ଦେଶ ବିଦେଶ

ଛାତ୍ର ଆତ୍ମହତ୍ୟା ଘଟଣା, କଲେଜ ସମ୍ମୁଖରେ ଧାରଣା ଦେଲେ ପରିବାର

ଧର୍ମଶାଳା/ନଠୁଆବର: ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାସ୍ଥିତ ରେନେସା ଘରୋଇ କଲେଜରେ ପଢ଼ୁଥିବା ଛାତ୍ରଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ତାଙ୍କ ପରିବାର ଲୋକ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି। କୁଆଖିଆ ଥାନା ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ଅଣ୍ଡେଇଗୋଡ଼ା ଗ୍ରାମର ଯୁକ୍ତ ୨ଛାତ୍ର ଆଶିଷ ପଣ୍ଡା ଗତ ସୋମବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେ ପଢ଼ୁଥିବା ଘରୋଇ କଲେଜ କର୍ତ୍ତୃପକ୍ଷ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ବାପା ବାଙ୍କବିହାରୀ ପଣ୍ଡା ଗତକାଲି ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ।

ନ୍ୟାୟ ଦାବିରେ ତାଙ୍କ ପରିବାର କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ପୁଅକୁ କଲେଜ ସମ୍ପାଦକ ବିଭୂତି ଭୂଷଣ ରାଉତ ଓ ଅନ୍ୟ କର୍ମଚାରୀ ଚୋର ବୋଲି କହି ଅପମାନିତ କରିବା ସହ ସମସ୍ତଙ୍କ ସାମ୍ନାରେ ଆଣ୍ଠେଇ ଦେଇଥିଲେ। ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ଘରକୁ ଆସି ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି।

ପରିବାର ଲୋକେ କଲେଜ ସମ୍ମୁଖରେ ବସିବା ପରେ ଯାଜପୁରରୋଡ ଏସଡିପିଓ ସଞ୍ଜୟ ପଟ୍ଟନାୟକ, ଧର୍ମଶାଳା ଥାନା ଅଧିକାରୀ ତପନ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ଅନିରୁଦ୍ଧ ନାୟକ ପ୍ରମୁଖ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ୭ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ