ରାଜ୍ୟ

ଓୟୁଏଟିର ‘ପ୍ରଥମା’କୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ: କ୍ଷୀର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ

ସମ୍ବଲପୁର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ବିକଶିତ ଡାଲିଜାତୀୟ ଗୋ-ଖାଦ୍ୟ ଫସଲ ବିହନ ‘ପ୍ରଥମା’କୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହା ଦେଶରେ ‘ପିଲିପେସାର’ର ସର୍ବପ୍ରଥମ କିସମ ଅଟେ। ପ୍ରାଥମିକ ପର୍ଯ୍ୟାୟରେ ଏହି କିସମଟି ଓଡ଼ିଶା ଓ ତାମିଲନାଡ଼ୁ ଜଳବାୟୁରେ ଖରିଫ ଋତୁରେ ଚାଷ କରାଯାଇ ପାରିବ। ଏଥିରେ ହେକ୍ଟର ପିଛା ହାରାହାରି ୧୫୭.୫ କ୍ବିଣ୍ଟାଲ ସବୁଜ ଗୋ-ଖାଦ୍ୟ ଏବଂ ୧.୮୨ କ୍ବିଣ୍ଟାଲ ମଞ୍ଜି ଅମଳ କ୍ଷମତା ରହିଛି। ‘ପ୍ରଥମା’ରୁ ଉତ୍ପାଦିତ ଗୋ-ଖାଦ୍ୟରେ ୧୭% ପୁଷ୍ଟିସାର ଓ ସମପରିମାଣର ତନ୍ତୁଜାତୀୟ ପଦାର୍ଥ ରହିଥିବା ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି। ଯାହା କ୍ଷୀର ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହେବ। ଓୟୁଏଟି ଅନ୍ତର୍ଗତରେ କାର୍ଯ୍ୟ କରୁଥବା ସର୍ବଭାରତୀୟ ସଂଯୋଜିତ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପର ବୈଜ୍ଞାନିକ ଡ.ଦୟାନିଧି ମିଶ୍ର, ଡ. ଅସୀମ ଦାଶ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବୈଜ୍ଞାନିକମାନଙ୍କର ୭ ବର୍ଷରୁ ଊର୍ଦ୍ଧ୍ବ ସମୟର ମିଳିତ ଗବେଷଣା ପରେ ଏହା ବିକଶିତ ହୋଇଛି। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ ରାଉଳ ଏହାର ନାମକରଣ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୦୯ଟି ଅମଳକ୍ଷମ ନୂତନ ବିହନର ଉନ୍ମୋଚନ କରିଛନ୍ତି। ଏଥିରେ ଓଡ଼ିଶାର ଏକମାତ୍ର ଓୟୁଏଟି ବିକଶିତ ଏହି ବିହନ ରହିଛି। ଗବେଷକ ଡ.ଦୟାନିଧି ମିଶ୍ରଙ୍କ ସୂଚନା ଅନୁସାରେ, ଗୋରୁଙ୍କ ପାଇଁ ପୁଷ୍ଟିସାରଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ଯାହାର ଅଭାବ ‘ପ୍ରଥମା’ ପୂରଣ କରିବ। ଯେକୌଣସି ପରିବେଶରେ ମାତ୍ର ଅଧ ଏକର ଜମିରେ ଏହି କିସମ ଚାଷ କରାଯାଇ ୩ରୁ ୪ ଗୋରୁଙ୍କ ଖାଦ୍ୟ ଆବଶ୍ୟକତାକୁ ପୂରଣ କରାଯାଇ ପାରିବ। ଏହି ୯୦ଦିନିଆ ଫସଲକୁ ଅଗଷ୍ଟ ମାସରୁ କାଟିବା ଆରମ୍ଭ କଲେ ପ୍ରାଣୀପାଳକଙ୍କୁ ସୁଫଳ ମିଳିପାରିବ। ଆଗାମୀ ଦିନରେ ଏହାକୁ ନେଇ ଆହୁରି ଗବେଷଣା କରାଯିବ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି।




































NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।