ଦେଶ ବିଦେଶ

ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ, ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ

ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ । ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ। ବେଙ୍ଗାଲୁରୁ‌ରେ ଘଟିଛି ଏଭଳି ଘଟଣା। ହତ୍ୟା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ସ୍ବାମୀକୁ ଅଟକ ରଖିଛି ପୁଲିସ।

ବେଙ୍ଗାଲୁରୁ: ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ବାମୀ । ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ। ବେଙ୍ଗାଲୁରୁ‌ରେ ଘଟିଛି ଏଭଳି ହୃଦୟଥରା ଘଟଣା। ହତ୍ୟା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ସ୍ବାମୀକୁ ଅଟକ ରଖିଛି ପୁଲିସ। କୁହାଯାଉଛି ଯେ, ସ୍ବାମୀ ଉପରେ ରାଗି ନିଜ ସାଙ୍ଗଙ୍କୁ ଘରକୁ ଡାକିଥିଲେ ପୀଡ଼ିତା । ସାଙ୍ଗ ସହ ‌ଭୋଜନ କରି ମଦ ପିଇବା ସହ ଦୁହେଁ ଶୋଇବାକୁ ଚାଲିଯାଇଥିଲେ। ହେଲେ ସକାଳୁ ଉଠିବା ବେଳକୁ ପୀଡ଼ିତାଙ୍କ ମୃତଦେହ ପାଖରେ ପଡ଼ିଥିବା ଦେଖି ତାଙ୍କ ସାଙ୍ଗ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ପୁଲିସରେ ଅଭିଯୋଗ କରାଯିବାରୁ ଏବେ ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। 

ସୂଚନା ମୁତାବକ, ମୃତକଙ୍କ ନାମ ବି.ନବ୍ୟାଶ୍ରୀ ବୋଲି ଜଣାପଡ଼ିଥିବା ବେଳେ ସେ ଜଣେ ନୃତ୍ୟ ଶିକ୍ଷୟତ୍ରୀ ଥିଲେ। ବିବାହ ପାଇଁ ଘର ଲୋକ ରାଜି ନଥିଲେ ବି ସେ ସ୍ବାମୀ କିରଣଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା। ସ୍ବାମୀଙ୍କ ସହ ହେଉଥିବା ଝଗଡ଼ା ବିଷୟରେ ନବ୍ୟାଶ୍ରୀ, ନିଜ ବନ୍ଧୁ ଐଶ୍ବର୍ଯ୍ୟାଙ୍କୁ ଜଣାଇଥିଲେ। ମୋ କାମକୁ ପସନ୍ଦ ନକରିବା ସହ ମୁଁ ଅନ୍ୟ କାହା ସହ ଅନୈତିକ ସମ୍ପର୍କ ରଖିଥିବା ନେଇ କିରଣ ସନ୍ଦେହ କରୁଥିବା କଥା ଐଶ୍ବର୍ଯ୍ୟାଙ୍କୁ ଜଣାଇଥିଲେ ନବ୍ୟାଶ୍ରୀ। କିରଣ କିଛି ବି କରିପାରନ୍ତି ବୋଲି କହିବାରୁ ଐଶ୍ବର୍ଯ୍ୟା, ନବ୍ୟାଶ୍ରୀଙ୍କ ସହ ତାଙ୍କ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଦୁହେଁ ରାତି ଖାଇବା ଖାଇ ମଦ ପିଇବା ସହ ଶୋଇବାକୁ ଚାଲି ଯାଇଥିଲେ। ସକାଳୁ ବେଡସିଟ୍ ଓଦା ଲାଗିବାରୁ ଐଶ୍ବର୍ଯ୍ୟାଙ୍କ ନିଦ ଭାଙ୍ଗିଥିଲା। ପାଖରେ ଶୋଇଥିବା ନବ୍ୟାଶ୍ରୀଙ୍କ ରକ୍ତାକ୍ତ ଶରୀର ଦେଖି ସେ ଚମକି ପଡ଼ିଥିଲେ। 

ତୁରନ୍ତ ସେ ପଡୋଶୀଙ୍କୁ ଡାକିବା ସହ ପୁଲିସକୁ ଖବର ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ଗଳା କଟାଯିବା ପୂର୍ବରୁ ନବ୍ୟାଶ୍ରୀଙ୍କୁ ମାଡ଼ ମରାଯାଇଥିବା କହିଥିଲେ ଡାକ୍ତର। ଏବେ ଐଶ୍ବର୍ଯ୍ୟାଙ୍କ ଅଭିଯୋଗକ୍ରମ‌େ ପୁଲିସ କିରଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ