କେଦାରନାଥ, ଉତ୍ତରାଖଣ୍ଡ (୨୦୧୩) : ୨୦୧୩ ଜୁନ୍ରେ ଉତ୍ତରାଖଣ୍ଡର କେଦାରନାଥରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହୋଇ ୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ଭାରତ ଇତିହାସରେ ସବୁଠାରୁ ବଡ଼ ଭୂସ୍ଖଳନ ଥିଲା। ଏହି ଭୂସ୍ଖଳନରେ ୪,୨୦୦ରୁ ଅଧିକ ଗାଁ ଧୋଇ ହୋଇଯାଇଥିଲା।
ମାଲିନ, ମହାରାଷ୍ଟ୍ର (୨୦୧୪) : ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ମାଲିନରେ ଭୂସ୍ଖଳନ ହୋଇ ୧୫୧ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୦ରୁ ଅଧିକ ଘର ଭାସି ଯାଇଥିଲା।
ଶିଲଂ , ମେଘାଳୟ (୨୦୧୧) : ମେଘାଳୟର ଶିଲଂରେ ୨୦୧୧ ମସିହାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
କୋଟ୍ଟାୟମ, କେରଳ (୨୦୧୯) : ୨୦୧୯ରେ କେରଳର କୋଟ୍ଟାୟମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଆହୁରି ଅନେକ ଲୋକ ଆହତ ହୋଇଥିଲେ।
ମଣିପୁର (୨୦୨୨) : ମଣିପୁରରେ ୨୦୨୨ରେ ଅତି ଭୟଙ୍କର ଭୂସ୍ଖଳନ ହୋଇଥିଲା। ଏହି ଘଟଣାରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଦାର୍ଜିର୍ଲିଂ, ପଶ୍ଚିମବଙ୍ଗ (୧୯୬୮) : ଅକ୍ଟୋବର ୪, ୧୯୬୮ରେ ଦାର୍ଜିଲିଂରେ ଭୂସ୍ଖଳନ ହୋଇ ୬୦ କିମି ଲମ୍ବ ଏକ ଜାତୀୟ ରାଜପଥ ୯୧ ଖଣ୍ଡ ହୋଇଯାଇଥିଲା ଏବଂ ଏଥିରେ ୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ: ଆରବ ସାଗରର ଉଷ୍ମତା ଯୋଗୁ ଆକାଶରେ ଘନ ବାଦଲ ସୃଷ୍ଟି ହେଉଛି। ଯାହା ଫଳରେ କେରଳରେ ଅଳ୍ପ ସମୟ ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ସହ ଭୂସ୍ଖଳନ ହୋଇଛି। ମଙ୍ଗଳବାର ଜଣେ ବରିଷ୍ଠ ଜଳବାୟୁ ବୈଜ୍ଞାନିକ ଏହା କହିଛନ୍ତି। କୋଚିନ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (କୁସାଟ୍)ର ଆଡଭାନ୍ସଡ ସେଣ୍ଟର ଫର୍ ଆଟ୍ମସ୍ଫିୟରିକ୍ ରାଡାର ରିସର୍ଚ୍ଚର ନିର୍ଦ୍ଦେଶକ ଏସ୍ ଅଭିଳାଷ କହିଛନ୍ତି ଯେ ଗତ ଦୁଇ ସପ୍ତାହ ଧରି ସମଗ୍ର କୋଙ୍କଣ ଅଞ୍ଚଳକୁ ପ୍ରଭାବିତ କରୁଥିବା ସକ୍ରିୟ ମୌସୁମୀ ଯୋଗୁଁ କସରଗଡ, କନ୍ନୁର, ୱାୟନାଡ, କୋଝିକୋଡ଼ ଓ ମାଲାପୁରମ୍ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା, ଯାହା ଭୂସ୍ଖଳନର କାରଣ ହୋଇଥିଲା। ଅଭିଳାଷ କହିଛନ୍ତି ଯେ ଆମର ଗବେଷଣାରୁ ଜଣାପଡ଼ିଛି ଦକ୍ଷିଣ ପୂର୍ବ ଆରବ ସାଗର ଉଷ୍ମ ହେବାରୁ କେରଳ ସମେତ ନିକଟସ୍ଥ ଅଞ୍ଚଳର ବାୟୁମଣ୍ଡଳ ଅସ୍ଥିର ହେବାରେ ଲାଗିଛି। ଏହି ବାୟୁମଣ୍ଡଳୀୟ ଅସ୍ଥିରତା, ଗଭୀର ମେଘ ସୃଷ୍ଟିକୁ ଅନୁମତି ଦେଇଥାଏ ଯାହା ଜଳବାୟୁ ପରିବର୍ତ୍ତନ ସହିତ ଜଡ଼ିତ। ବର୍ଷାର ତୀବ୍ରତା ବୃଦ୍ଧି ହେଲେ ମୌସୁମୀ ଋତୁରେ ପୂର୍ବ କେରଳର ପଶ୍ଚିମଘାଟ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।