ରାଜ୍ୟ

ଏକ୍ସପାଏରି ବଟିକା ଖାଇ ୩୦ ପିଲା ଅସୁସ୍ଥ: ହସ୍ପିଟାଲ୍‌ରେ ସିଡିଏମ୍ଓ, ସିଆର୍‌ସିସି, ନିର୍ବାହୀ ଅଧିକାରୀଙ୍କ ଛାନଭିନ୍‌

ଜଗତସିଂହପୁର: ପାରାଦୀପର ଅଠରବାଙ୍କିସ୍ଥିତ ଲକପଡ଼ା ପ୍ରାଥମିକ ବିଦ୍ୟାଳୟରେ ଏକ୍ସପାଏରି ବଟିକା ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପିଲା ଅସୁସ୍ଥ ଖବର ପାଇବା ପରେ ଅଭିଭାବକମାନେ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ଧରି ଅଠରବାଙ୍କି ସ୍ଥିତ ବିଜୁ ମେମୋରିଆଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ସ୍କୁଲ୍‌ ପରିସରରେ ଓ ହସ୍ପିଟାଲ୍‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକ ଓ ସ୍ଥାନୀୟ ଲୋକ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କୁ ଗୋଟିଏ ଘରେ ପୂରାଇ ତାଲା ପକାଇ ଦେଇଥିଲେ। ପ୍ରାୟ ତିନି ଘଣ୍ଟା କାଳ ଅଟକ ରହିବା ପରେ ପୁଲିସ୍‌ ପହଞ୍ଚି ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲା। ଯେଉଁ ବଟିକା ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆ ଯାଇଥିଲା ତାହାକୁ ପୁଲିସ ଜବତ କରିଛି। ଖବର ପାଇ ମେଡିକାଲ୍‌ରେ ସିଡିଏମ୍ଓ, ସିଆର୍‌ସିସି, ପାରାଦୀପ ପୌରନିର୍ବାହୀ ଅଧିକାରୀ, ପୌର ଉପାଧ୍ୟକ୍ଷା ପ୍ରମୁଖ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଲକପଡ଼ା ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନରେ ୮୨ ଜଣ ପିଲାଙ୍କୁ ଫୋଲିକ୍ ଏସିଡ୍ ବଟିକା ଖାଇବାକୁ ଦିଆ ଯାଇଥିଲା। କିଛି ସମୟ ପରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ କେତେ ଜଣଙ୍କର ବାନ୍ତି ହୋଇଥିଲା। ଏ ଖବର ପ୍ରଚାରିତ ହୋଇଯିବା ପରେ ଅଭିଭାବକମାନେ ସ୍କୁଲ୍‌ରେ ପହଞ୍ଚି ପିଲାମାନଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେଇଥିଲେ। ଅସୁସ୍ଥଙ୍କ ମଧ୍ୟରୁ ୧୬ ଜଣ ପିଲାଙ୍କୁ ଅଠରବାଙ୍କିସ୍ଥିତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଛାନଭିନରୁ ଜଣାପଡ଼ିଥିଲା ଯେ ପିଲାଙ୍କୁ ଦିଆ ଯାଇଥିବା ବଟିକାର ଏକ୍ସପାଏରି ପ୍ରାୟ ତିନିବର୍ଷ ତଳୁ ହୋଇସାରିଛି। ମଧ୍ୟପ୍ରଦେଶ ଇନ୍ଦୋରର ପୋଲୋ ଗ୍ରାଉଣ୍ଡସ୍ଥିତ ଶିଳ୍ପାଞ୍ଚଳଠାରେ ଥିବା ସିଆନୋ ଫାର୍ମା ପ୍ରାଇଭେଟ୍ ଲିମିଟେଡ୍‌ର ଏହି ବଟିକା ୨୦୧୯ ଡିସେମ୍ବରରେ ପ୍ରସ୍ତୁତ ହୋଇଥିବା ବେଳେ ୨୦୨୧ ଡିସେମ୍ବରରେ ଏହାର ଏକ୍ସପାଏରି ଥିଲା। ଏହି ବଟିକା ଖାଇବା ପରେ ଏହାର ପାର୍ଶ୍ବ ପ୍ରତିକ୍ରିୟାରୁ ଏମିତି ହୋଇଥିବା ଜଣାପଡ଼ିଥିଲା। ପ୍ରାୟ ତିନି ଘଣ୍ଟା ଅଟକ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ମଞ୍ଜୁଲତା ସାମଲଙ୍କୁ ପୁଲିସ୍‌ ଉଦ୍ଧାର କଲା ବେଳେ ଉତ୍ତ୍ୟକ୍ତ ଲୋ‌କେ ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇଥିଲେ। ସେ ଦୌଡ଼ିଯାଇ ଅନ୍ୟ ଜଣଙ୍କ ଘରେ ପଶି ଯାଇଥିଲେ। ସେଠାରୁ ପୁଲିସ୍‌ ତାଙ୍କୁ ଉଦ୍ଧାର କରି ନେଇଥିଲା।

ଏ ସମ୍ପର୍କରେ ଶ୍ରୀମତୀ ସାମଲ କହିଛନ୍ତି ଯେ ଯେଉଁ ବଟିକା ଆସିଥିଲା ତାହାର ଖୋଳରେ ୨୦୨୫ ମସିହା ଏକ୍ସପାଏରି ଲେଖାଯାଇଥିଲା। ଏହାକୁ ଅନ୍ୟ ଶିକ୍ଷୟିତ୍ରୀମାନେ ପ୍ରଥମେ ଖାଇବା ପରେ ପିଲାଙ୍କୁ ଦେଇଥିଲେ। ବଟିକା ଏକ୍ସପାଏରି ହୋଇଛି କି ନାହିଁ ସେ ଜାଣିନାହାନ୍ତି ବୋଲି କହିଛନ୍ତି। ସେହିପରି ସିଆର୍‌ସିସି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅଳ୍ପ କିଛି ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛଡ଼ାଯାଇଛି। କ’ଣ ଘଟଣା ହୋଇଛି ସେ ସମ୍ପର୍କରେ ତଦନ୍ତ କରାଯାଉଛି। ସିଡିଏମ୍ଓ ଶତ୍ରୁଘ୍ନ ଦାଶ ମେଡିକାଲ୍‌ରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମେ ଠିକ୍ ମେଡିସିନ୍ ଯୋଗାଇଥିଲୁ। କେଉଁ ମେଡିସିନ୍ ଦିଆଯାଇଛି ତାହାର ତଦନ୍ତ କରାଯିବ। ଏକ ସ୍ବତନ୍ତ୍ର ମେଡିକାଲ ଟିମ୍ ଗଠନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।