ରାଜ୍ୟ

ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ: ମମତା ବାନାର୍ଜୀ

କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ କେବେ ବି ଧମକ ଦେଇନାହିଁ ବୋଲି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ଏବଂ ଡାକ୍ତରଙ୍କ ଆନ୍ଦୋଳନ ଏକ ସ୍ବାଭାବିକ କଥା ବୋଲି ମମତା ପ୍ରକାଶ କରିଛନ୍ତି।

ବୁଧବାର ଦିନ ତ୍ରୁଣମୂଳ କଂଗ୍ରେସର ଏକ ଛାତ୍ର ସଂଗଠନର ସମାବେଶକୁ ସମ୍ବୋଧିତ କରି ମମତା ଦୀର୍ଘ ୨୧ ଦିନ ଧରି ଆନ୍ଦୋଳନ କରୁଥିବା ଜୁନିୟର୍‌ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରିଛନ୍ତି। 

ସେମାନଙ୍କ କ୍ୟାରିଅରକୁ ଦୃଷ୍ଟିରେ ରଖି ଆନ୍ଦୋଳନକାରୀ ଡାକ୍ତରଙ୍କ ବିରୋଧରେ ସେ ଏଫ୍ଆଇଆର୍ ଦାଖଲ କରିବାକୁ ଚାହୁଁନାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ମମତାଙ୍କ ଅବିଭାଷଣକୁ ବିଜେପିର ନେତାମାନେ ଧମକ ବୋଲି ଅଭିଯୋଗ ଆଣିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ ଆର୍‌ଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବି କରୁଥିବା ଡାକ୍ତରମାନଙ୍କୁ ଧମକ ଦେଉଛ ଟିଏମସି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।