ଦେଶ ବିଦେଶ

ବୈଷ୍ଣୋଦେବୀ ରାସ୍ତାରେ ଭୂସ୍ଖଳନ, ୩ ମୃତ

ଦେଶ- ବିଦେଶ : ଜମ୍ମୁର ମାତା ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଞ୍ଚି ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଶ୍ରୀନଗର:  ଜମ୍ମୁର ମାତା ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଞ୍ଚି ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ଫସି ରହିଥିବା ଆଶଙ୍କା କରାଯାଉଛି। ମାତା ବୈଷ୍ଣୋ ଦେବୀ ସ୍ରାଇନ୍ ବୋର୍ଡ ତରଫରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ରାଇନ ବୋର୍ଡର ସିଇଓ କହିଛନ୍ତି ଯେ ମାତା ବୈଷ୍ଣୋ ଦେବୀ ସ୍ରାଇନ ଟ୍ରାକରେ ପଥର ଖସିବା ଓ ଭୂସ୍ଖଳନ ହୋଇଛି। ବୋର୍ଡର ବିପର୍ଯ୍ୟୟ ପରିଚାଳନା ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

ଗତ ମେ ୨୦୨୪ରେ ଜମ୍ମୁ-କଶ୍ମୀରର ଅଖନୁରରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୨ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫୪ ଜଣ ଆହତ ହୋଇଥିଲେ। ଜମ୍ମୁ ଅଖନୁର ଜାତୀୟ ରାଜପଥରେ ଏକ ବଡ଼ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୯ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ। ସେତେବେଳେ ଏହାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିଲେ। ଜିଲ୍ଲାର ଚୌକି ଚୋରା ଅଞ୍ଚଳର ଟୁଙ୍ଗି-ମୋର୍ଠାରେ ଏହି ଦୁର୍ଘଟଣା ଘଟିଥିଲା। ବସଟି ପ୍ରାୟ ୧୫୦ ଫୁଟ  ଗଭୀର ଖାଲକୁ ଖସି ପଡ଼ିଥିଲା। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ