସୁରେଶ ପୂଜାରୀ

ଭୁବନେଶ୍ବର: ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏହାକୁ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ମୋ ମୁଖ୍ୟମନ୍ତ୍ରୀତ୍ବ କାଳରେ ମନ୍ତ୍ରୀମାନେ ଥାନା କଥା ପଚାରି ବୁଝୁଥିଲେ।
ଏଣେ ରାଜସ୍ବ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ନବୀନ ପଟ୍ଟନାୟକଙ୍କ ଟିପ୍ପଣୀକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ଚାହିଁଥିଲେ, ମହିଳାଙ୍କ ଉପରେ ନିର୍ଯାତନା ବନ୍ଦ କରିପାରିଥାନ୍ତେ। ସେ କେବଳ ଆଦର୍ଶ ଥାନା ପ୍ରତିଷ୍ଠା କରିଥିଲେ, ହେଲେ ଆମେ ଆଦର୍ଶ ପୁଲିସ ତିଆରି କରିବୁ।

ସୂଚନାଯୋଗ୍ୟ,ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 
ଏହା ଭିତରେ କମିସନରେଟ୍ ପୁଲିସ ମୂଳ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି। ଡିଜିପି ଓ୍ବାଇ.ବି.ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୁଲିସ ମୂଳ ଘଟଣାକୁ ନେଇ ମାମଲା ରୁଜୁ କରିଛି। ଘଟଣା ଦିନ ରାତିରେ ଅର୍ଥାତ୍ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପଥରଗାଡ଼ିଆ ରୋଡ୍ରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।