ରାଜ୍ୟ

ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି: ମନ୍ତ୍ରୀ

ବାର୍ଡ଼ ଫ୍ଲୁ’କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ। ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

ଭୁବନେଶ୍ବର: ବାର୍ଡ଼ ଫ୍ଲୁ’କୁ ନେଇ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀମାନଙ୍କୁ କ୍ଷତିପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ। ଆଗକୁ ବାର୍ଡ଼ ଫ୍ଲୁ ନ ବ୍ୟାପିବା ସହ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦେଶ ଦିଆଯାଇଛି। ଏଣେ ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଂଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡ଼ି ଓ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ବିଭାଗ।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲାର କେବଳ ଦୁଇ ବ୍ଲକରେ ବାର୍ଡ଼ ଫ୍ଲୁ ଆତଙ୍କ ରହିଛି। ପିପିଲି ଓ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି। ଏପର୍ଯ୍ୟନ୍ତ ୩୦ ହଜାର କୁକୁଡ଼ାଙ୍କୁ କଲିଂ କରାଯାଇ, ସାନିଟାଇଜ କରାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ମନ୍ତ୍ରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।