ରାଜ୍ୟ

ବାଜିରେ ଲାଗିଛି କୋମଳମତି ପିଲାଙ୍କ ଜୀବନ: ଭରାନଈ ପାର୍‌ ହୋଇ ସ୍କୁଲ ଯାଉଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ

ଜୁନାଗଡ଼: ନଦୀରେ ପୋଲ ନାହିଁ କି ଡଙ୍ଗାର ବ୍ୟବସ୍ଥା ନାହିଁ। ଫଳରେ ବର୍ଷା ଦିନେ ଭରାନଈ ପାରି ହୋଇ ସ୍କୁଲକୁ ଯାଉଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ସବୁବେଳେ କୁନି କୁନି ପିଲାଙ୍କ ଜୀବନ ଏଠାରେ ବାଜି ଲାଗୁଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ଦେଦର ପଞ୍ଚାୟତ ହରଡ଼ା‌ଗୁଡ଼ା ଗାଁର ଏହି ବିପଦଜନକ ଦୃଶ୍ୟ ଆଜି ବି ଅପହଞ୍ଚ ଇଲାକାରେ ବିକାଶଧାରା ଅପହଞ୍ଚ ରହିଥିବା ବୟାନ କରୁଛି।

ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ୍‌ ଦେଦର ପଞ୍ଚାୟତର ଜଙ୍ଗଲ ଭିତରେ ରହିଛି ହରଡ଼ାଗୁଡ଼ା ଗାଁ। ଏହି ଗାଁରେ ସ୍କୁଲ ନଥିବାରୁ କୁନି କୁନି ପିଲାମାନେ ସୂର୍ଲି ଗାଁ ପ୍ରାଥମିକ ସ୍କୁଲକୁ ପଢ଼ିବାକୁ ଯାଇଥାନ୍ତି। ଏଥିପାଇଁ ସେମାନେ ଶଗଡ଼ା ନଦୀ ପାର ହେବା ସହ ଆହୁରି ୨ କିଲୋମିଟର ଜଙ୍ଗଲୀ ରାସ୍ତାରେ ଚାଲି ଚାଲି ଯାଇଥାନ୍ତି। ଶଗଡ଼ା ନଦୀରେ ପୋଲ ନାହିଁ କି ଡଙ୍ଗାର ବ୍ୟବସ୍ଥା ନାହିଁ। ଫଳରେ ଏବେ ବର୍ଷାଦିନେ ଏମାନେ ଜୀବନକୁ ବାଜି ଲଗାଇ ଶିକ୍ଷକଙ୍କ ସହିତ ପାଣିରେ ପହଁରି ପହଁରି ସ୍କୁଲ ଯାଆନ୍ତି। ସ୍କୁଲ ଛୁଟି ପରେ ପୁଣି ସେଭଳି ଅବସ୍ଥାରେ ଘରକୁ ଫେରିଥାନ୍ତି। ପରିବାର ଲୋକେ କେବେ କେବେ ନଦୀ ପାର କରାଇଦିଅନ୍ତି। ନଥିଲେ, ନିଜେ ନିଜେ ପହଁରି ଯାଇଥାନ୍ତି। ରାଜନେତା, ମନ୍ତ୍ରୀ, ବିଧାୟକ ଓ ନିର୍ବାଚିତ ପ୍ରତିନିଧି କେବଳ ନିର୍ବାଚନ ସମୟରେ ଭୋଟ ଭିକ୍ଷା କରିବାକୁ ଏହି ଅଞ୍ଚଳକୁ ଯାଇଥାନ୍ତି। ଅନେକ ପ୍ରତିଶ୍ରୁତି ଦେଇ ଚାଲିଆସନ୍ତି। ଭୋଟ ସରିଲେ ଶାସକ ହୁଅନ୍ତୁ କିମ୍ବା ବିରୋଧୀ; ଆଉ କାହାର ପାଦ ପଡ଼େନାହିଁ ବୋଲି ଏହି ବଣ ଜଙ୍ଗଲଘେରା ଗାଁରେ ରହୁଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏଠାରେ ଏକ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।