ରାଜ୍ୟ

ଅଣଓଡ଼ିଆଙ୍କ କବ୍‌ଜାରେ ସରକାରୀ ଜମି: ରମ୍ପାସର ବିସ୍ତୃତ ସରକାରୀ ଜମି ଜବରଦଖଲ

ବ୍ୟାସନଗର ସହରରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଅନେକ ବର୍ଷ ହେଲା ଜମିର ବନ୍ଦୋବସ୍ତ କରାଯାଇ ନଥିବାରୁ ହଜାର ହଜାର ‌ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ।

ଯାଜପୁର: ବ୍ୟାସନଗର ସହରରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଅନେକ ବର୍ଷ ହେଲା ଜମିର ବନ୍ଦୋବସ୍ତ କରାଯାଇ ନଥିବାରୁ ହଜାର ହଜାର ‌ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ତହସିଲ, ଜଙ୍ଗଲ ଓ କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ (କେଏନ୍‌ଡିଏ) ଏ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ପରିଣାମରେ ମାଫିଆମାନେ ଏସବୁକୁ ବିକ୍ରିବଟା କଲେଣି। ବ୍ୟାସନଗର ସହରର ୱାର୍ଡ ନମ୍ବର ୧ ଓ ୫ରେ ଥିବା ରମ୍ପାସ ମୌଜାରେ ଶହଶହ ଅଣଓଡ଼ିଆ ଅନାବାଦୀ ଜମିରେ ଘର ତିଆରି କରୁଛନ୍ତି। ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।  

ସରକାରୀ ଜମି ଜବରଦଖଲ ହେଲେ ବୁଲ୍‌ଡୋଜର ଚାଲିବ ବୋଲି ଧମକ ଦେଇଥିଲେ ବିଜେପି ସରକାର। ହେଲେ ସ୍ଥାନୀୟ ଧବଳଗିରି ଛକଠାରୁ ଫେରୋକ୍ରମ ପ୍ଲାଣ୍ଟ ଯିବା ‌ରାସ୍ତାର ବାମ ପାର୍ଶ୍ବରେ ଓଏମ୍‌ସିର ଶହଶହ ଏକର ଜମି ଓ ଦକ୍ଷିଣ ପାର୍ଶ୍ବରେ ଥିବା ଅନାବାଦୀ ଜମିରେ ନୂଆଘରମାନ ତିଆରି ଚାଲିଛି। ମହାତ୍ମା ଗାନ୍ଧୀ ଆଇଟିଆଇ ପାର୍ଶ୍ବରେ ରମ୍ପାସ ଗାଁକୁ ଯାଇଥିବା ରାସ୍ତା‌ର ୫୦୦ ମିଟର ପର୍ଯ୍ୟନ୍ତ ୮୦ କଡ଼ି ଓସାର ରହିଛି। ଏହି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଜମିକୁ କେତେକ ଦଲାଲ ବିକ୍ରି କରି ବେଶ୍‌ ମୁନାଫା କରିଚାଲିଛନ୍ତି। ଦକ୍ଷିଣ ପାର୍ଶ୍ବରେ ଥିବା  ଅନାବାଦୀ ଜମିରେ ବି ସ୍ଥିତି ତଦ୍ରୁପ। ରାସ୍ତା ପାର୍ଶ୍ବରେ ଥିବା ପୋଖରୀକୁ ପୋତି ବିକ୍ରି କରିବା ପାଇଁ ଦଲାଲ ମୂଲଚାଲ କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ପୋଖରୀ ପୋତିଦେଲେ ଏହି ବାଟ ଦେଇ ପ୍ରବାହିତ ବର୍ଷାଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ସ୍ଥାନୀୟ ବାସିନ୍ଦା ଟୁଲୁ ତ୍ରିପାଠୀ, ପ୍ରଶାନ୍ତ କୁମାର ରାୟ, ଗୌରାଙ୍ଗ ପଟ୍ଟନାୟକ, ବିରଞ୍ଚି ନାରାୟଣ ସାମଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସୋବରା, ମୁଣ୍ଡମାଳ, ଉମାପଦା, ସାତକଳିଆ, ପାଇକରାପୁର, ଚାନ୍ଦମା, ବୀରମଣିପୁର, ବ୍ୟାସ ସରୋବର ପ୍ରଭୃତି ୨୦ଟି ମୌଜାରେ ହଜାର ହଜାର ଏକର ସରକାରୀ ଜମି ଏବେ ଜବରଦଖଲରେ ରହିଛି। ବିଶେଷ କରି ସରକାରୀ ଜମିକୁ ମାଫିଆମାନେ କବ୍‌ଜା କରି ଅଣଓଡ଼ିଆଙ୍କୁ ବିକ୍ରି କରୁଛନ୍ତି। ସେମାନେ ସଙ୍ଗେସଙ୍ଗେ ଛୋଟ ଛୋଟ ଘର ତିଆରି କରି ନେଉଛନ୍ତି। ଏହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।