ରାଜ୍ୟ

ପ୍ରାଣୀ ସମ୍ପଦର ବିକାଶ ପାଇଁ ଏକାଠି ହେଲେ ୧୫ ରାଜ୍ୟ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପଶୁପାଳନ ଓ ଡାଏରି ବିଭାଗ ଏବଂ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସହଯୋଗରେ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଦୁଇଦିନିଆ ‘ମୌସୁମୀ ବୈଠକ’ ଆରମ୍ଭ ହୋଇଛି। ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସଂପଦର ବିକାଶ ପାଇଁ ଏହି ବୈଠକରେ ଦେଶର ୧୫ଟି ରାଜ୍ୟ ଏକାଠି ହୋଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, କୃଷି କ୍ଷେତ୍ରର ଅଭିବୃଦ୍ଧିରେ ପଶୁପାଳନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୃଷକ, ବେରୋଜଗାର ଯୁବଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ, ମହିଳା ଗୋଷ୍ଠୀଙ୍କୁ ସଶକ୍ତ ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଧ୍ୟାନ ଦେଉଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଆଗାମୀ ୫ ବର୍ଷ ପାଇଁ ୧୪୨୩.୪୭ କୋଟି ଟଙ୍କା ବ୍ୟୟରେ ନୂଆ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଯୋଜନା ପ୍ରଣୟନ କରାଯାଇଛି। 

ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଦୁଗ୍ଧ ସମବାୟ ସଂସ୍ଥାଗୁଡିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଡାଏରି ବିକାଶ ବୋର୍ଡ(ଏନ୍‌ଡିଡିବି) ସହିତ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏନ୍‌ଡିଡିବି ସହଯୋଗରେ ରାଜ୍ୟ ସରକାର ବ୍ରହ୍ମପୁରଠାରେ ଏକ ଟିକା ଉତ୍ପାଦନ କେନ୍ଦ୍ର ଓ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ଗୋଖାଦ୍ୟ ବିଶ୍ଳେଷଣ କେନ୍ଦ୍ର ସ୍ଥାପନ କରିବେ। ରାଜ୍ୟରେ ଛେଳି, ମେଣ୍ଢା ଓ କୁକୁଡ଼ା ପାଳନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ ଆରମ୍ଭ କରାଯିବ। ବୁଲା ଓ ଅବହେଳିତ ପ୍ରାଣୀ ସମ୍ପଦର ଯତ୍ନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ଆରମ୍ଭ କରାଯାଇଛି। ‘ବିକଶିତ ଓଡ଼ିଶା ୨୦୩୬’କୁ ନଜରରେ ରଖି ରାଜ୍ୟ ସରକାର କୃଷକଙ୍କ ଦ୍ୱାର ଦେଶରେ ୨୪ ଘଣ୍ଟିଆ ପ୍ରାଣୀ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱିତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। 

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’
ରାଜ୍ୟରେ ପ୍ରଥମଥର ଲାଗି ‘ମୌସୁମୀ ବୈଠକ’
ରାଜ୍ୟର ସବୁ କ୍ଷେତ୍ରର କାୟାକଳ୍ପ ପାଇଁ ରୋଡ୍‌ମ୍ୟାପ୍ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁରରେ ଟିକା ଉତ୍ପାଦନ କେନ୍ଦ୍ର, ଭୁବନେଶ୍ବରରେ ଅତ୍ୟାଧୁନିକ ଗୋଖାଦ୍ୟ ବି‌ଶ୍ଲେଷଣ କେନ୍ଦ୍ର

କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଥିଲେ, ଓଡ଼ିଶାର ବିକାଶ ପାଇଁ ପଶୁପାଳନ ସମ୍ପନ୍ଧୀୟ ସମସ୍ତ କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେବେ। ରାଜ୍ୟ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ। 
ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲା ନରାଜ ତଳଗଡ଼ଠାରେ ସେଣ୍ଟ୍ରାଲ୍‌ ପୋଲଟ୍ରି ଡେଭଲ୍‌ପମେଣ୍ଟ ସଂସ୍ଥାର ନୂତନ ୟୁନିଟ୍, ଓମଫେଡ୍‌ର ନୂଆ ଗୋଲ୍ଡ ପ୍ଲସ ଦୁଗ୍ଧ ପ୍ୟାକେଟ୍‌, କିଷାନ କ୍ରେଡିଟ୍ କାର୍ଡ ଅଭିଯାନ, ନାସନାଲ ଲେବଲ ମନିଟର ଆପ୍ଲିକେସନର ଉଦ୍‌ଘାଟନ କରିଥିଲେ। ଏହାସହ କଫି ଟେବଲ୍ ବୁକ୍‌, କୁକୁଡ଼ାଙ୍କୁ ହେଉଥିବା ରୋଗର ନିରାକରଣ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଏସ୍.ପି ସିଂ ବଘେଲ ଓ ଜର୍ଜ କୁରିୟାନ, କେନ୍ଦ୍ର ସଚିବ ଅଳକା ଉପାଧ୍ୟାୟ ଓ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଅଧ୍ୟକ୍ଷ ମୀନେଶ ଶାହ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।