ରାଜ୍ୟ

ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ନିଶାସକ୍ତ ସ୍ବାମୀ, ଅଭିଯୁକ୍ତ ଥାନାରେ ଅଟକ

କୁଆମରା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ବାଲିଯୋଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରି ନାହିଁ। ବାଲିଯୋଡା ଗ୍ରାମର ଶୁକଦେବ ସିଂ ୨୦ ବର୍ଷ ତଳେ ଶ୍ୟାମାଖୁଣ୍ଟା ଅଞ୍ଚଳର କୁନିମଣି ସିଂ(୪୫)ଙ୍କୁ ବିବାହ କରିଥିଲେ। ତେବେ ନିଶାଖାଇ ଅଧିକାଂଶ ସମୟରେ ଛୋଟ ଛୋଟ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥାଏ ବୋଲି ଗ୍ରାମବାସୀ ଲୋକେ କହିଛନ୍ତି।

ଗତକାଲି ଦୁହେଁ କୌଣସି କାମରେ ବାହାରକୁ ଯାଇ ରାତିରେ ଘରକୁ ଫେରୁଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାର ଅନୁମାନ କରାଯାଉଛି। ଘର ଠାରୁ କିଛି ଦୂରରେ କୁନିମଣିଙ୍କୁ ହତ୍ୟା କରି ଘରେ ପହଞ୍ଚିଥିଲା ଶୁକଦେବ। ତେବେ ଅପରାହ୍ନରେ ଏ ଘଟଣା ଗ୍ରାମଲୋକେ ଜାଣିବା ପରେ ଭୟରେ ଶୁକଦେବ ଘରୁ ଫେରାର ହୋଇ ଯାଇଥିଲା। ପୁଲିସ ଖବର ପାଇ ଗତକାଲି ସନ୍ଧ୍ୟାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ କୁନିମଣିଙ୍କ ବେକ ଓ ଶରୀରର ଅନେକ ସ୍ଥାନରେ ଦାଗ ଥିବାର ଆଇଆଇସି ସୁଜାତା ଖମାରୀ କହିଛନ୍ତି। ଭଉଣୀକୁ ହତ୍ୟା କରାଯାଇଛି ବୋଲି କୁନିମଣିଙ୍କ ଭାଇ ଗୁରା ସିଂଙ୍କ  ଅଭିଯୋଗ କ୍ରମେ ୨୪୧/୨୪ ରେ ଏକ ମାମଲା ରୁଜୁ ହୋଇଛି। ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରାଯାଇଥିବା ଜଣାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ଆଜି ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବେ ବୋଲି ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।