ରାଜ୍ୟ

ଚାଷୀଙ୍କ ପାଇଁ ୬୫୦୦ ମ୍ୟାଟ୍ରିକ ଟନ୍ ସାର ଦରକାର; ଆସିଛି ୪ ହଜାର ମ୍ୟାଟ୍ରିକ ଟନ୍ 

ମାଲକାନଗିରି: ସାରର ଅଭାବ ପରିଲକ୍ଷିତ ହୋଇଛି। ମାଲକାନଗିରି ଜିଲ୍ଲା ପାଇଁ ୬୫୦୦ ମ୍ୟାଟ୍ରିକ ଟନ ସାର ଦରକାର ପଡୁଥିବା ବେଳେ ମାତ୍ର ୪ ହଜାର ମ୍ୟାଟ୍ରିକ ଟନ୍ ସାର ଲ୍ୟାମ୍ପସଗୁଡିକରେ ରହିଥିବା ଜଣାପଡିଛି। ଜିଲ୍ଲାରେ ପ୍ରାୟ ୯୬,୫୦୦ ଚାଷୀ ରହିଛନ୍ତି। ଏତେ ସଂଖ୍ୟକ ଚାଷୀ ପାଇଁ ମାତ୍ର ୪ ହଜାର ମ୍ୟାଟ୍ରିକ ଟନ ସାର ହାତୀକୁ ହୋମିଓପାଥି ସଦୃଶ୍ୟ ହୋଇଛି। ଜିଲ୍ଲାରେ ମାର୍କଫେଡ ସହ ଅନ୍ୟ ୭ଟି ହୋଲସେଲର ରହିଥିବା ଜଣାପଡ଼ିଛି।

ADVERTISEMENରିପୋର୍ଟ ଅନୁଯାୟୀ ମାଲକାନଗିରି ଲ୍ୟାମ୍ପସକୁ ମାର୍କେଫେଡ ତରଫରୁ ୨୦୦ ମ୍ୟାଟ୍ରିକ ଟନ୍ ୟୁରିଆ, ୫ ମ୍ୟାଟ୍ରିକ ଟନ ଏମଓପି, ୭୫ ମ୍ୟାଟ୍ରିକ ଟନ୍ ଡିଏପି ସହ ଅନ୍ୟ ସାର ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ଶିଖପାଲି ଲ୍ୟାମ୍ପସକୁ ୨୧୦ ମ୍ୟାଟ୍ରିକ ଟନ୍ ୟୁରିଆ, ୮ ମ୍ୟାଟ୍ରିକ ଟନ୍ ଏମଓପି, ୮୦ ମ୍ୟାଟ୍ରିକ ଟନ୍ ଡିଏପି ସାର ପ୍ରଦାନ କରାଯାଇଛି।ମାଥିଲି ଲ୍ୟାମ୍ପସକୁ ୨୩୨ ମ୍ୟାଟ୍ରିକ ଟନ୍ ୟୁରିଆ, ୨୫ ମ୍ୟାଟ୍ରିକ ଟନ୍ ଏମଓପି, ୨୫ ମ୍ୟାଟ୍ରିକ ନଟ୍ ଡିଏପି ସାର ପ୍ରଦାନ କରାଯାଇଛି। ପଡ଼ିଆ ଲ୍ୟାମ୍ପସକୁ ୪୫୭ ମ୍ୟାଟ୍ରିକ ଟନ୍ ୟୁରିଆ, ୨ ମ୍ୟାଟ୍ରିକ ଟନ୍ ଏମଓପି, ୨୫ ମ୍ୟାଟ୍ରିକ ଟନ୍ ଡିଏପି ସାର ଦିଆଯାଇଥିବା ବେଳେ କାଲିମେଳା ଲ୍ୟାମ୍ପସକୁ ୪୫୨ ମ୍ୟାଟ୍ରିକ ଟନ୍ ୟୁରିଆ, ୧୨ ମ୍ୟାଟ୍ରିକ ଟନ୍ ଏମଓପି, ୨୫ ମ୍ୟାଟ୍ରିକ ଟନ୍ ଡିଏପି, ଗୋବିନ୍ଦପାଲ୍ଲୀ ଲ୍ୟାମ୍ପସକୁ ୩୦୩ ମ୍ୟାଟ୍ରିକ ଟନ୍ ୟୁରିଆ, ୨୦ ମ୍ୟାଟ୍ରିକ ଟନ୍ ଏମଓପି, ୭୫ ମ୍ୟାଟ୍ରିକ ଟନ୍ ଡିଏପି, କୁଡୁମୁଲୁଗୁମ୍ମା ଲ୍ୟାମ୍ପସକୁ ୧୧୨ ମ୍ୟାଟ୍ରିକ ଟନ୍ ୟୁରିଆ, ୪ ମ୍ୟାଟ୍ରିକ ଟନ୍ ଏମଓପି, ୫୫ ମ୍ୟାଟ୍ରିକ ଟନ୍ ଡିଏପି ଏବଂ କୋରକୋଣ୍ଡା ଲ୍ୟାମ୍ପସକୁ ୩୨୫ ମ୍ୟାଟ୍ରିକ ଟନ୍ ୟୁରିଆ, ୨୩ ମ୍ୟାଟ୍ରିକ ଟନ୍ ଏମଓପି, ୨୫ ମ୍ୟାଟ୍ରିକ ଟନ୍ ଡିଏପି ସାର ପ୍ରଦାନ କରାଯାଇଛି। ଏହି ସାର ସହ ୨୦.୨୦.୧୩ ସାର, ୧୬.୧୬.୧୬ ସାର,ପୋଲି ବ୍ୟାଲେଟିକ, ନାନୋ ୟୁରିଆ, ନାନୋ ଡିଏପି ଭଳି ସାର ଅଳ୍ପ ପରିମାଣରେ ଦିଆଯାଇଛି।

ଲ୍ୟାମ୍ପସଗୁଡିକରେ ମନଇଛା ଚାଷୀଙ୍କୁ ସାର ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି।ଆବଶ୍ୟକ ପରିମାଣର ୟୁରିଆ, ଏମଓପି ଓ ଡିଏପି ସାର ପ୍ରଦାନ କରାଯାଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ଲ୍ୟାମ୍ପସରେ ଉତ୍ତେଜନା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।ତେବେ ଚାଷୀଙ୍କୁ ଏକର ହିସାବରେ ୩୬ କିଲୋ ୟୁରିଆ ସାର ପ୍ରଦାନ କରାଯିବା କଥା କିନ୍ତୁ ସେଭଳି କରାଯାଉନଥିବା ଦେଖିବାକୁ ମିଳିଛି।ଯେଉଁ ଚାଷୀ ପାଟିତୁଣ୍ଡ କରିପାରିଲା କିମ୍ବା ଲ୍ୟାମ୍ପସ ଉପରେ ଚାପ ପକାଇ ପାରୁଥିବା ସେହି ଚାଷୀକୁ ଅଧିକା ୟୁରିଆ ଓ ଅନ୍ୟ ସାର ପ୍ରଦାନ କରାଯାଉଥିବା ବେଳେ ବଳକା ଚାଷୀ ବାଧ୍ୟ ହୋଇ ରିଟେଲରମାନଙ୍କ ଠାରୁ ଚଢା ଦରରେ ସାର ଖରିଦ କରି ନେଉଥିବା ଦେଖିବାକୁ ମିଳିଛ। ବିଭାଗ ପକ୍ଷରୁ ରିଟେଲର ଦୋକାନଗୁଡିକରେ ଚଡାଉ କରାଯାଉନଥିବାରୁ ମନଇଛା ଦରଦାମ ଚାଷୀଙ୍କ ଠାରୁ ନେଉଥିବା ଅଭିଯୋଗ ହେଉଛି।ଆଗାମୀ ଦିନରେ ଏହାକୁ ନେଇ ଚାଷୀ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରିପାରନ୍ତି ବୋଲି ଆଂଶକା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।