ଦେଶ ବିଦେଶ

ଦୁର୍ଗମ ଝିରିପାଣିରେ ଝାଡ଼ାବାନ୍ତି: ୫ ମୃତ

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଦୁର୍ଗମ ଝିରିପାଣି ପଞ୍ଚାୟତରେ ଏକ ସ୍ଥ‌ାନୀୟ ଭୋଜିରେ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ବରଗାଁ, ନାଲକୁଟି, ପୁଡ଼େଣିଗାଁ, କୁନାବାଡ଼ା ଓ ବୁଡ଼େପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା।

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଦୁର୍ଗମ ଝିରିପାଣି ପଞ୍ଚାୟତରେ ଏକ ସ୍ଥ‌ାନୀୟ ଭୋଜିରେ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ବରଗାଁ, ନାଲକୁଟି, ପୁଡ଼େଣିଗାଁ, କୁନାବାଡ଼ା ଓ ବୁଡ଼େପଦରରେ ଝାଡ଼ାବାନ୍ତି ବ୍ୟାପିଥିଲା। ସପ୍ତାହକ ଭିତରେ ଏଠାରୁ ଶତାଧିକ ଆକ୍ରାନ୍ତ ହୋଇଥିଲେ। ଗତ ତିନିଦିନ ମଧ୍ୟରେ ବରଗାଁର ମୁଶ୍ରୀ ମାଝି (୫୨), ଟାପଡ଼ି ମାଝିଙ୍କ ୫୦ ବର୍ଷୀୟ ପତ୍ନୀ, ନଲକୁଟି ଗ୍ରାମର ଅମିତ ମାଝି (୩୫), ଅମିତଙ୍କ ମା’ ବିଙ୍ଗିଟି ମାଝି (୫୦) ଓ ବୁଡ଼େନପଦରରେ ଜଣକ ମୃତ୍ୟୁ ଅଭିଯୋଗ ହୋଇଥିଲା। କିନ୍ତୁ ସରକାରୀ ହିସାବରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୁଡ଼େନପଦରରେ ଜଣେ ଏବଂ ବରଗାଁରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଏବେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପଣ୍ଡା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।  

ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ୨ 
ସପ୍ତାହରେ ଶତାଧିକ ଆକ୍ରାନ୍ତ
ସ୍ଥିତି ନିୟନ୍ତ୍ରଣରେ ଅଛି: ସିଡିଏମ୍‌ଓ

ସୂଚନା ଅନୁସାରେ, ଘାଟିପଦର ଗ୍ରାମର ଘରମଣି ମାଝି ଓ ବାପାଡ଼ୁ ମାଝିଙ୍କ ସମେତ ଗୋଟିଏ ପରିବାରର ତିନିଜଣ ଅସୁସ୍ଥ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ କିଛି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଆଉ କିଛି ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟଟିମ୍‌ ପକ୍ଷରୁ କିଛି ଗାଁରେ ଆକ୍ରାନ୍ତଙ୍କୁ ଓଆର୍‌ଏସ୍‌ ବଣ୍ଟନ କରାଯାଇଛି। ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏକ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।  ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରୋଗ୍ୟ ପ୍ଲସ୍‌ ଟିମ୍‌, ଆର୍‌ବିଏସ୍‌କେ ଟିମ୍‌, ସ୍ବାସ୍ଥ୍ୟ କର୍ମଚାରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟାଧିକାରୀ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ ଉପରେ ନଜର ରଖିଛନ୍ତି। ଉକ୍ତ ଗ୍ରାମଗୁଡ଼ିକରେ ଆଦିମ ଜନଜାତି କୁଟିଆକନ୍ଧ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ