ଦେଶ ବିଦେଶ

ସ୍କୁଲ ପିଲାଙ୍କୁ ପରିବେଶ ପାଠ ପଢ଼ାଇଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ଛାତ୍ରଛାତ୍ରୀଙ୍କୁ ଗ୍ଲୋବାଲ୍ ୱାର୍ମିଂ ଓ ପରିବେଶ ସୁରକ୍ଷା ବିଷୟରେ ବୁଝାଇଥିଲେ। ଦିଲ୍ଲୀର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ସେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିବା ସହ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ଅଧିକ ଗଛ ଲଗାଇବାକୁ ଉତ୍ସାହିତ କରିଥିଲେ।

ମୁର୍ମୁ ବାୟୁ ପ୍ରଦୂଷଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ଏହାକୁ ହ୍ରାସ କରିବାର ଉପାୟ ବତାଇଥିଲେ। ବାର୍ତ୍ତାଳାପ ଆରମ୍ଭରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଲକ୍ଷ୍ୟ ଓ ପସନ୍ଦ ବିଷୟରେ ପଚାରିଥିଲେ। ଅନେକ ଛାତ୍ର ବୈଜ୍ଞାନିକ ଓ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ଜାଣି ସେ ଖୁସି ବ୍ୟକ୍ତ କରିଥିଲେ। ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଏକ ପେଡ୍ ମା କେ ନାମ୍‌‌’ ଅଭିଯାନ ବିଷୟରେ ମଧ୍ୟ କହିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଜନ୍ମଦିନରେ ଏକ ଗଛ ଲଗାଇବାକୁ କହିଥିଲେ। କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବା ଦିନ ଛାତ୍ରଛାତ୍ରୀଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା। ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ମୁର୍ମୁ ୨୦୨୨ ଜୁଲାଇ ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ