ରାଜ୍ୟ

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ, ଆଜି ନନ୍ଦୋତ୍ସବ: ୪ ଘଣ୍ଟା ବନ୍ଦ ରହିଲା ଦର୍ଶନ

ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା।

ପୁରୀ: ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ସଂପନ୍ନ ହୋଇଛି। ଏଥିପାଇଁ ସୋମବାର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ପୂର୍ବକ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ରାତି ୧୧ଟା ପରେ ବିଳମ୍ବିତ ରାତିରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଆସନ୍ତାକାଲି ନନ୍ଦୋତ୍ସବ ଥିବାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ବିଧି ମୁତାବକ, ଶୁଦ୍ଧସୁଆର ସେବକ ଭଣ୍ଡାରଘର ଦ୍ୱାର ଆଗରେ ପୋଛା ମାରିବା ପରେ ପୂଜାପଣ୍ଡା ସେବକ ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ ଆଙ୍କିଥିଲେ। ପୋଖରିଆ ଭିତରେ ପାଣି ପଡ଼ି ଧୋପଖାଳ ହୋଇଥିଲା। ଭଦ୍ରମଣ୍ଡଳ ପାଖରେ ପୂଜା ଠା’ ବସିଥିଲା। ପୂଜାପଣ୍ଡା ସେବକ ଶ୍ରୀକୃଷ୍ଣ ଜନ୍ମପଟିକୁ ପଦ୍ମ ପାଖୁଡ଼ାମଣ୍ଡଳ ଉପରେ ରଖିଥିଲେ। ପଦ୍ମପାଖୁଡାରେ ନଅମୂର୍ତ୍ତି ଯଥା, ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗ ଋଷି, ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ଅଙ୍କାଯାଇଥିଲା। ସୁବର୍ଣ୍ଣର ମୂର୍ତ୍ତିକୁ ମଣ୍ଡଳ ଉପରେ ବିଜେ କରାଯିବା ସହ ଚକଡ଼ା ଛାମୁରେ ୯ଟି ପନ୍ତିଭୋଗ ବଢ଼ା ଯାଇଥିଲା। ଫୁଲମାଳ ଓ ଚନ୍ଦନ ଲାଗି ହେବା ପରେ ଦକ୍ଷିଣି ଘରୁ ମଦନମୋହନ ସିଂହାସନ ଉପରକୁ ବିଜେ କରିଥିଲେ। ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ମଦନମୋହନଙ୍କୁ ଧଣ୍ଡିପ୍ରସାଦ ଆଜ୍ଞାମାଳ ଦେବା ପରେ ମହାଜନ ମଦନମୋହନଙ୍କୁ ହାତରେ ଧରି ଜନ୍ମଚକଡ଼ାକୁ ବିଜେ କରାଇଥିଲେ।

ପୂଜାପଣ୍ଡା ସେବକ ଗର୍ଭଉଦକ କର୍ମ ସାରି ଶୀତଳ ଭୋଗକୁ ଷୋଡ଼ଶ ଉପଚାରରେ ଲାଗି କରିଥିଲେ। ବସୁଦେବ ଓ ଦେବକୀ ବେଶରେ ଦୁଇଜଣ ମହାଜନ ସେବକ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପନ୍ନ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ଯମୁନା ନଦୀତଟକୁ ବିଜେ କରାଇଥିଲେ। ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଯମୁନା ନଦୀକୂଳରେ ଦଣ୍ଡ ପ୍ରଣାମ କରିଥିଲେ। ଏହି ସମୟରେ ବେହେରା ଖୁଣ୍ଟିଆ ସେବକ ଠାକୁରଙ୍କ ଉପରେ ସପ୍ତଫେଣୀ ବାସୁକୀକୁ ଧରି ଚାଲିଥିଲେ। ପୂଜାପଣ୍ଡା ସେବକଙ୍କ ଦ୍ବାରା ନାଭିକଟା ନୀତି ସଂପନ୍ନ ପରେ ପଞ୍ଚାମୃତରେ ଠାକୁରଙ୍କ ସ୍ନାନ ନୀତି ହୋଇଥିଲା। ପରେ ବାଳକୃଷ୍ଣଙ୍କୁ ମହାଜନ ସେବକ ହାତରେ ନେଇ ଜଗମୋହନସ୍ଥିତ ଦୋଳିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସହ ବିଜେ କରାଇଥିଲେ। ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରି ମଣୋହି କରିଥିଲେ। ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢ଼ିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।