ରାଜ୍ୟ

ନବୀନ ସରକାରର ଗୁମର ଖୋଲିଲେ ମୋହନ: ମାଳ ମାଳ ଯୋଜନା, ପାହୁଲାଏ ଦିଆଯାଇନି

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଭୋଟ୍‌ ହାତେଇବା ପାଇଁ ଯୋଜନା ପରେ ଯୋଜନା ଘୋଷଣା କରିଥିଲେ ତତ୍କାଳୀନ ବିଜେଡି ସରକାର। ହେଲେ ଏହି ଯୋଜନା ସବୁର ସତ ଏବେ ସାମ୍ନାକୁ ଆସିଛି। ୨୦୨୩-୨୪ବର୍ଷରେ ତତ୍କାଳୀନ ନବୀନ ସରକାର ଯେଉଁ ଯୋଜନା କରିଥିଲେ ତହିଁରୁ ଅଧିକାଂଶ ଯୋଜନା ପାଇଁ ପାହୁଲାଟାଏ ବି ଅର୍ଥ ଦେଇ ନ ଥିଲେ ସରକାର। ବିନା ଅର୍ଥ ବ୍ୟୟବରାଦରେ ବିଜେଡି ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ବିଧାୟକ ଅମର କୁମାର ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଦେଇଥିବା ଉତ୍ତରରୁ ଏହି ସତ ସାମ୍ନାକୁ ଆସିଛି। ୨୦୨୩ ଜାନୁଆରିଠାରୁ ‌ଚଳିତବର୍ଷ ଫେବ୍ରୁଆରି ପର୍ଯ୍ୟନ୍ତ ଗୋଟିଏ ବର୍ଷରେ ନବୀନ ସରକାର ପ୍ରାୟ ୧୪୦ଟି ଯୋଜନା ଓ ପ୍ରକଳ୍ପ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରୁ ଅନେକ ଯୋଜନା ପାଇଁ ବଜେଟ୍‌ ବ୍ୟୟ ବରାଦ ହୋଇ ନ ଥିବା ସ୍ପଷ୍ଟ ହୋଇଛି। ତତ୍କାଳୀନ ସରକାରଙ୍କ ଏକ ଚର୍ଚ୍ଚିତ ଯୋଜନା ଥିଲା ଆମ ଓଡ଼ିଶା ନବୀନ ଓଡ଼ିଶା। ହେଲେ ୨୦୨୩-୨୪ବର୍ଷରେ ଏଥିପାଇଁ କୌଣସି ଅର୍ଥ ଦିଆଯାଇ ନ ଥିଲା। ମାତ୍ର ଅତିରିକ୍ତ ବଜେଟ୍‌ରେ ୧.୩୦‌ କୋଟି ଓ ୨୦୨୪-୨୫ରେ ୯୧ଲକ୍ଷ ୪୦ହଜାର ଅର୍ଥ ବରାଦ ହୋଇଥିଲା। ତେବେ ଲାଭଜନକ ସଞ୍ଚାରଣ ଯୋଜନା, ନବୀକରଣୀୟ ଶକ୍ତି ଯୋଜନାର ଉନ୍ନତୀକରଣ ପାଇଁ ଭିଜିଏଫ୍‌, ପମ୍ପ ସଂରକ୍ଷଣ ପ୍ରକଳ୍ପ, ପିପିଲି ଚାନ୍ଦୁଆ ହବ୍‌ର ଉନ୍ନତୀକରଣ, ମୁଖ୍ୟମନ୍ତ୍ରୀ କେନାଲ ଲାଇନ୍‌ ଯୋଜନା, କ୍ରେଡିଟ୍‌ ସଂଯୁକ୍ତ ସ୍ବରୋଜଗାର ଯୋଜନାରେ ସୁଧ ସହ ଆର୍ଥିକ ସାହାଯ୍ୟ, ଗ୍ରାମ୍ୟ ସହରୀ ପରିବର୍ତ୍ତନ, ସହରୀ ଯୋଜନା, ସିଡିପି ରାସ୍ତାର ଉନ୍ନତୀକରଣ, କଟକ ଓ ଭୁବନେଶ୍ବରରେ ସ୍ବେରେଜ୍ ଓ ଡ୍ରେନେଜ୍‌ ପ୍ରକଳ୍ପ, ଏମ୍‌ଏସ୍‌ପି ଅନ୍ତର୍ଗତ ରାଜ୍ୟରେ କ୍ଷୁଦ୍ର ଜଙ୍ଗଲ ଉତ୍ପାଦର ସଂଗ୍ରହଣ(ଲାଭ), ଓଡ଼ିଶା ରାଜ୍ୟ ସିଭିଲ ସର୍ଭିସ କର୍ପୋରେସନ ପାଇଁ କୌଣସି ଅର୍ଥ ବରାଦ କରାଯାଇ ନ ଥିଲା।

ଅପରପକ୍ଷରେ ଓଡ଼ିଶା ମେଟ୍ରୋ ରେଳ ପରିବହନ ପାଇଁ ୨୦୨୩-୨୪ ବର୍ଷ ବଜେଟ୍‌ରେ କୌଣସି ଅର୍ଥ ଦିଆଯାଇ ନ ଥିଲା। ତେବେ ଅତିରିକ୍ତ ବଜେଟ୍‌ରେ ଏଥିପାଇଁ ଅର୍ଥ ବ୍ୟୟବରାଦ ହୋଇଥିଲା। ସମାନ ଢଙ୍ଗରେ ସଂଖ୍ୟାଲଘୁ ସଂପ୍ରଦାୟର ବିବାହ ନିମିତ୍ତ ସହାୟତା, ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଅନୁଦାନ, ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା, ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପଦ୍ଧତି, ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ଓଡ଼ିଶା ପରିବହନ ଡ୍ରାଇଭର ଓ ଶ୍ରମିକ କଲ୍ୟାଣ ଯୋଜନା, ବ୍ଲକ୍‌ସ୍ତରୀୟ ବସ୍ ଷ୍ଟାଣ୍ଡ ଗୁଡ଼ିକର କାର୍ଯ୍ୟକ୍ଷମ ଓ ପରିଚାଳନା ଭଳି ଯୋଜନା ପୂର୍ବରୁ ଘୋଷଣା ହୋଇଥିଲେ ହେଁ କେବଳ ଅତିରିକ୍ତ ବଜେଟ୍‌ରେ ବ୍ୟୟ ବରାଦ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।