ରାଜ୍ୟ

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

ପୁରୀ: ଏଇ ଅଗଷ୍ଟ ମାସରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହେଉଛି। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର କରାଯିବା ନେଇ ଆଇନ ବିଭାଗ ପକ୍ଷରୁ କୁହାଯାଇଛି। ନୂଆ ପରିଚାଳନାରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦିଆଯିବ। ମହାପ୍ରଭୁଙ୍କ ସେବା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାରସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ପଡିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ରୀ ପ୍ରସ୍ତାବ ଦେଇଛି ଆଇନ ବିଭାଗ। ଶ୍ରୀଜଗନ୍ନାଥ ମନ୍ଦିର ଟେମ୍ପୁଲ୍ ଆକ୍ଟ ୧୯୫୫ ଧାରା ୬(୧) ଜେ ଅନୁଯାୟୀ ସଦସ୍ୟ ମନୋନୟନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛି ଆଇନ ବିଭାଗ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ତାଲିକା ଆଇନ ବିଭାଗକୁ ସନ୍ତୁଷ୍ଟ କରିନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲକ୍ଷ୍ୟରେ ରଖି ବିଧି ବ୍ୟବସ୍ଥା ଆପଣାଇବାକୁ ୮ ସୂତ୍ରୀ ଦେଇଛି ଆଇନ ବିଭାଗ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।