ରାଜ୍ୟ

ପଦ ହରାଇଲେ ଭବାନୀପାଟଣା ପୌରାଧ୍ୟକ୍ଷା: ବିରୋଧରେ ଭୋଟ୍‌ ଦେଲେ ସମସ୍ତ ୨୦ କାଉନସିଲର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପଦଚ୍ୟୁତ ହୋଇଛନ୍ତି। ସୋମବାର ଆଗତ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡିର ୧୮ ଜଣ, ବିଜେପିର ଜଣେ ଓ କଂଗ୍ରେସର ଜଣେ କାଉନସିଲରଙ୍କୁ ମିଶାଇ ମୋଟ ୨୦ ଜଣ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେଇଥିଲେ। ଭବାନୀପାଟଣା ପୌରାଧ୍ୟକ୍ଷାଙ୍କ ବିରୋଧରେ ସମସ୍ତ କାଉନସିଲର ଏକଜୁଟ୍‌ ହୋଇ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଫେରାଦ ହୋଇଥିଲେ। ଜିଲ୍ଲାପାଳ ଜୁଲାଇ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ବୈଠକ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ଅଧ୍ୟକ୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜୁଲାଇ ୩୧ରେ ମାମଲାର ଶୁଣାଣି କରି ହାଇକୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ। ଫଳରେ ଜିଲ୍ଲାପାଳ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ସ୍ବତନ୍ତ୍ର ବୈଠକ ନିମନ୍ତେ ଅଗଷ୍ଟ ୧୨ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ। ଏ ନେଇ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ସୁନୀଲ ମହାରଣାଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। ଆଜି ପୌରପାଳିକାରେ ନିର୍ବାଚନ ଅଧିକାରୀ ପହଞ୍ଚିବା ପରେ ଦିନ ୧୧ଟାରେ ଅନାସ୍ଥା ପ୍ରସ୍ତାବ ନିମନ୍ତେ ‌ଭୋଟିଂ ହୋଇଥିଲା। ଏଥିରେ ସମସ୍ତ ୨୦ଟି ୱାର୍ଡର କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟିଂ କରିଥିବା ଖୋଲାଖୋଲି ଭାବେ କହିଥିଲେ। ତେବେ ବିଧିବଦ୍ଧ ଭାବରେ ଫଳ ଘୋଷଣା କରାଯାଇନାହିଁ। ଜିଲ୍ଲାପାଳ ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସୂଚନାଯୋଗ୍ୟ, ଅଧ୍ୟକ୍ଷା ବିଜେଡିର ହୋଇଥିଲେ ବି ନିଜ ଦଳର ସମସ୍ତ କାଉନସିଲର ତାଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ। ମାମଲା ସମାଧାନ ପାଇଁ ଦଳୀୟ ପଦାଧିକାରୀମାନେ ଆଗ୍ରହ ନ ଦେଖାଇବାରୁ ବିଜେଡିକୁ ବିଜେଡି ହରାଇବା ଘଟଣା ଦଳର ଅର୍ନ୍ତଦ୍ବନ୍ଦ୍ବକୁ ସାମ୍ନାକୁ ଆଣିଛି। ଗୋଟିଏ ପଟେ ଆଜି ଭବାନୀପାଟଣା ସହରରେ ବିଜୁ ଯୁବ ଓ ଛାତ୍ର ବିଜେଡିର ସାଂଗଠନିକ ସମାବେଶ ଚାଲିଥିବା ବେଳେ ସେହି ସମୟରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ଘଟଣା ଛାମୁଆ ନେତାମାନଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।