ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

କଣ୍ଟକଶୂନ୍ୟ କ୍ୟାକ୍‌ଟସ୍‌!

ଭାରତର ଆଧୁନିକ କାଳର ସାଧୁ, ଯୋଗୀ ଓ ଗୁରୁଙ୍କ ମଧ୍ୟରେ ପରମହଂସ ଯୋଗାନନ୍ଦ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ। ଧ୍ୟାନ ଓ କ୍ରିୟାଯୋଗ ପାଇଁ ସେ ଦେଶରେ ଓ ବିଦେଶରେ ଲକ୍ଷ ଲକ୍ଷ ଅନୁଗାମୀ ସୃଷ୍ଟି କରିଛନ୍ତି। ୫ ଜାନୁଆରୀ, ୧୮୯୩ରେ ଉତ୍ତରପ୍ରଦେଶର ଗୋରଖପୁରଠାରେ ତାଙ୍କର ଆବିର୍ଭାବ ଏବଂ ମାର୍ଚ୍ଚ ୭, ୧୯୫୨ରେ ଆମେରିକାରେ ତିରୋଧାନ। ‘ଯୋଗୀର ଆତ୍ମଚରିତ’ (ଅଟୋବାଇଓଗ୍ରାଫି ଅଫ୍ ଏ ଯୋଗୀ) ତାଙ୍କର ଅନୁପମ ଆତ୍ମଜୀବନୀ।

ଏହି ଆତ୍ମଜୀବନୀରେ ବହୁ ପ୍ରେରଣାପ୍ରଦ ପ୍ରସଙ୍ଗ ରହିଛି। ‘କଣ୍ଟକହୀନ କ୍ୟାକ୍‌ଟସ୍‌’ ସେଥିମଧ୍ୟରୁ ଗୋଟିଏ।

‘ଯୋଗୀର ଆତ୍ମଚରିତ’ର ପରିଚ୍ଛେଦ-୩୮ରେ ପ୍ରସଙ୍ଗଟି ଅଛି। ସେଥିରେ ପରମହଂସ ଯୋଗାନନ୍ଦ କହିଛନ୍ତି- କାଲିଫର୍ଣ୍ଣିଆର ସାନ୍ତାରୋଜାଠାରେ, ସେ ଥରେ ଲୁଥର ବରବ୍ୟାଙ୍କ୍‌ଙ୍କ ସହିତ ତାଙ୍କ ଗୋଲାପ ବଗିଚାରେ ବୁଲୁଥିଲେ। ସେତେବେଳେ ଲୁଥର ତାଙ୍କୁ କହିଥିଲେ- ଉନ୍ନତ ଉଦ୍ଭିଦ ପ୍ରଜନନର ଗୋଟିଏ ଗୁପ୍ତ ରହସ୍ୟ ହେଉଛି ‘ପ୍ରେମ’। ସେ ଏହା କହିବା ବେଳକୁ ଯୋଗାନନ୍ଦ ଓ ସେ ତାଙ୍କ କ୍ୟାକ୍‌ଟସ୍ ଉଦ୍ୟାନ ପାଖରେ ଥିଲେ। ସେତେବେଳେ ବରବ୍ୟାଙ୍କ୍ ତାଙ୍କୁ କହିଥିଲେ- ସେ ଯେତେବେଳେ କଣ୍ଟକଶୂନ୍ୟ କ୍ୟାକ୍‌ଟସ୍‌ର ପ୍ରଜନନ ପାଇଁ ପରୀକ୍ଷା ନିରୀକ୍ଷା ଚଳାଇଥିଲେ, ସେତେବେଳେ ପ୍ରେମର ସ୍ପନ୍ଦନ ସୃଷ୍ଟି କରିବାପାଇଁ ସେହି କଣ୍ଟାଗଛମାନଙ୍କୁ କହୁଥିଲେ- “ତୁମର ଭୟ କରିବାର କୌଣସି କାରଣ ନାହିଁ। ତୁମର ସୁରକ୍ଷାପାଇଁ କଣ୍ଟାର ମଧ୍ୟ କୌଣସି ଆବଶ୍ୟକତା ନାହିଁ। ମୁଁ ତୁମକୁ ରକ୍ଷା କରିବି!” ତାହା ଫଳରେ ସେହି ମରୁଭୂମିରେ ଧୀରେଧୀରେ କ୍ୟାକ୍‌ଟସ୍ କଣ୍ଟକଶୂନ୍ୟ ରୂପରେ ଜନ୍ମ ନେଲେ।

ବରବ୍ୟାଙ୍କ୍ ମାନବଜାତିକୁ ଏକ ବିରାଟ ବୃକ୍ଷ ରୂପେ ଦେଖୁଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ସେହି କଣ୍ଟକଶୂନ୍ୟ କ୍ୟାକ୍‌ଟସ୍ ପରି ମନୁଷ୍ୟର ସର୍ବୋଚ୍ଚ ବିକାଶ ପାଇଁ ଆବଶ୍ୟକ ପ୍ରକୃତିର ସ୍ୱାଭାବିକ ଆଶୀର୍ବାଦ ଓ ସ୍ନେହ। ସେ ବିଶ୍ୱାସ କରୁଥିଲେ ଯେ ଶିଶୁମାନଙ୍କୁ ସରଳ ଓ ସ୍ୱଚ୍ଛନ୍ଦ ଜୀବନ ପ୍ରଣାଳୀ ଶିକ୍ଷା ଦେବାଦ୍ୱାରା ଏହା ସମ୍ଭବ ହେବ। ଏ ଜଗତ ଅଚିରେ ସୁନ୍ଦର ଓ ସ୍ୱାସ୍ଥ୍ୟସଂପନ୍ନ ହୋଇଉଠିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ