ଦେଶ ବିଦେଶ

ପୀତାମ୍ବର ଆଚାର୍ଯ୍ୟ ଏଜି ନିଯୁକ୍ତ

କଟକ/ଭୁବନେଶ୍ବର: ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ନିଯୁକ୍ତି ମିଳିଛି। ଆଡଭୋକେଟ୍‌ ଜେନେରାଲ ଭାବେ ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟପାଳ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ଜଣେ ବିଶିଷ୍ଟ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ଆଚାର୍ଯ୍ୟଙ୍କ ନିଯୁକ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଗଜରାଜପୁର ଗ୍ରାମରେ ସ୍ବର୍ଗତ ପଣ୍ଡିତ କୈଳାସ ଚନ୍ଦ୍ର ଆଚାର୍ଯ୍ୟ ଓ ସ୍ବର୍ଗତା ସ୍ବର୍ଣ୍ଣଲତା ଆଚାର୍ଯ୍ୟଙ୍କ ସାନ ପୁଅ ପୀତାମ୍ବର ଆଚାର୍ଯ୍ୟ ୧୯୬୫, ଜାନୁଆରି ୧୫ରେ ଜନ୍ମ ଗ୍ରହଣ କରିଥିଲେ। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଆଚାର୍ଯ୍ୟ ଅଲଣାହାଟ ହାଇସ୍କୁଲରୁ ୧୯୮୧ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କରିଥିଲେ। ସେ ବିଜେବି କଲେଜରୁ ୧୯୮୫ରେ ରାଜନୀତି ବିଜ୍ଞାନ(ସମ୍ମାନ) ରଖି ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ପାସ କରିଥିଲେ। ୧୯୯୦ରେ ସେ ଭୁବନେଶ୍ବରସ୍ଥିତ ୟୁନିଭରସିଟି ଲ’ କଲେଜରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଛାତ୍ର ରାଜନୀତିରେ ମଧ୍ୟ ସେ ଉଲ୍ଲେଖନୀୟ ସଫଳତା ପାଇଥିଲେ। ବିଜେବି କଲେଜ ଛାତ୍ର ସଂସଦ ସାଧାରଣ ସଂପାଦକ ଓ ସଭାପତି ସହିତ ୟୁନିଭରସିଟି ଲ’ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ପୂର୍ବତନ ଆଡଭୋକେଟ୍‌ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଗଙ୍ଗାଧର ରଥଙ୍କ ସହ‌ଯୋଗୀ ଭାବେ ୧୯୯୧ରେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ଦେୱାନୀ, ଫୌଜଦାରୀ, କର୍ପୋରେଟ୍‌, ସମବାୟ, ଶିକ୍ଷା, ଆର୍ବିଟ୍ରେସନ୍, କମ୍ପାନି, ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଆଇନ ସଂପର୍କିତ ୧୦ ହଜାରରୁ ଅଧିକ ଗୁରୁତ୍ବପୂର୍ଣ୍ଣ ମାମଲାର ସଫଳ ପରିଚାଳନା କରି ଶ୍ରୀ ଆଚାର୍ଯ୍ୟ ସୁନାମ ଅର୍ଜନ କରିଥିଲେ। ସେ ସୁପ୍ରିମକୋର୍ଟ ଓ ଦେଶର ବିଭିନ୍ନ ହାଇକୋର୍ଟରେ ମାମଲା ପରିଚାଳନା କରି ସଫଳତା ଅର୍ଜନ କରିଥିଲେ। ୨୦୧୧ରେ ମାତ୍ର ୪୬ ବର୍ଷ ବୟସରେ ହାଇକୋର୍ଟ ପକ୍ଷରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରଦାନ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ