ରାଜ୍ୟ

ଜୟବିଜୟ ଦ୍ବାରରେ ଲକ୍ଷ୍ମୀ-ନାରାୟଣ ବଚନିକା: ଦ୍ବାର କିଳିଲେ ମହାଲକ୍ଷ୍ମୀ, ଅଟକିଲେ ମହାବାହୁ

ପୁରୀ: ନବବିବାହିତା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ବିବାହ ଗଇଣ୍ଠାଳ ନ ଫିଟୁଣୁ ଜ୍ବର ଓ ଅଣସର ଘରେ ଗୋପନ ନୀତି ସାରି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଚାଲି ଆସିଥିଲେ ମହାବାହୁ। ମା’ ଲକ୍ଷ୍ମୀ ସାଆନ୍ତାଣୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ ବି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଅଭିମାନରେ ଫେରି ଆସିଥିଲେ ମା’। ମହାପ୍ରଭୁଙ୍କ ଉପରେ ମାନ କରିଥିଲେ ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀ। ଏଥିପାଇଁ ବ୍ରହ୍ମାଣ୍ଡ ଠାକୁର ପହଣ୍ଡି ବିଜେ ବେଳେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ଶିକାର ହୋଇଛନ୍ତି। ଦ୍ବାର କିଳିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ବାହାରେ ଅଟକିବାକୁ ପଡ଼ିଛି। ରସଗୋଲା ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ ପରେ ଶେଷରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ପ୍ରବେଶର ଅନୁମତି ମିଳିଛି।

ଚାରମାଳ ଉପରୁ ଚାହାଣିମଣ୍ଡପରେ ଥିବା ମା ଲକ୍ଷ୍ମୀ ସାଆନ୍ତାଣିଙ୍କ ସହ ଚାରିଚକ୍ଷୁର ମିଳନ ପରେ ପରେ ପୁନର୍ବାର ମହାପ୍ରଭୁଙ୍କ ପହଣ୍ଡି ସହ ରତ୍ନ ସିଂହାସନ ବିଜେ ପର୍ବ ଆରମ୍ଭ ‌ହୋଇଥିଲା। କିନ୍ତୁ ଚାହାଣି ମଣ୍ଡପରୁ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ସହଚରୀମାନଙ୍କୁ ସିଂହଦ୍ୱାରକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ଯେଉଁଥିପାଇଁ ବିଶ୍ବନିୟନ୍ତାଙ୍କୁ ବି ସିଂହଦ୍ବାରରେ ଅଟକିବାକୁ ପଡ଼ିଛି। ପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ସିଂହଦ୍ବାର ଓ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି କି ନାହିଁ, ପୁଣି ରୋଷର ଶିକାର ହେବାକୁ ପଡ଼ିଥିଲା। ଜଗମୋହନକୁ ପ୍ରବେଶ ବେଳେ ପୁଣି ଥରେ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ ମହାପ୍ରଭୁ। ଜୟବିଜୟ ଦ୍ୱାରକୁ ମା’ ଲକ୍ଷ୍ମୀଙ୍କ ସହଚରୀମାନେ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପାଠ ହୋଇଥିଲା। ମହାପ୍ରଭୁଙ୍କ ପକ୍ଷରୁ ପତିମହାପାତ୍ର ଓ ଅନ୍ୟମାନେ ବଚନିକା ପାଠ କରିଥିଲେ। ସେହିଭଳି ମା’ ଲକ୍ଷ୍ମୀଙ୍କ ପକ୍ଷରୁ ଭିତରଚ୍ଛ ଓ ଅନ୍ୟମାନେ ବଚନିକା ପାଠ କରିଥିଲେ। ବଚନିକା ପାଠ ପରେ ଜୟବିଜୟ ଦ୍ୱାର ଖୋଲିଥିଲା। ନୀଳାଦ୍ରି ବିଜେର ଅନ୍ୟତମ ବିଶେଷ୍ୱତ୍ୱ ଥିଲା ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟବିଜୟ ଦ୍ୱାର ନିକଟରେ ମାନଭଞ୍ଜନ କରିଥିଲେ। ପ୍ରତିବର୍ଷ ହଜାର ହଜାର ଭକ୍ତ ଏହି ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି କରିଥାନ୍ତି। ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ପାଇଁ ରସଗୋଲା ଭୋଗ ଲାଗି କରିବା ବିଶ୍ୱାସ ଥିବାରୁ ଆଜି ଦମ୍ପତିଙ୍କ ଭିଡ଼ ସିଂହଦ୍ବାରରେ ପରଲକ୍ଷିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।