ଦେଶ ବିଦେଶ

ଖୁସି କରାଇଲେ ସୀତାରମଣ, ଶସ୍ତା ହେଲା ଏହି ସବୁ ଜିନିଷ

ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ‘ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସୁନା ଦର କମିଛି।

ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ ପାଇଛି, ଯାହାଦ୍ବାରା ଏହା ଶସ୍ତା ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ପ୍ରତିଶତକୁ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ସେ ପ୍ଲାଟିନମ ଉପରେ ସୀମା ଶୁଳ୍କ ୬.୪ପ୍ରତିଶତକୁ ହ୍ରାସ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ସୁନା, ରୂପା ଏବଂ ପ୍ଲାଟିନମର ମୂଲ୍ୟ ହ୍ରାସ ପାଇବ।

ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ ସୀମା ଶୁଳ୍କ ୧୫ପ୍ରତିଶତ ହ୍ରାସ କରାଯାଇଛି। ଏହି କାରଣରୁ, ବର୍ତ୍ତମାନ ମୋବାଇଲ୍ ଫୋନ୍ ପୂର୍ବ ଅପେକ୍ଷା ଶାସ୍ତା ହେବ। ଏହା ବ୍ୟତୀତ ଯେଉଁସବୁ ଜିନିଷ ଉପରୁ ସୀମା ଶୁଳ୍କ ହ୍ରାସ କରାଯାଇଛି ସେଗୁଡ଼ିକ ହେଲା, ୩ଟି କର୍କଟ ଔଷଧ, ଏକ୍ସରେ ଟ୍ୟୁବ୍,  ଫ୍ଲାଟ ପ୍ୟାନେଲ ଡିଟେକ୍ଟର, ୨୫ଟି କ୍ରିଟିକାଲ ମିନେରାଲ, ସୋଲାର ସେଲ ଓ ପ୍ୟାନେଲ, ସାମୁଦ୍ରିକ ଚିଙ୍ଗୁଡ଼ି ଓ ମାଛ, ଚମଡା ଓ ବୟନ ଶିଳ୍ପ ଉତ୍ପାଦ, ଫେରୋ ନିକେଲ, ବ୍ଲିଷ୍ଟର କପର, ଇଲେକ୍ଟ୍ରୋନିକ ସାମଗ୍ରୀ, ସାର, ଟେଲିକମ ଉପକରଣ, କ୍ରୁଜ୍ ଯାତ୍ରା ଇତ୍ୟାଦି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ