ରାଜ୍ୟ

ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ବାଲେଶ୍ବର ସରକାରୀ ବାସଭବନ ଓ ଜଳେଶ୍ଵର ସ୍ଥିତ ଘରେ ଭିଜିଲାନ୍ସ ଚଢ଼ଉ

ଜଳେଶ୍ଵର: ଜଳସମ୍ପଦ ବିଭାଗର ବାଲେଶ୍ଵର ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ବାଲେଶ୍ଵର ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଜଳେଶ୍ଵର ବଡ଼ବଜାର ସ୍ଥିତ ବାସଭବନରେ ଭିଜିଲାନ୍ସର ୯ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ଟିମ୍ ଆଜି ଭୋର ସମୟରୁ ଚଢ଼ଉ ଆରମ୍ଭ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ ଏହି ଚଢ଼ଉ ହୋଇଥିବା ସୂଚନା ମିଳିଛି।

ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ଵର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ। ଦୁଇ ଦିନ ତଳେ ସରକାର ତାଙ୍କୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି। କେନ୍ଦୁଝରରେ ସେ ଯୋଗଦେବାକୁ ଥିବାବେଳେ ତାଙ୍କ ଉପରେ ଏହି ଚଢ଼ଉ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ତାଙ୍କ ନାମରେ ଜଳେଶ୍ଵର, ବାଲିଆପାଳ ଓ ବାଲେଶ୍ଵର ସମେତ ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ୍ବ ପ୍ଲଟ ଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଛି। ଭିଜିଲାନ୍ସ ଟିମ ଶ୍ରୀ ପ୍ରଧାନଙ୍କ ନାମରେ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେନେଇ ଛାନଭିନ କରୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।